ETV Bharat / sports

ବିଶ୍ବକପ: ଆଜିର ମ୍ୟାଚରେ ଏହି ଖେଳାଳିଙ୍କ ଉପରେ ରହିବ ନଜର - india

ମଙ୍ଗଳବାର ବିଶ୍ବକପର 40ତମ ମ୍ୟାଚରେ ଭାରତ-ବାଂଲାଦେଶ ଲଢେଇ । ଏହି ହାଇଭୋଲ୍ଟେଜ ମ୍ୟାଚରେ ଏହି ଖେଳାଳୀଙ୍କ ଉପରେ ରହିବ ସମସ୍ତଙ୍କ ନଜର ।

ଡିଜାଇନ ଫଟୋ
author img

By

Published : Jul 2, 2019, 1:37 PM IST

ବର୍ମିଂହାମ: ମଙ୍ଗଳବାର ବିଶ୍ବକପର 40ତମ ମ୍ୟାଚରେ ଭାରତ-ବାଂଲାଦେଶ ଲଢେଇ । ତେବେ ସେମିଫାଇନାଲ ପାଇଁ ଭାରତକୁ ଆବଶ୍ୟକ ହେଉଥିବା ଦୁଇ ପଏଣ୍ଟ ଆଜି ମ୍ୟାଚରୁ ଆଦାୟ କରିବାକୁ ଚାହଁବ ବିରାଟ ବାହିନୀ । ଅନ୍ୟପଟେ ପଏଣ୍ଟ ତାଲିକାର 7ମ ସ୍ଥାନରେ ଥିବା ବାଂଲାଦେଶ ପାଇଁ ସେମି ରେସରେ ରହିବାକୁ ହେଲେ ଆଜିର ମ୍ୟାଚ ଜିତିବାକୁ ପଡିବ ।

ତେବେ ବାଂଲା ଟିମ କୌଣସି ଟିମର ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛି । ବାଂଲା ଦଳ 2007 ବିଶ୍ୱକପରେ ଭାରତକୁ ପରାସ୍ତ କରି ଆରମ୍ଭରୁ ବାହାର କରି ଦେଇଥିଲା । ଫଳରେ ଆଜି ମ୍ୟାଚରେ ବାଂଲା ବାଘକୁ ଏତେ ବି ହାଲୁକା ଭାବରେ ନେବ ନାହିଁ ବିରାଟ ବାହିନୀ । ତେବେ ଆଜି ମ୍ୟାଚରେ ଏହି ଖେଳାଳୀଙ୍କ ଉପରେ ରହିବ ସମସ୍ତଙ୍କ ନଜର ।

ରୋହିତ ଶର୍ମା-

ଚଳିତ ବିଶ୍ବକପରେ ନିଜର ହିଟ୍‌ ରୂପ ଦେଖାଇଛନ୍ତି ଭାରତୀୟ ଉପଅଧିନାୟକ ରୋହିତ୍‌ ଶର୍ମା । ଏଯାବତ୍‌ ସେ 6ଟି ଇଂନିସରୁ 3ଟି ଶତକ ସହ 440 ରନ ସଂଗ୍ରହ କରିସାରିଲେଣି । ତେବେ ଧୱନଙ୍କ ଆହାତ ପରେ ରୋହିତ୍‌ଙ୍କ ଉପରେ ପୁରା ନିର୍ଭର କରୁଛି ଭାରତୀୟ ଓପିନଂ ଅର୍ଡର । ସେହିପରି ଟପ ଅର୍ଡର ଫେଲ ମାରିଲା ପରେ ଭାରତୀୟ ବ୍ୟାଟିଂ ଲାଇନ ଅପ୍‌ ଦୂର୍ବଳ ହୋଇପଡୁଛି । ଫଳରେ ଆଜି ମ୍ୟାଚରେ ମଧ୍ୟ ଦାୟୀତ୍ବ ନିଭାଇ ପୁଣି ଏକ ଲମ୍ବା ଇଂନିସ ଖେଳିବେ ରୋହିତ ଶର୍ମା ।

ବିରାଟ କୋହଲି-

ପ୍ରଥମ ଅଧିନାୟକ ଭାବେ ବିଶ୍ବକପରେ 5ଟି ଅର୍ଦ୍ଧଶତକ ମାରି ବିରଳ ରେକର୍ଡ କରିସାରିଛନ୍ତି ରନମେସିନ । ଚଳିତ ସିଜନରେ 6ଟି ମ୍ୟାଚରୁ 382ରନ ସଂଗ୍ରହ କରିଛନ୍ତି ବିରାଟ୍‌ । ତେବେ ମଧ୍ୟକ୍ରମ ସମସ୍ୟା କାରଣ ପାଇଁ ଆଜି ମ୍ୟାଚରେ ଭାରତୀୟ ପାଳି ବିରାଟଙ୍କ ଲମ୍ଭା ଇଂନିସ ଉପରେ ନିର୍ଭର କରିବ ।

ସାକିବ ଅଲ ହସନ-

ଚଳିତ ବିଶ୍ୱକପରେ 6ଟି ମ୍ୟାଚରେ ସାକିବ 476ରନ କରିଛନ୍ତି । ଚଳିତ ବିଶ୍ୱକପରେ ସର୍ବାଧିକ ରନ କରିଥିବା ଖେଳାଳି ତାଲିକାରେ ସେ 3ୟ ସ୍ଥାନରେ ରହିଛନ୍ତି । ଏହି ବାଂଲା ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ଚଳିତ ବିଶ୍ୱକପରେ ୧୨୪ ରନ୍ ରହିଛି । ତାଙ୍କ ନାଁରେ 2ଟି ଶତକ ଏବଂ 3ଟି ଅର୍ଦ୍ଧଶତକ ରହିଛି । ସେହିପରି ବୋଲିଂରେ ସେ ଗୋଟିଏ 5 ୱିକେଟ ହଲ ସହ ମୋଟ୍‌ 10ଟି ୱିକେଟ ନେଇଛନ୍ତି।

ତମିମ୍ ଇକବାଲ୍-

ଚଳିତ ବିଶ୍ୱକପରେ 6ଟି ମ୍ୟାଚ ଖେଳି ତମିମ୍ 205 ରନ୍ କରିଛନ୍ତି। ଚଳିତ ବିଶ୍ୱକପରେ ତାଙ୍କର ସର୍ବାଧିକ ରନ୍ 62 ରହିଛି । ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି । 2015ରୁ ଏଯାଏ ଦଳ ପାଇଁ ସବୁବେଳେ ଭଲ ବ୍ୟାଟିଂ କରି ଆସିଛନ୍ତି ଏହି ଖେଳାଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdfsf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.