ETV Bharat / sports

ଆଇପିଏଲରୁ ଭିଭୋ ହଟିବା ଏକ ଆର୍ଥିକ ସଙ୍କଟ ନୂହେଁ: ବିସିସିଆଇ ବସ୍

author img

By

Published : Aug 9, 2020, 9:29 PM IST

Updated : Aug 10, 2020, 8:31 PM IST

ଏହି ଛୋଟ ସମସ୍ୟାର ସମାଧାନ ବିସିସିଆଇ ପାଖରେ ଅଛି ବୋଲି ଗାଙ୍ଗୁଲି ନିଶ୍ଚିତ ରହିଛନ୍ତି ।

ଆଇପିଏଲରୁ ଭିଭୋ ହଟିବା ଏକ ଆର୍ଥିକ ସଂଙ୍କଟ ନୂହେଁ: ବିସିସିଆଇ ବସ୍‌

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣ ପାଇଁ ଟାଇଟଲ୍ ପ୍ରଯୋଜକ ଭାବରେ ଭିଭୋଙ୍କ ପ୍ରସ୍ଥାନକୁ ସେ ଆର୍ଥିକ ସଙ୍କଟ ଭାବେ ଦେଖୁ ନାହାନ୍ତି ।

ଗତ ସପ୍ତାହରେ ବିସିସିଆଇ ଟାଇଟଲ୍ ପ୍ରଯୋଜକ ଭିଭୋ ସହ ସହଭାଗିତା ସ୍ଥଗିତ ରଖିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥଲା ବିସିସିଆଇ । ତେବେ ଚୀନ୍ ବିରୋଧୀ ମନୋଭାବ ମଧ୍ୟରେ ଭିଭୋକୁ ଟାଇଟଲ୍ ପ୍ରଯୋଜକ ଭାବରେ ରଖି ସମାଲୋଚିତ ହେବା ପରେ ଏହି ପଦକ୍ଷେପ ନେଇଛି ବିସିସିଆଇ ଏବଂ ଆଇପିଏଲ୍ ପରିଚାଳନା ପରିଷଦ ।

ଏକ କ୍ରୀଡା ୱେବସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ସେ ଏହାକୁ ଗୋଟେ ଆର୍ଥିକ ସଙ୍କଟ ଭାବେ ଦେଖୁ ନାହାନ୍ତି ।

‘‘ମୁଁ ଏହାକୁ ଆର୍ଥିକ ସଙ୍କଟ ବୋଲି କହିବି ନାହିଁ । ଏହା କେବଳ ଗୋଟେ ଛୋଟ ସମସ୍ୟା ଅଟେ । ଏବଂ ଏହାର ଏକମାତ୍ର ଉପାୟ ହେଉଛି କିଛି ସମୟ ମଧ୍ୟରେ ବୃତ୍ତିଗତ ଭାବେ ଶକ୍ତିଶାଳୀ ହେବା ହେବୁ ।’’

"କୌଣସି ବଡ ଜିନିଷ ରାତି ଅଧିଆ ଆସେ ନାହିଁ କିମ୍ବା ରାତି ଅଧିଆ ଚାଲିଯାଏ ନାହିଁ | ତୁମର କୌଣସି ଭୂଲ ଗଣତି ତୁମକୁ କ୍ଷତି ପହଁଚାଇଥାଏ । ସେହିପରି ଦୀର୍ଘ ସମୟ ଧରି ତୁମର ପ୍ରସ୍ତୁତି ତୁମକୁ ସଫଳତା ଦେଇଥାଏ । "

ତେବେ ଏହି ଛୋଟ ସମସ୍ୟାର ସମାଧାନ ବିସିସିଆଇ ପାଖରେ ଅଛି ବୋଲି ଗାଙ୍ଗୁଲି ନିଶ୍ଚିତ ରହିଛନ୍ତି । ନିଜର ଦୃଢକ୍ତି ପ୍ରକାଶ କରି ସେ କହିଛନ୍ତି, ବିସିସିଆଇ ଏବଂ ଆଇପିଏଲ ଉଭୟ ବୃତିଗତ ଭାବେ ବେସ୍‌ ଶକ୍ତି । ଆମ ପାଖରେ ବିରଳ୍ପ ଯୋଜନ ଭରି ରହିଛି । ଏହି ଛୋଟ ସମସ୍ୟା ଆମକୁ ଅଟକାଇ ପାରିବ ନାହିଁ ।

Last Updated : Aug 10, 2020, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.