କଟକ: ଆଜି ବାରବାଟୀରେ ମହିଳା ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲ ମୁକାବିଲା । ଫାଇନାଲରେ ଇଣ୍ଡିଆ ବି' ଇଣ୍ଡିଆ ସି' ମଧ୍ୟରେ ହେବ ।
ପ୍ରଥମେ ଟସ ଜିତି ଇଣ୍ଡିଆ ବି' ବ୍ୟାଟିଂ ନିଷ୍ପତ୍ତି ନେଇଛି । ଭାରତ ବି' ଟିମର ନେତୃତ୍ୱ ଜାତୀୟ ମହିଳା କ୍ରିକେଟ ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ନେଉଥିବା ବେଳେ ସି' ଟିମର ଅଧିନାୟିକା ହେଉଛନ୍ତି ଅନ୍ୟତମ ତାରକା ଖେଳାଳି ଭେଦା କୃଷ୍ଣାମୂର୍ତ୍ତୀ । ଓଡ଼ିଆ ଖେଳାଳି ମାଧୁରୀ ମେହେଟ୍ଟା ଇଣ୍ଡିଆ ବି' ଟିମରେ ରହିଛନ୍ତି । ସେହିପରି ସୁଶ୍ରୀ ଦିବ୍ୟଦର୍ଶନୀ ଇଣ୍ଡିଆ ସି' ଟିମର ପ୍ରମୁଖ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।
ଟସ ଜିତି ବ୍ୟାଟିଂ କରିଥିବା ଭାରତ ବି' ନିର୍ଧାରିତ 20 ଓଭରରେ 6 ୱିକେଟ ହରାଇ ସଂଗ୍ରହ କରିଛି 131 ରନ । ଦଳ ପକ୍ଷରୁ ପୂଜା ବସ୍ତ୍ରକର ସର୍ବାଧିକ 43 ରନ କରିଛନ୍ତି । ବନିତା 23 ଓ ରିଚା ଘୋଷ 15 ରନ କରିଛନ୍ତି । ଶେଷ ଭାଗରେ ଅନୁଜା ପାଟିଲ 20 ରନ କରି ଦଳକୁ ଏକ ସମାନ ଜନକ ସ୍କୋରରେ ପହଞ୍ଚାଇଥିଲେ । ