ETV Bharat / sports

ବାଂଲାଦେଶର ବୋଲିଂ କୋଚ ହେଲେ ଡାନିଏଲ ଭିଟୋରୀ

author img

By

Published : Jul 28, 2019, 2:05 PM IST

ନ୍ୟୁଜିଲାଣ୍ଡର ଏହି କିମ୍ବଦନ୍ତୀ କ୍ରିକେଟର ଡାନିଏଲ ଭିଟୋରୀ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ପେସର ଚାର୍ଲ ଲାଙ୍ଗ୍‌ଭେଲଡେଟ ବାଂଲାଦେଶର ନୂଆ ବୋଲିଂ କୋଚ ନିଯୁକ୍ତ ହୋଇଛନ୍ତି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବାଂଲାଦେଶର ନୂଆ ବୋଲିଂ କୋଚ ହୋଇଛନ୍ତି ଡାନିଏଲ ଭିଟୋରୀ । ନ୍ୟୁଜିଲାଣ୍ଡର ଏହି କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ କ୍ୟାପଟେନଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡ ବୋଲିଂ କୋଚ ଭାବେ ନିଯୁକ୍ତ କରିଛି ।

ବାଂଲାଦେଶ ଟିମର ସ୍ପିନ ବୋଲିଂକୁ ଶକ୍ତିଶାଳୀ କରିବାକୁ ଭିଟୋରିଙ୍କୁ ଚୟନ କରିଛି ବିସିବି । ଭିଟୋରି ପୂର୍ବରୁ ଥିବା ସୁନିଲ ଜୋଷୀଙ୍କ ସ୍ଥାନ ନେଇଛନ୍ତି । ଅନ୍ୟପଟେ ପେସ ବୋଲିଂ ଦାୟିତ୍ବ ସମ୍ଭାଳିବାକୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ପେସର ଚାର୍ଲ ଲାଙ୍ଗ୍‌ଭେଲଡେଟ ନିଯୁକ୍ତ ହୋଇଛନ୍ତି । ଲାଙ୍ଗ୍‌ଭେଲଡେଟ ପୂର୍ବରୁ ଦାୟିତ୍ବରେ ଥିବା କର୍ଟନି ୱାଲ୍ସଙ୍କ ସ୍ଥାନ ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବାଂଲାଦେଶ କ୍ରିକେଟ ବୋର୍ଡର ସଭାପତି ନାଜୁଲମ ହସନ ।

ନଭେମ୍ବରରେ ବାଂଲାଦେଶ ଟିମ ଭାରତ ଗସ୍ତ କରିବ । ଏହି ଗସ୍ତରେ ଭିଟୋରି ବାଂଲାଦେଶର ବୋଲିଂ କୋଚ ଭାବେ କାର୍ଯ୍ୟ କରିବେ । ଏହାପରେ 2020ରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବକପ ପାଇଁ ମଧ୍ୟ ବାଂଲାଦେଶକୁ ବୋଲିଂରେ ଶକ୍ତିଶାଳୀ କରାଇବାରେ କାର୍ଯ୍ୟ କରିବେ ।

ଭିଟୋରୀ 2015ରେ କ୍ରିକେଟରୁ ଅବସର ନେଇଥିଲେ । ଏହାପରେ ସେ ଆଇପିଏଲ ଟିମ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର କୋଚ ରହିସାରିଛନ୍ତି । ସେହିପରି ଚାର୍ଲ ଲାଙ୍ଗ୍‌ଭେଲଡେଟ 2015ରୁ 2017 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ବୋଲିଂ କୋଚ ଭାବେ କାର୍ଯ୍ୟ କରିଛନ୍ତି । 2018ରେ ଆଫଗାନିସ୍ତାନର ବୋଲିଂ କୋଚ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.