ETV Bharat / sports

ଡେବ୍ୟୁ ଟେଷ୍ଟରେ କୁମ୍ବେଲେଙ୍କ ଗୁରୁମନ୍ତ୍ର ମନେପକାଇଲେ କୁଲଦୀପ - ଡେବ୍ୟୁ ଟେଷ୍ଟରେ କୁମ୍ବେଲେଙ୍କ ଗୁରୁମନ୍ତ୍ର

ଡେବ୍ୟୁ ଟେଷ୍ଟରେ କୁମ୍ବଲେ କହିଥିବା କଥାକୁ ମନେ ପକାଇଲେ କୁଲଦୀପ ଯାଦବ । କହିଲେ ପ୍ରଥମ ଟେଷ୍ଟରେ ହୋଇଯାଇଥିଲି ଧର୍ଯ୍ୟହରା । ଅଧିକ ପଢ଼ନ୍ତୁ...

'you have to take 5 wickets, Anil kumble to kuldeep yadav, kuldeep yadav debut Test, ଡେବ୍ୟୁ ଟେଷ୍ଟରେ କୁମ୍ବେଲେଙ୍କ ଗୁରୁମନ୍ତ୍ର, କୁଲଦୀପ ଯାଦବ
ଡେବ୍ୟୁ ଟେଷ୍ଟରେ କୁମ୍ବେଲେଙ୍କ ଗୁରୁମନ୍ତ୍ର ମନେପକାଇଲେ କୁଲଦୀପ
author img

By

Published : May 2, 2020, 9:54 PM IST

ନୂଆଦିଲ୍ଲୀ: ଭାରତୀୟ ସୀମିତ ଓଭର କ୍ରିକେଟର ସେ ବର୍ତ୍ତମାନ ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ ଭାରତୀୟ ସ୍ପିନର କୁଲଦୀପ ଯାଦବ କହିଛନ୍ତି ଯେ କିପରି ଟେଷ୍ଟ ଡେବ୍ୟୁ ବେଳେ ଭାରତୀୟ କୋଚ ଅନିଲ କୁମ୍ବେଲ ତାଙ୍କୁ ଦେଇଥିଲେ ଗୁରୁମନ୍ତ୍ର । ଧର୍ମଶାଳା ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିବା ବେଳେ କୁଲଦୀପଙ୍କୁ କୁମ୍ବଲେ କହିଥିଲେ ଯେ ତାଙ୍କୁ ପାଞ୍ଚଟି ୱିକେଟ ନେବାକୁ ହେବ ।

ଏକ ୟୁଟ୍ୟୁବ ସୋରେ କୁଲଦୀପ ନିଜ ଡେବ୍ୟୁ ଟେଷ୍ଟ ବିଷୟରେ କହିଛନ୍ତି, ‘‘ମୁଁ ଯେତେବେଳେ ବି ଧର୍ମଶାଳାରେ ମୋ ଟେଷ୍ଟ ଡେବ୍ୟୁ କଥା ଭାବେ ଭାବୁକ ହୋଇଯାଏ । ସେତେବେଳେ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା କିପରି ଭଲ ପ୍ରଦର୍ଶନ କରିବି । ମୋର ମନେ ଅଛି ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଅନିଲ କୁମ୍ବଲେ ସାର୍‌ ମୋ ପାଖକୁ ଆସିଥିଲେ ଓ କହିଲେ ‘ତୁମେ କାଲି ଖେଳିବ, ତୁମକୁ ପାଞ୍ଚଟି ୱିକେଟ ନେବାକୁ ପଡିବ’,’’ ।

'you have to take 5 wickets, Anil kumble to kuldeep yadav, kuldeep yadav debut Test, ଡେବ୍ୟୁ ଟେଷ୍ଟରେ କୁମ୍ବେଲେଙ୍କ ଗୁରୁମନ୍ତ୍ର, କୁଲଦୀପ ଯାଦବ
ଡେବ୍ୟୁ ଟେଷ୍ଟରେ କୁମ୍ବେଲେଙ୍କ ଗୁରୁମନ୍ତ୍ର ମନେପକାଇଲେ କୁଲଦୀପ

