ETV Bharat / sports

ବିଶ୍ବକପ: ଭାରତର ସେମି ରାସ୍ତାରେ କଣ୍ଟା ସାଜିବ ବାଂଲାଦେଶ - bangladesh

ମଙ୍ଗଳବାର ବିଶ୍ବକପର 40ତମ ମ୍ୟାଚରେ ଭାରତ ବାଂଲାଦେଶକୁ ଭେଟୁଛି । ତେବେ ଏହି ଲଢେଇରୁ ଆବଶ୍ୟକ ଦୁଇ ପଏଣ୍ଟ ହାସଲ କରି ସେମିରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି 2011 ବିଶ୍ବକପ ଚମ୍ପିଆନ ଭାରତ ।

ଡିଜାଇନ ଫଟୋ
author img

By

Published : Jul 2, 2019, 11:00 AM IST

Updated : Jul 2, 2019, 11:18 AM IST

ବର୍ମିଂହାମ: ବର୍ତ୍ତମାନ ବିଶ୍ବକପ ପଏଣ୍ଟ ତାଲିକାର ସମୀକରଣ ଆଧାରରେ ସେମି ରେସରେ ସାମିଲ ହେବାପାଇଁ ଭାରତକୁ ଦୁଇ ପଏଣ୍ଟ ଆବଶ୍ୟକ । ମଙ୍ଗଳବାର ବିଶ୍ବକପର 40ତମ ମ୍ୟାଚରେ ଭାରତ ବାଂଲାଦେଶକୁ ଭେଟୁଛି । ତେବେ ଏହି ଲଢେଇରୁ ଆବଶ୍ୟକ ଦୁଇ ପଏଣ୍ଟ ହାସଲ କରି ସେମିରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି 2011 ବିଶ୍ବକପ ଚମ୍ପିଆନ ଭାରତ । ଅନ୍ୟପଟେ ପଏଣ୍ଟ ତାଲିକାର 7ମ ସ୍ଥାନରେ ଥିବା ବାଂଲାଦେଶ ପାଇଁ ସେମି ରେସରେ ରହିବାକୁ ହେଲେ ନିଶ୍ଚିତ ବିଜୟ ଜରୁରୀ । ଏପରିକି ନିଶ୍ଚିତ ବିଜୟ ପାଇଁ ଭାରତର ସେମିରେସ ଲକ୍ଷ୍ୟକୁ ଧୂଳିସାତ କରିବାକୁ ବାଂଲାଦେଶ ତୟାର ବସିଛି । ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଭାରତୀୟ ସମୟ 3ଟାରେ ଆରମ୍ଭ ହେବ ଏହି ମ୍ୟାଚ ।

ତେବେ ଆଜି ଏହି କର ବା ମର ମୁକାବିଲାରେ ଉଭୟ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିଛନ୍ତି । ମାତ୍ର ଶେଷ ମ୍ୟାଚର ପରାଜୟ ଓ ଗତକାଲି ବିଜୟ ଶଙ୍କର ଦଳରୁ ବାଦ ପଡିବା ଭାରତୀୟ ଦଳର ବଡ କ୍ଷତି ଘଟାଇଛି । ଅନ୍ୟପଟେ ବିଜୟଙ୍କ ଦଳରୁ ବାଦ ପଡିବା ମଧ୍ୟ 4ର୍ଥ ସ୍ଥାନ ପାଇଁ ଅଧିକ ସାମସ୍ୟା ଆଣିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ କେଦାର ଯାଦବଙ୍କ ଦୁର୍ବଳ ପ୍ରଦର୍ଶନ ତାଙ୍କୁ ମଙ୍ଗଳବାର ଅନ୍ତିମ ଏକାଦଶରୁ ବିତାଡିତ କରିପାରେ । ତାଙ୍କ ସ୍ଥାନରେ ଆଜି ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିପାରେ । ସେହିପରି ବେଞ୍ଚରେ ବସିଥିବା ଦିନେଶ କାର୍ତ୍ତିକ ଓ ବିଜୟଙ୍କ ସ୍ଥାନରେ ଆସିଥିବା ମୟଙ୍କ ଅଗ୍ରାୱାଲଙ୍କୁ ନେଇ ମଧ୍ୟ ଦ୍ବନ୍ଦ ଦେଖା ଦେଇଛି । ଫ୍ଲାଟ୍‌ ପିଚରେ ସ୍ପିନ କାମ କରୁ ନଥିବାରୁ କୁଳଦିପ୍‌ ଯାଦବଙ୍କୁ ମଧ୍ୟ ରିପ୍ଲେସ କରିବାର ଯୋଜନା କରାଯାଇପାରେ । ଫଳରେ 3 ପେସର ସହିତ ଦଳରେ ଭୁବନେଶ୍ବର କୁମାରଙ୍କୁ ସ୍ଥାନ ମିଳିବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବାଂଲାଦେଶ ପାଇଁ ଆଜି କର ବା ମର ମୁକାବିଲା ହୋଇଥିବାରୁ ବାଂଲାବାଘ ମ୍ୟାଚରେ ଜି ଜାନ ଲଗାଇ ଦେବ । କାରଣ ବାଂଲା ଟିମ ଯେ କୌଣସି ଟିମର ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛି । ବାଂଲା ଦଳ 2007 ବିଶ୍ୱକପରେ ଭାରତକୁ ପରାସ୍ତ କରି ଆରମ୍ଭରୁ ବାହାର କରି ଦେଇଥିଲା । ଫଳରେ ଆଜି ମ୍ୟାଚରେ ବାଂଲା ବାଘକୁ ଏତେ ବି ହାଲୁକା ଭାବରେ ନେବ ନାହିଁ ବିରାଟ ବାହିନୀ ।

Intro:Body:

blank

Conclusion:
Last Updated : Jul 2, 2019, 11:18 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.