ETV Bharat / sports

ଦାଦା ଆପଣ ୟୋ-ୟୋ ଟେଷ୍ଟ ସମୟରେ ସଭାପତି ଥିଲେ.. - cricket news

ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ବିସିସିଆଇର ନୂତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଜଣେ ଖେଳାଳି ଅଧ୍ୟକ୍ଷ ହେଲେ ଖେଳାଳିଙ୍କୁ ଭଲଭାବରେ ବୁଝି ପାରିବେ ।

yuvraj singh
author img

By

Published : Oct 19, 2019, 11:43 PM IST

ହାଇଦ୍ରାବାଦ: ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ସୋସିଆଲ ମିଡିଆରେ ବିସିସିଆଇର ନୂତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯୁବରାଜ ନିଜର ଅଭିନନ୍ଦନ ବାର୍ତ୍ତାରେ ଗାଙ୍ଗୁଲିଙ୍କ ନିଜର ଦୁଃଖ ବି ବାଟିଛନ୍ତି ।

yuvraj singh
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@YUVSTRONG12

ଯୁବରାଜ ସିଂ ନିଜର ଟ୍ବିଟରରେ ଦାଦାଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଯେତେ ମହାନ ବ୍ୟକ୍ତି, ସେତେ ସାନଦାର ଯାତ୍ରା । ଭାରତୀୟ ଅଧିନାୟକରୁ ବିସିସିଆଇର ଅଧ୍ୟକ୍ଷ । ମତେ ଲାଗୁଛି ଜଣେ କ୍ରିକେଟରଙ୍କ ପ୍ରଶାସନ ହେବା ବହୁତ ସାନଦାର କଥା । ଫଳରେ ମ୍ୟାନଜମେଣ୍ଟ ଖେଳାଳିଙ୍କୁ ଭଲରେ ବୁଝିପାରିବେ । ୟୋ-ୟୋ ଟେଷ୍ଟ ସମୟରେ ଦାଦା ଅଧ୍ୟକ୍ଷ ଥିଲେ ଭଲ ହୋଇଥାନ୍ତା ।

ତେବେ ଯୁବରାଜଙ୍କ ଟ୍ବିଟର ଉତ୍ତର ଦେଇଛନ୍ତି ଦାଦା । ସେ ଲେଖିଛନ୍ତି ଯେ, ଧନ୍ୟବାଦ । ତମେ ଭାରତ ପାଇଁ ବିଶ୍ବକପ ଜିତିଛ । ଏବେ ଖେଳ ପାଇଁ ଆହୁରି ଭଲ କରିବାର ସମୟ ଅଛି । ତୁମେ ମେର ସୁପରଷ୍ଟାର । ଭଗବାନଙ୍କ ଆର୍ଶିବାଦ ସର୍ବଦା ତମ ସହ ରହୁ ।

ସୂଚନାଥାଉକି, 2017ରେ ୟୋ-ୟୋ ଟେଷ୍ଟରେ ପାସ ହୋଇଥିଲେ ସୁଦ୍ଧା ଯୁବରାଜଙ୍କୁ ଟିମରେ ନିଆଯାଇଥିଲା । ଏହାପରେ ସେ ବିଶ୍ବକପ ଦଳରେ ମଧ୍ୟ ସାମିଲ ହୋଇନଥିଲେ । ଏହିବର୍ଷ ହିଁ ସେ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ।

Intro:Body:

y

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.