ETV Bharat / sports

ବିଶ୍ବକପ: ରନ ମେସିନଙ୍କ ଉପରେ ସମସ୍ତଙ୍କ ନଜର

ବିଶ୍ବକପ ବାଜିକୁ ଜିତିପାରବେ କି ରନ ମେସିନ ? ବିଶ୍ବର 1ନଂ ବ୍ୟାଟ୍ସମ୍ୟାନ ଇଂଲଣ୍ଡରେ ରଚିପାରିବେ କି ଇତିହାସ ? ଇଂଲଣ୍ଡରେ ତ୍ରୀରଙ୍ଗା ଯାତ୍ରା ଦେଖିବ କି ବିଶ୍ବ ? ବିଶ୍ବକପରେ ପ୍ରଥମଥର ପାଇଁ ଟିମ ଇଣ୍ଡିଆର ମଙ୍ଗ ବିରାଟ କୋହଲି ଧରୁଥିବା ବେଳେ ଏଭଳି ପ୍ରଶ୍ନ ଉଠିଛି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 30, 2019, 12:46 PM IST

ଲଣ୍ଡନ: କିଏ ଜିତିବ ବିଶ୍ବକପ ବାଜି ? କିଏ ହେବ କ୍ରିକେଟର ନୂଆ ବିଶ୍ବ ବିଜେତା ? ଆଇସିସି ବିଶ୍ବକପ 2019 ଟ୍ରଫିରେ କେଉଁ ଦେଶର ନାମ ଲେଖା ହେବ ? କିଏ ତୋଳିଧରିବ କ୍ରିକେଟର ସବୁଠୁ ସମ୍ମାନଜନକ ଟ୍ରଫି ? ଏଭଳି ଅନେକ ପ୍ରଶ୍ନ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ଚଳିତ ବିଶ୍ବକପରେ ଟିମ୍ ଇଣ୍ଡିଆର ରନ ମେସିନ କମାଲ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ବିଶ୍ବକପରେ ପ୍ରଥମଥର ପାଇଁ ଟିମ ଇଣ୍ଡିଆର ମଙ୍ଗ ଧରିବେ ବିରାଟ କୋହଲି । ତେବେ ବିଶ୍ବକପ ବାଜିକୁ ଜିତିପାରବେ କି ରନ ମେସିନ ? ବିଶ୍ବର 1ନଂ ବ୍ୟାଟ୍ସମ୍ୟାନ ଇଂଲଣ୍ଡରେ ରଚିପାରିବେ କି ଇତିହାସ ? ଇଂଲଣ୍ଡରେ ତ୍ରୀରଙ୍ଗା ଯାତ୍ରା ଦେଖିବ କି ବିଶ୍ବ ?
ବିରାଟ କେବଳ ଭାରତର କ୍ୟାପଟେନ ନୁହଁନ୍ତି ଅଗଣିତ ଭାରତୀୟଙ୍କ ବିଶ୍ବାସ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ତେବେ ଟିମ ଇଣ୍ଡିଆ 2019 ବିଶ୍ବକପର ପ୍ରବଳ ଦାବିଦାର ରହିଛି । କାରଣ ଦଳରେ ଆଇସିସି ଦିନିକିଆ ମାନ୍ୟତାର ଟପ୍ ବ୍ୟାଟ୍ସମ୍ୟାନ ଓ ବୋଲର ରହିଛନ୍ତି । ବିରାଟଙ୍କ ପରି ଖେଳାଳି ସବୁ ଦଳରେ ନାହିଁନ୍ତି । ବିରାଟଙ୍କ ବ୍ୟତୀତ ଧୋନୀ, ରୋହିତ, ଧାୱନ, ପାଣ୍ଡ୍ୟା, ବୁମରା, ଶାମି, ଭୁବନେଶ୍ବର କୁମାର, ଚହଲ ଓ କୂଳଦୀପଙ୍କ ପରି ଖେଳାଳି ଅଛନ୍ତି । ବିରାଟଙ୍କ ନେତୃତ୍ବରେ ତୃତୀୟ ଥର ବିଶ୍ବକପ ଚମ୍ପିଆନ ହେବାକୁ ଟିମ ଇଣ୍ଡିଆ ଲକ୍ଷ୍ୟ ରଖିଛି । ବିଶ୍ବକପରେ ଜୁନ 5ରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

fsds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.