ETV Bharat / sports

ଆଇପିଏଲ ପାଇଁ ଏସିଆ କପ ବାତିଲ କରିବା ନେଇ ଅରାଜି PCB

ସେପ୍ଟେମ୍ବରରେ ଏସିଆ କପ ବଦଳରେ ଆଇପିଏଲ ହେବା ନେଇ ଚର୍ଚ୍ଚା । ଅରାଜି ହେଲା ପାକିସ୍ତାନ କ୍ରିକେଟ ବୋର୍ଡ । ଅଧିକ ପଢ଼ନ୍ତୁ...

Won't agree to Asia Cup cancellation, accommodate IPL, PCB chairman Ehsan Mani, ଏସିଆ କପ ବାତିଲ କରିବା ନେଇ ଅରାଜି PCB, ଏହସାନ ମନି,  PCB, ipl
ଆଇପିଏଲ ପାଇଁ ଏସିଆ କପ ବାତିଲ କରିବା ନେଇ ଅରାଜି PCB
author img

By

Published : Apr 15, 2020, 6:05 PM IST

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଏହସାନ ମନି କହିଛନ୍ତି ଯେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କେବେ ବି ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପକୁ ରଦ୍ଦ କରି ଆଇପିଏଲକୁ ସ୍ଥାନ ଦେବା କଥାକୁ ସ୍ବୀକାର କରିବ ନାହିଁ । କୋରୋନା କାରଣରୁ ମାର୍ଚ୍ଚରେ ହେବାକୁ ଥିବା ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି ।

‘‘ମୁଁ ଏବେ ଏପରି ସବୁ ପରିକଳ୍ପନା ବିଷୟରେ ପଢ଼ୁଛି ଓ ଶୁଣୁଛି, କିନ୍ତୁ ମନେ ରଖନ୍ତୁ ଏସିଆ କପ ଖେଳାଯିବା ବା ନଖେଳାଯିବା କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ନିଷ୍ପତ୍ତି ନୁହେଁ । ଏଥିରେ ଅନ୍ୟାନ୍ୟ ଦେଶ ମଧ୍ୟ ସାମିଲ ଅଛନ୍ତି,’’ ବୋଲି ସ୍ପଷ୍ଟ କରି କହିଛନ୍ତି ପିସିବି ଅଧ୍ୟକ୍ଷ ମନି ।

ଆଗରୁ ପାକିସ୍ତାନ ଏସିଆ କପ ଆୟୋଜନ କରିବାକୁ ଥିବା ବେଳେ ଭାରତ ପାକିସ୍ତାନ ଯିବାକୁ ମନା କରି ଦେବାରୁ ବର୍ତ୍ତମାନ ଏସିଆ କପ ଦୁବାଇ ଓ ଆବୁଧାବିରେ ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ତେବେ ମନି ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଏସିଆ କପ ଆୟୋଜନ ହେବା ନିହାତି ଜରୁରୀ କାରଣ ଏହି ଟୁର୍ଣ୍ଣାମେଣ୍ଟରୁ ଯେଉଁ ଅର୍ଥ ଆସିବ ତାହା ଏସିଆ କ୍ରିକେଟର ଉନ୍ନତିରେ ସହାୟକ ହେବ । ଏସିଆନ କ୍ରିକେଟ କାଉନସିଲର ଯେଉଁ ଦେଶ ଗୁଡିକ ସଦସ୍ୟ ଅଛନ୍ତି ତାଙ୍କ ପାଇଁ ଏହା ବେଶ ଗୁରୁତ୍ବପୂର୍ଣ୍ଣ ।’’

ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ‘‘ବର୍ତ୍ତମାନ ପରିସ୍ଥିତିରେ ଏସିଆ କପର ଆୟୋଜନ ଏକ ବଡ ଚ୍ୟାଲେଞ୍ଜ ହେବ କାରଣ ବର୍ତ୍ତମାନ ଏହା ଖେଳାଯିବ କି ନାହିଁ ଜଣାନାହିଁ । କିନ୍ତୁ ପରିସ୍ଥିତି ଯଦି ସ୍ବଭାବିକ ହୁଏ ତେବେ ଏସିଆ କପ ନିଶ୍ଚିୟ ହେବ । କାରଣ ଏଥିରୁ ଉପାର୍ଜିତ ଅର୍ଥ ଏହାର ସଦସ୍ୟ ଦେଶ ଗୁଡିକୁ ବିକାଶ ପାଣ୍ଠି ଭାବେ ପ୍ରଦାନ କରାଯିବ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.