ETV Bharat / sports

ବିଶ୍ବକପ: ପାକିସ୍ତାନ ବିପକ୍ଷରେ ଅପରାଜେୟ ରହିବ ଭାରତ !

ଚଳିତ ବିଶ୍ବକପରେ ଆଜି ଦେଖିବାକୁ ମିଳିବ ସବୁଠାରୁ ହାଇଭୋଲଟେଜ ମ୍ୟାଚ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ଥାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ବିଶ୍ବକପ ଫାଇନାଲ ପୂର୍ବରୁ ଏହି ମ୍ୟାଚ ହେଉଛି ସବୁଠାରୁ ବଡ଼ ହାଇଭୋଲଟେଜ ମ୍ୟାଚ ବୋଲି ଆଲୋଚିତ । ଦୁଇ ଦେଶର ଜନତାଙ୍କର ନୁହେଁ, ବରଂ ପୁରା ବିଶ୍ବର ନଜର ରହିଛି ଏହି ମ୍ୟାଚ ଉପରେ । ମାଞ୍ଚେଷ୍ଟରର ଓଲଡ ଟ୍ରାଫଡ଼ରେ ଭାରତୀୟ ସମୟ 3ଟାରେ ଖେଳାଯିବ ଏହି ମ୍ୟାଚ ।

author img

By

Published : Jun 16, 2019, 11:48 AM IST

Updated : Jun 16, 2019, 2:00 PM IST

ଡିଜାଇନ ଫଟୋ

ଲଣ୍ଡନ: ଘଟିବାକୁ ଯାଉଛି ସବୁ ପ୍ରତୀକ୍ଷାର ଅନ୍ତ । ଆରମ୍ଭ ହେବାକୁ ଯାଉଛି ବିଶ୍ବକପର ମହାସମର । ଚଳିତ କ୍ରିକେଟ ବିଶ୍ବକପର ବହୁ ପ୍ରତିକ୍ଷିତ ମ୍ୟାଚ । ଜୁନ 16 ଭାରତ-ପାକିସ୍ତାନ ମହାଲଢେଇ । ଭାରତୀୟ ସମୟ 3ଟାରେ ଲଣ୍ଡନ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫଡ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ପୁରା ବିଶ୍ବର ନଜର ଏହି ମ୍ୟାଚ ଉପରେ ରହିଛି ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ତେବେ ବିଶ୍ବକପରେ ଭାରତ ପାକିସ୍ତାନ ପରସ୍ପରର ଚୀର ପ୍ରତିଦ୍ବନ୍ଦ୍ବୀ ରହିଆସିଛନ୍ତି । ବିଶ୍ବକପ ଟୁର୍ଣ୍ଣାମେଣ୍ଟେର ଭାରତଠାରୁ କେବେ ଜିତି ନଥିବା ପାକ୍‌ ଦଳ ରକ୍ତମୁଖା ହୋଇ ପଡିଆକୁ ଓହ୍ଲାଉଛି । ଅନ୍ୟପଟେ 2017 ଚାମ୍ପିଅନ୍ସ ଟ୍ରଫି ପରାଜୟର ବଦଲା ନେବାକୁ ବି ତୟାର ରହିଛି ବିରାଟ ସେନା ।

ତେବେ ଚଳିତ ବିଶ୍ବକପରେ ଅପରାଜେୟ ରହିଛି ଭାରତୀୟ । ଦୁଇଟି ବିଜୟ ଓ ଗୋଟିଏ ନୋ-ରେଜଲ୍ଟ ସହ ପଏଣ୍ଟ ତାଲିକାର 4ର୍ଥ ସ୍ଥାନରେ ରହିଛି ମେନ-ଇନ୍-ବ୍ଲୁ । ଅନ୍ୟପଟେ ଗୋଟିଏ ବିଜୟ, ଦୁଇଟି ପରାଜୟ ଓ ଗୋଟିଏ ନୋ-ରେଜଲ୍ଟ ସହ 9ମ ସ୍ଥାନରେ ରହିଛି ପାକିସ୍ତାନ । ତେଣୁ ଆଜି ମ୍ୟାଚର ଦାବିଦାର ରହିଛି ଭାରତ ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି ଯଦି ରେକର୍ଡ ଖାତା ଉପରେ ଗୋଟିଏ ନଜର ପକାଇବା, ବିଶ୍ବକପରେ ଭାରତ-ପାକିସ୍ତାନ ହେଟୁ-ଟୁ-ହେଡ ରେକର୍ଡ ରହିଛି 6-0 । ଅର୍ଥାତ 6ଟି ଯାକ ମ୍ୟାଚରେ ଭାରତ ବିଜୟ ହୋଇଛି ।
1992 ବିଶ୍ବକପରେ 43ରନରେ, 1996 ବିଶ୍ବକପରେ 39ରନରେ, 1999 ବିଶ୍ବକପରେ 47ରନରେ, 2003 ବିଶ୍ବକପ- 6 ୱିକେଟରେ, 2011 ବିଶ୍ବକପ-19ରନରେ ଓ 2015 ବିଶ୍ବକପରେ 76 ରନରେ ବିଜୟ ହୋଇଛି ଭାରତୀୟ ଦଳ ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି 2018ପରଠାରୁ ପାକିସ୍ତାନ ଖେଳିଥିବା 33ଟି ଦିନିକିଆରୁ ମାତ୍ର 10ଟିରେ ବିଜୟ ପାଇଛି । ସେହିପରି 21ଟି ମ୍ୟାଚରେ ପରାଜୟ ପାଇଛି ଓ 2ଟି ମ୍ୟାଚର ଫଳାଫଳ ଶୂନ ରହିଛି । ଅନ୍ୟପଟେ 33 ଦିନିକିଆରୁ 22ଟି ମ୍ୟାଚରେ ବିଜୟ ପାଇଛି ବିରାଟ ବ୍ରିଗେଡ । ମାତ୍ର 9ଟି ମ୍ୟାଚ ହାରିଥିବା ବେଳେ ଦୁଇଟି ମ୍ୟାଚ ଟାଇ ରହିଛି ।

ତେଣୁ ରେକର୍ଡ ସବୁ ଭାରତୀୟ ଦଳ ପକ୍ଷରେ ରହିଥିବା ବେଳେ ଅପେକ୍ଷା କେବଳ ଆଜିର ମ୍ୟାଚକୁ । ତେବେ କଣ ବିରାଟ ସେନା ଏହି ଅପରାଜୟ ରେକର୍ଡକୁ ବଜାୟ ରଖୁଛି ନା ରେକର୍ଡ ବ୍ରେକ କରି ସର୍ଫରାଜ ସେନା ଇତିହାସ ରଚୁଛି ।

ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ବିରାଟ କୋହଲି(କ୍ୟାପଟେନ), କେଏଲ ରାହୁଲ, ଏମ ଏସ ଧୋନୀ(ୱିକେଟକିପର), କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର/ମହମ୍ମଦ ଶାମି, କୁଲଦୀପ ଯାଦବ/ରବୀନ୍ଦ୍ର ଜାଡେଜା, ଯୁଜଭେନ୍ଦ୍ର ଚହଲ, ଜଶପ୍ରିତ ବୁମ୍‌ରା ।

ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆସିଫ ଅଲି, ବାବର ଆଜମ, ଫଖର ଜାମାନ, ହାସନ ଅଲି, ମହମ୍ମଦ ଆମିର, ଇମାମ-ଉଲ- ହକ୍‌, ମହମ୍ମଦ ହାଫିଜ୍‌, ସୋଏବ ମଲିକ, ସଦାବ ଖାଁ, ଶାହିନ ଆଫ୍ରିଦି ।

Intro:Body:

fafa

Conclusion:
Last Updated : Jun 16, 2019, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.