ETV Bharat / sports

'ଯଥେଷ୍ଟ ପୂର୍ବରୁ ଅବସର, ମନେରହିବ କଭର ଡ୍ରାଇଭ୍': ରୈନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି - କ୍ରିକେଟର ସୁରେଶ ରାଇନା

ଅହମ୍ମଦାବାଦରେ ଖେଳାଯାଇଥିବା 2011 ବିଶ୍ବକପର ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର-ଫାଇନାଲ ମ୍ୟାଚରେ ରାଇନାଙ୍କ ଆକର୍ଷଣୀୟ ସଟ୍ କଭର ଡ୍ରାଇଭକୁ ମଧ୍ୟ ମନେପକାଇଛନ୍ତି ମୋଦି ।

You are way too young and energetic to retire': PM Modi writes to Raina
'ଯଥେଷ୍ଟ ପୂର୍ବରୁ ଅବସର, ମନେରହିବ କଭର ଡ୍ରାଇଭ୍': ରୈନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି
author img

By

Published : Aug 21, 2020, 3:36 PM IST

ନୂଆଦିଲ୍ଲୀ: କ୍ରିକେଟର ସୁରେଶ ରାଇନାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅହମ୍ମଦାବାଦରେ ଖେଳାଯାଇଥିବା 2011 ବିଶ୍ବକପର ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର-ଫାଇନାଲ ମ୍ୟାଚରେ ରାଇନାଙ୍କ ଆକର୍ଷଣୀୟ ସଟ୍ କଭର ଡ୍ରାଇଭକୁ ମଧ୍ୟ ମନେପକାଇଛନ୍ତି ମୋଦି । ଷ୍ଟାଇଲିଷ୍ଟ ଅଲ୍-ରାଉଣ୍ଡରଙ୍କ ଅଗଣିତ ପ୍ରଶଂସକ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବେ ବୋଲି ମୋଦି ଆବେଗପୂର୍ଣ୍ଣ ଭାବେ ଚିଠିରେ ଉଲ୍ଲେଖ କରିଛନ୍ତି ।

  • When we play, we give our blood & sweat for the nation. No better appreciation than being loved by the people of this country and even more by the country’s PM. Thank you @narendramodi ji for your words of appreciation & best wishes. I accept them with gratitude. Jai Hind!🇮🇳 pic.twitter.com/l0DIeQSFh5

    — Suresh Raina🇮🇳 (@ImRaina) August 21, 2020 " class="align-text-top noRightClick twitterSection" data=" ">

15 ଅଗଷ୍ଟ ସନ୍ଧ୍ୟାରେ ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିବାର କିଛି ମିନିଟ ପରେ, ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଥଲେ । ଉଭୟ ଖେଳାଳି ପରସ୍ପର ଭଲ ବନ୍ଧୁ ରହିଛନ୍ତି । ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଧୋନି ଓ ରୈନାଙ୍କୁ ଦେଖିବାକୁ ମିଳିବ ।

"ମୁଁ ତୁମ ନାମ ସହ ଅବସର ଶବ୍ଦ ଯୋଡିବାକୁ ଚାହିଁବି ନାହିଁ, କାରଣ ତୁମେ ଯୁବକ ଓ ଶକ୍ତିଶାଳୀ । ତୁମ ନାମ ସହ ଅବସର ଶବ୍ଦ ଯୋଡିବା ବହୁତ ଶୀଘ୍ର ହେବ ।" ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକବାର ଉତ୍ଥାନପତ୍ତନ ଦେଇ ଗତି କରିଛି । ମାତ୍ର ସବୁ ଆହ୍ବାନକୁ ସଫଳତାର ସହ ସାମ୍ନା କରିଛ । ସେଥିପାଇଁ ଧନ୍ୟବାଦ ପାତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ରୈନାଙ୍କୁ ଲେଖାଯାଇଥିବା ଚିଠିର ଉତ୍ତର ସମ୍ମାନର ସହ ଗ୍ରହଣ କରିବା ସହ କୃତଜ୍ଞତା ଜଣାଇଛନ୍ତି । ରୈନା କହିଛନ୍ତି, ଦେଶ ପାଇଁ ଝାଳ ଓ ରକ୍ତ ବୁହାଇ ଆମେ ଖେଳୁ । ବଦଳରେ ଦେଶର ଲୋକଙ୍କ ଭଲପାଇବା ଓ ସର୍ବୋପରି ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରେମ ଠାରୁ କିଛି ବଡ ହୋଇନପାରେ ।

ଅହମ୍ମଦାବାଦରେ ମୋଟେରାରେ ଖେଳାଯାଇଥିବା 2011 ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ସେମିଫାଇନାଲ ଟିକେଟ ପାଇଁ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିଲା ଟିମ ଇଣ୍ଡିଆ । ରୈନା ଏହି ମ୍ୟାଚରେ 34 ରନର ଅପରାଜିତ ଉପଯୋଗୀ ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଫଳରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟର ରାସ୍ତା ଦେଖାଇ ଧୋନି ଧୁରନ୍ଦର ସେମିଫାଇନାଲରେ ପ୍ରବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.