ETV Bharat / sports

ଅନିଶ୍ଚିତତା ଭିତରେ ଭାରତ-ଜିମ୍ବେୱେ ଟି-20 ସିରିଜ - ରାଜନୈତିକ ହସ୍ତକ୍ଷେପ ପାଇଁ ଆଇସିସି ବାସନ୍ଦାଦେଶ

ଜିମ୍ବାୱେ କ୍ରିକେଟକୁ ରାଜନୈତିକ ହସ୍ତକ୍ଷେପ ପାଇଁ ଆଇସିସି ବାସନ୍ଦାଦେଶ ଶୁଣାଇବା ପରେ, ଭାରତ-ଜିମ୍ବାୱେ ଟି-20 ସିରିଜ ଅନିଶ୍ଚିନ୍ତତା ଭିତରକୁ ଠେଲି ହୋଇଯାଇଛି । ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 20, 2019, 3:03 PM IST

ହାଇଦ୍ରାବାଦ: ଅତ୍ୟାଧିକ ରାଜନୈତିକ ହସ୍ତକ୍ଷେପ ପାଇଁ ଆଇସିସି ଜିମ୍ବାୱେ କ୍ରିକେଟକୁ ବାସନ୍ଦାଦେଶ ଶୁଣାଇଛି । ଆଇସିସି ସମ୍ବିଧାନର ଧାରା 2.4(ସି) ଓ (ଡି) ଅନୁଯାୟୀ ଆଇସିସି ଜିମ୍ବାୱେ କ୍ରିକେଟକୁ ଏହି ଦଣ୍ଡ ଦେଇଛି । ଏହି ନିଷ୍ପତ୍ତି ପରେ ଭାରତ-ଜିମ୍ବାୱେ ଟି-20 ସିରିଜ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।

ଭାରତୀୟ ଦଳ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏହାପରେ ଭାରତୀୟ ଦଳର ଘରୋଇ ସିଜିନ ଆରମ୍ଭ ହେବ । ପ୍ରାୟ 5ଟି ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ଯସୂଚୀ ରହିଛି । ସେଥିରେ ଜିମ୍ବାୱେ ମଧ୍ୟ ସାମିଲ ରହିଛି । 2020 ଜାନୁଆରୀରେ ଭାରତ-ଜିମ୍ବାୱେ ଟି-20 ସିରିଜର 3ଟି ମ୍ୟାଚ ଖେଳାଯିବା ପାଇଁ ବିସିସିଆଇ ପକ୍ଷରୁ ପୂର୍ବରୁ କାର୍ଯ୍ଯସୂଚୀ ପ୍ରକାଶ ପାଇଥିଲା ।

ତେବେ କ୍ରିକେଟ ଜିମ୍ବାୱେ ଆଇସିସିର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ଯନ୍ତ ଅପେକ୍ଷା କରିବେ । ବାସନ୍ଦାଦେଶ ପରେ ଜିମ୍ବାୱେ କ୍ରିକେଟର ବହୁ ଖେଳାଳି ଟ୍ବିଟକରି ଦୁଃଖ ପ୍ରକାଶ କରିବା ସହ ଆବେକ ପୂର୍ଣ୍ଣ କଥା କହିଛନ୍ତି । ତେବେ ବିସିସିଆଇ ଅକ୍ଟୋବର ପର୍ଯ୍ଯନ୍ତ ଅପେକ୍ଷା କରିବ । ଏହା ପରେ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା କିମ୍ବା ଆଫଗାନିସ୍ତାନ ସହ ଏହି ଶୃଙ୍ଖଳାର ଭରଣା କରିପାରେ ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.