ETV Bharat / sports

ବିଶ୍ବକପ ପାଇଁ 20କେଜିର କେକ କାଟିଲେ ଫ୍ୟାନ୍ସ

ଲୁଧିଆନାର କେକ ସପରେ ବିଶ୍ବକପରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବାକୁ 20କେଜିର କେକ କଟାଯାଇଛି ।

author img

By

Published : May 30, 2019, 1:58 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ଲୁଧିଆନା: ସବୁ ଅପେକ୍ଷାର ଶେଷ ଘଟିଛି । ଆଇସିସି ଦିନିକିଆ ବିଶ୍ବକପ 2019 ଆରମ୍ଭ ହୋଇଛି । ତେବେ ଭାରତର କ୍ରିକେଟପ୍ରେମୀଙ୍କ ମନରେ ଏହି ବିଶ୍ବକପ ଭରିଦେଇଛି ଅନେକ ଉନ୍ମାଦନା । ବିଶ୍ବକପକୁ ନେଇ ଖୁସିରେ ଆତ୍ମହରା ହୋଇଛନ୍ତି କ୍ରିକେଟ ପ୍ରେମୀ । ଭାରତୀୟ ଦଳକୁ ନିଆରା ଭାବରେ ଶୁଭେଚ୍ଛା ଜଣାଇଛନ୍ତି କିଛି କ୍ରିକେଟ ପ୍ରେମୀ ।

ଲୁଧିଆନାର କେକ ସପରେ 20କେଜିର କେକ କଟାଯାଇଛି । ଏହି କେକଟିକୁ ପ୍ରସ୍ତୁତ କରିବାକୁ 3ଦିନ ସମୟ ଲାଗିଥିଲା ବୋଲି ଜଣାପଡିଛି । କେକ ସପର ମାଲିକ ହରିଜିନ୍ଦର ସିଂ କୁକ୍ରେଜା ଏହାର ପ୍ରସ୍ତୁତକର୍ତ୍ତା ଜଣା ପଡିଛି । ଏହି କେକରେ ବିସିସିଆଇର ଲୋଗକୁ ସ୍ଥାନିତ କରାଯାଇଛି । ଏବଂ କେକ ରେ ବିରାଟ ଓ ଧୋାନୀଙ୍କୁ ରଖାଯାଇଛି ।

ବିଶ୍ବକପ ନେଇ ଆମେ ବହୁତ ଉତ୍ସାହିତ ଅଛୁ । ଟିମ ଇଣ୍ଡିଆ ଏଥର ବହୁତ ଶକ୍ତିଶାଳୀ ଅଛି । ଭାରତ ତୃତୀୟ ଥର ପାଇଁ ବିଶ୍ବକପ ଟ୍ରଫି ଜିତିବ ବୋଲି ଆମରକ ବିଶ୍ବାସ ରହିଛି କହିଛନ୍ତି କୁକ୍ରେଜା । ଏଥିସହିତ ସେ 'ଚକ ଦେ ଇଣ୍ଡିଆ' କହି ଟିମ ଇଣ୍ଡିଆକୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

Intro:Body:

fsds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.