‘‘ମୁଁ କିଛି ସମୟ ପାଇଁ ଅଟକି ଗଲି ଓ କହିଲି ‘ହଁ ସାର ନିଶ୍ଚୟ ପାଞ୍ଚଟି ୱିକେଟ ନେବି’ । ଲକ୍ଷ୍ମଣ ଶିବରାମକ୍ରିଷ୍ଣନ ସାର୍‌ ମତେ ମୋ ଟେଷ୍ଟ କ୍ୟାପ ଦେଇଥିଲେ । ମତେ ଅନେକ ଉପଦେଶ ବି ଦେଇଥିଲେ । ଯାହା ଏବେ ମୋର ମନେ ନାହିଁ, କାରଣ ମୋ ମନ ସେତେବେଳେ ଏକଦମ ଶୂନ୍ୟ ହୋଇଯାଇଥିଲା,’’ ବୋଲି କହିଛନ୍ତି କୁଲଦୀପ ।

ସେହି ମ୍ୟାଚରେ ଚାଇନାମ୍ୟାନ କୁଲଦୀପ 5ଟି ୱିକେଟ ନେଇ ପାରିନଥିଲେ କିନ୍ତୁ 4ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ । ଡେଭିଡ ୱାର୍ଣ୍ଣର, ଗ୍ଲେନ ମେକ୍ସୱେଲ, ପିଟର ହ୍ୟାଣ୍ଡସ୍‌କମ୍ବ ଓ ପାଟ କ୍ୟୁମିନ୍ସଙ୍କୁ ଆଉଟ କରିଥିଲେ କୁଲଦୀପ । କୁଲଦୀପ କହିଛନ୍ତି ଯେ ସେହି ମ୍ୟାଚରେ ସେ ଖୁବ ଚାପଗ୍ରସ୍ତ ଅନୁଭବ କରୁଥିଲେ ।

‘‘ମୁଁ ଖୁବ ଚାପଗ୍ରସ୍ତ ଅନୁଭବ କରୁଥିଲି, ବେଶ ଧର୍ଯ୍ୟହରା ହୋଇପଡିଥିଲି । ମୁଁ ଭାବୁଥିଲି ଏପରି ଏକ ବଡ ମ୍ୟାଚରେ ମୁଁ କେମିତି ପ୍ରଦର୍ଶନ କରିବି । କିନ୍ତୁ ଲଞ୍ଚ ପୂର୍ବରୁ କିଛି ଓଭର ବୋଲିଂ କରିବା ପରେ ମତେ ଆରାମ ଲାଗିଲା । ମୁଁ ଏହାକୁ ଏକ ରଣଜୀ ମ୍ୟାଚ ଭାବି ଖେଳିବାକୁ ନିଷ୍ପତ୍ତି ନେଇଥିଲି । ଟେଷ୍ଟ କ୍ରିକେଟ ସବୁବେଳେ ମୋ ହୃଦୟର ଖୁବ ନିକଟବର୍ତ୍ତୀ’’ ।

ତେବେ ଧୋନିଙ୍କୁ ନେଇ ମଧ୍ୟ କିଛିଦିନ ଆଗରୁ କୁଲଦୀପ ଏକ ଭିଡିଓରେ କହିଥିଲେ ଯେ ତାଙ୍କ କ୍ୟାରିୟର ଉପରେ ଧୋନିଙ୍କର ବେଶ ପ୍ରଭାବ ପଡିଛି କାରଣ ଧୋନି ତାଙ୍କର ଛୋଟବେଳର କୋଚଙ୍କ ଭଳି ପରାମର୍ଶ ଦିଅନ୍ତି ।

ୱିକେଟ ପଛରୁ ଧୋନିଙ୍କ କେଉଁ ପରାମର୍ଶ କାମରେ ଆସେ ପ୍ରଶ୍ନର ଉତ୍ତରରେ କୁଲଦୀପ କହିଥିଲେ ଯେ, ‘‘ଗୋଟିଏକୁ ବାଛିବା କଷ୍ଟସାଧ୍ୟ । ସେ ସବୁବେଳେ ମତେ କହନ୍ତି ଯେ ‘ଫ୍ଲାଟ ନୁହେଁ ବଲକୁ ସ୍ପିନ କରିବାର ଅଛି’। ଏହା ହେଉଛି ସବୁଠାରୁ ବଡ ପରାମର୍ଶ ଯାହା ମୁଁ ଧୋନିଙ୍କ ଠାରୁ ପାଇଛି । ଯାହା କାରଣରୁ ମତେ ଲାଗେ ନାହିଁ ଯେ ମୋ କୋଚ ମୋ ପାଖରେ ନାହାନ୍ତି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.