ETV Bharat / sports

ଇଣ୍ଡିଜକୁ ଧମକ ଦେଲେ ଚହଲ, ବିଶ୍ବକପରୁ ବାଦ ପଡିଲେ ରସେଲ - ରସେଲ

ଆହତ ସମସ୍ୟା ପାଇଁ ବିଶ୍ବକପରୁ ବାଦ ପଡିଛନ୍ତି ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଆନ୍ଦ୍ରେ ରସେଲ । ରସେଲଙ୍କ ସ୍ଥାନରେ ସୁନିଲ ଆମ୍ବ୍ରିସଙ୍କୁ ଦଳରେ ସାମିଲ କରାଯାଇଛି । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ସ୍ପିନର ଚହଲ ବିଶ୍ବକପ ମ୍ୟାଚରେ ଆଇପିଏଲ ଭଳି ବଡସଟ ଖେଳିବା ସହଜ ହେବ ନାହିଁ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 24, 2019, 10:19 PM IST

ଲଣ୍ଡନ: ଆହତ ସମସ୍ୟା ପାଇଁ ବିଶ୍ବକପରୁ ବାଦ ପଡିଛନ୍ତି ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଆନ୍ଦ୍ରେ ରସେଲ । ରସେଲଙ୍କ ସ୍ଥାନରେ ସୁନିଲ ଆମ୍ବ୍ରିସଙ୍କୁ ଦଳରେ ସାମିଲ କରାଯାଇଛି । ଏହା ସହିତ ଚଳିତ ବିଶ୍ବକପରୁ ବାଦ ପଡିଥିବା ଖେଲାଳିଙ୍କ ତାଲିକା ଲମ୍ବା ହୋଇଛି ।

ଭାରତର ଶିଖର ଧାୱନ, ଦକ୍ଷିଣ ଆଫ୍ରିକାର ଆନରିଚ ନର୍ଟଜେ, ଅଷ୍ଟ୍ରେଲିଆର ଜି ରିଚାର୍ଡସନ, ଆଫଗାନିସ୍ତାନର ମହମ୍ମଦ ସେହଜାଦ, ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ ପୂର୍ବରୁ ଆହତ ହୋଇ ବିଶ୍ବକପରୁ ବାଦ ପଡିଛନ୍ତି ।

ଗୁରୁବାର ୱେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ମ୍ୟାଚ ଖେଳିବ । ତେବେ ଏହି ମ୍ୟାଚ ପୂର୍ବରୁ ରସେଲ ବାଦ ପଡିବା ୱେଷ୍ଟଇଣ୍ଡିଜ ପାଇଁ ମହଙ୍ଗା ହୋଇପାରେ । କାରବିଆନ ଦଳ ଚଳିତ ବିଶ୍ବକପରେ ନୈରାଶଜନକ ପ୍ରଦର୍ଶନ ଜାରି ରହିଛି । ଦଳ 6ଟି ମ୍ୟାଚ ଖେଳି 4ଟି ପରାଜୟ ଓ ମାତ୍ର ଗୋଟିଏ ବିଜୟ ସହ 3 ପଏଣ୍ଟରେ ସନ୍ତୁଷ୍ଟ ରହିଛି । ଗୋଟିଏ ମ୍ୟାଚ ପଏଣ୍ଟ ବର୍ଷା ଧୋଇନେବାରୁ ଭାଗିଦାରିରେ ମିଳିଛି ।

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ସ୍ପିନର ଚହଲ ରସେଲଙ୍କୁ କଡା କଥା କହିଛନ୍ତି । ଚହଲ କହିଛନ୍ତି ବିଶ୍ବକପ ଆଇପିଏଲ ନୁହେଁ । ବିଶ୍ବକପ ମ୍ୟାଚରେ ଭିନ୍ନ ଚାପ ରହିଛି । ୱେଷ୍ଟଇଣ୍ଡିଜ ଦଳ ଲଗାତାର ମ୍ୟାଚ ହାରି ଚାପରେ ରହିଛି । ତେଣୁ ଆଇପିଏଲ ଭଳି ବଡସଟ ଖେଳିବା ଏତେ ସହଜ ହେବ ନାହିଁ । ଚହଲ ଏଯାବତ 4ଟି ମ୍ୟାଚରୁ 7ଟି ୱିକେଟ ଦଖଲ କରିସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.