ETV Bharat / sports

ବିଶ୍ବକପ: ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ରବିବାର ବିଶ୍ବକପରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଉଛି । କଙ୍ଗାରୁ ଟିମର କ୍ୟାପଟେନ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 29, 2019, 6:28 PM IST

ଲର୍ଡ୍ସ: ରବିବାର ବିଶ୍ବକପରେ ପଡୋଶୀ ଫାଇଟ ଚାଲିଛି । ପ୍ରଥମ ମ୍ୟାଚରେ ପାକିସ୍ତାନ-ଆଫଗାନିସ୍ତାନ ମୁକାବଲା ହେଉଥିଲା ବେଳେ 2ୟ ମ୍ୟାଚ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । କଙ୍ଗାରୁ ଟିମର କ୍ୟାପଟେନ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ ନ୍ୟୁଜିଲାଣ୍ଡ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ । କାରଣ ଦଳ ପାଖରେ ଆଜିର ମ୍ୟାଚକୁ ବାଦଦେଲେ ଗୋଟିଏ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ରହିଛି । 7ଟି ମ୍ୟାଚରୁ 5ବିଜୟ ସହ 11 ପଏଣ୍ଟ ସହିତ, ପଏଣ୍ଟ ଟେବୁଲର 3ୟ ସ୍ଥାନରେ ରହିଛି । ତେଣୁ ସେମିଫାଇନାଲ ଟିକେଟ ହାତେଇବାକୁ ଆଜିର ମ୍ୟାଚ ନ୍ୟୁଜିଲାଣ୍ଡ ପାଇଁ କର ବା ମର ସଦୃଶ । ଅଷ୍ଟ୍ରେଲିଆ ପ୍ରଥମ ଓ ଏକମାତ୍ର ଦଳ ଭାବେ ଚଳିତ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.