ନଟିଂହାମ୍: ପାକିସ୍ତାନ ପାଖରେ ଫୁଲ ପେସ ଆଟାକ ରହିଛି। ଇଂଲଣ୍ଡର ଫ୍ଲାଟ ପିଚରେ ବୋଲିଂ କରିବାକୁ ଡରେନାହିଁ ବୋଲି କହିଛନ୍ତି ଦଳର ଷ୍ଟାର ବୋଲର ହାସନ ଅଲ୍ଲୀ। 24 ବର୍ଷିୟ ହାସନ ଅଲ୍ଲୀ ପାକିସ୍ତାନ ପାଇଁ ପ୍ରମୁଖ ଅସ୍ତ୍ର ସାବ୍ୟସ୍ତ ହୋଇପାରନ୍ତି।
ବର୍ତ୍ତମାନର କ୍ରିକେଟ ବଦଳିଛି । ପ୍ରତି ବୋଲର କେବଳ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ଲକ୍ଷ୍ୟ ରଖିବା ଆବଶ୍ୟକ । ତେବେ ଇଂଲଣ୍ଡର ଫ୍ଲାଟ ପିଚରେ କିପରି ବୋଲିଂ କରିବାକୁ ହେବ ତାଙ୍କୁ ଭଲଭାବେ ଜଣା କହିଛନ୍ତି ହାସନ ଅଲ୍ଲୀ।
2017 କ୍ୟାଲେଣ୍ଡର ବର୍ଷରେ ଦିନିକିଆ କ୍ରିକେଟରେ ସର୍ବାଧିକ 45 ୱିକେଟ ନେଇଥିଲେ ହାସନ ଅଲ୍ଲୀ । କିନ୍ତୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦଳ 4-0ରେ ହାରିଥିଲା। ସେ ମାତ୍ର 3 ୱିକେଟ ନେଇପାରିଥିଲେ। ମହମ୍ମଦ ଆମିର ଦଳକୁ ଫେରିଛନ୍ତି । ୱାହାବ ରିଆଜ ମଧ୍ୟରେ ଦଳରେ ଅଛନ୍ତି । ତେଣୁ ଆମର ବୋଲିଂ ଆଟାକ ଶକ୍ତିଶାଳୀ ରହିଛି ବୋଲି ହାସନ ଅଲ୍ଲୀ କହିଛନ୍ତି ।
ତେବେ ପାକିସ୍ତାନ ଖେଳିଥିବା ଶେଷ 10 ମ୍ୟାଚରେ ଦଳ ବିଜୟ ମୁହଁ ଦେଖିନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷରେ ପାକିସ୍ତାନ 2019 ବିଶ୍ବକପ ଅଭିଯାନ ଆରମ୍ଭ କରିଛି।