ETV Bharat / sports

'16 ଜୁନରେ ପାକିସ୍ତାନ ଉପରେ ଭାରି ପଡିବ ଭାରତ'

ବିଶ୍ବକପରେ ଆସନ୍ତା 16 ତାରିଖରେ ବିଶ୍ବକପରେ ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ । 16 ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ତେବେ ଏହି ମ୍ୟାଚକୁ ନେଇ ବଡ ବୟାନ ଦେଇଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ।

author img

By

Published : Jun 2, 2019, 7:24 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ବିଶ୍ବକପରେ ଜୁନ 16 ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ତେବେ ଏହି ମ୍ୟାଚକୁ ନେଇ ବଡ ବୟାନ ଦେଇଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମ । ସେ କହିଛନ୍ତି, ପାକିସ୍ତାନ ବିପକ୍ଷରେ ଚାଲିଥିବା ଭାରତ ତାର ଅପରାଜେୟ ଧାରା ବଜାୟ ରଖିବ ।

ଉଲ୍ଲେଖଥାଉ କି, ବିଶ୍ବକପରେ ଭାରତକୁ କେବେ ହେଲେ ପାକିସ୍ତାନ ମାତ୍‌ ଦେଇ ପାରିନାହିଁ । ତେବେ ଏହି ମ୍ୟାଚ ବ୍ୟତୀତ ଭାରତର ଅନ୍ୟ ମ୍ୟାଚ ଉପରେ ବି ଟିପ୍ପଣୀ ଦେଇଛନ୍ତି ମ୍ୟାକକୁଲମ । ସେ କହିଛନ୍ତି, ଭାରତ ଖେଳିବାକୁ ଥିବା ୯ଟି ମ୍ୟାଚ୍‌ରୁ ୮ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିବ । ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳକୁ କେବଳ ଆୟୋଜକ ଇଂଲଣ୍ଡ ହରାଇବ ବୋଲି ମ୍ୟାକକୁଲମ ହିସାବ କରିଛନ୍ତି ।

ଭାରତ ଭଳି ଇଂଲଣ୍ଡ ୮ ମ୍ୟାଚ୍‌ରେ ବିଜୟ ହାସଲ କରିବ। ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍‌ ଜିତିବ । ଅନ୍ୟପଟେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଚାରି ଦଳ ମଧ୍ୟରୁ କେବଳ ଗୋଟିଏ ଦଳ ହିଁ ସେମିଫାଇନାଲ ଖେଳିପାରିବ । ଏଣୁ ନେଟ୍‌ ରନରେଟ୍‌, ବର୍ଷା ଓ ଭାଗ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.