ETV Bharat / sports

ରବାଡାଙ୍କୁ ସାମ୍ନାସାମ୍ନି ଜବାବ ଦେବି: କୋହଲି

author img

By

Published : Jun 5, 2019, 3:06 PM IST

ଦକ୍ଷିଣ ଆଫ୍ରିକା ବୋଲର କାସିଗୋ ରବାଡାଙ୍କୁ ସାମ୍ନାରେ ପଡିଲେ ଜବାବ ଦେବି ବୋଲି କହିଛନ୍ତି ବିରାଟ କୋହଲି । ରବାଡା ପୂର୍ବରୁ ବିରାଟ କୋହଲି କ୍ୟାପଟେନ ଭାବେ ଅପରିପକ୍ବ ବୋଲି କହିଥଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର)

ଲଣ୍ଡନ: ଦକ୍ଷିଣ ଆଫ୍ରିକା ବୋଲର କାସିଗୋ ରବାଡାଙ୍କୁ ବିରାଟ କଡା ଜବାବ ଦେଇଛନ୍ତି । ରବାଡା ପୂର୍ବରୁ ବିରାଟ କୋହଲି କ୍ୟାପଟେନ ଭାବେ ଅପରିପକ୍ବ ବୋଲି କହିଥଲେ । ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ, ରବାଡାଙ୍କ ପ୍ରତି ଉତ୍ତର ରଖିଛନ୍ତି ବିରାଟ ।

india
ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ବିସିସିଆଇ)

ବିରାଟ କହିଛନ୍ତି ରବାଡା ଯେଉଁ ବିଷୟରେ କହିଛନ୍ତି ସେ ଜାଣନ୍ତି । ତେବେ ସାମ୍ବାଦିକ ସମ୍ମିଳନୀରେ ଏହାର ଉତ୍ତର ନୁହେଁ ବରଂ ସାମ୍ନାରେ ପଡିଲେ ଜବାବ ଦେବି କହିଛନ୍ତି ବିରାଟ । ପରେ ବିରାଟ ରବାଡାଙ୍କୁ ପ୍ରଶଂସା କରିଥିଲେ । ରାବଡାଙ୍କୁ ବହୁବାର ଖେଳିଛି । ସେ ଜଣେ ବିଶ୍ବସ୍ତରୀୟ ବୋଲର । ତାଙ୍କ ପାଖରେ ଯେକୌଣସି ବ୍ୟାଟ୍ସମ୍ୟାନଙ୍କୁ କେବେବି ଆଉଟ କରିବାର ଯ୍ୟୋଗତା ରହିଛି ବୋଲି ବିରାଟ କହିଛନ୍ତି ।

ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରୁଛି । ତେବେ ରବାଡାଙ୍କ ବଲର ଜବାବ ବିରାଟଙ୍କ ବ୍ୟାଟ ଦେବାନେଇ ଆଶା କରାଯାଉଛି । ସେପଟେ ଦକ୍ଷିଣ ଆଫ୍ରିକାର ଷ୍ଟାରବୋଲର ଡେଲ ଷ୍ଟେନ ବିଶ୍ବକପରୁ ବାଦ ପଡିଛନ୍ତି । ଷ୍ଟେନ ପୂର୍ବରୁ ଆଇପିଏଲର ବିରାଟଙ୍କ ଟିମ ଆରସିବି ପକ୍ଷରୁ ଖେଳିଛନ୍ତି । ଷ୍ଟେନଙ୍କ ଶେଷ ବିଶ୍ବକପ ହୋଇଥିବାରୁ ବିରାଟ ଦୁଖଃ ପ୍ରକାଶ କରିଥିଲେ । 2017ରେ ଚମ୍ପିଆନ୍ସ ଟ୍ରଫି ଇଂଲଣ୍ଡରେ ଖେଳାଯାଇଥିଲା । ଫାଇନାଲରେ ପାକିସ୍ତାନଠାରୁ ଭାରତ ପରାଜୟ ବରଣ କରିଥିଲା । ତେବେ ବିରାଟ ଏହାକୁ ମନେପକାଇ ପୁନର୍ବାର ସେ ଭୁଲ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Intro:Body:

fghfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.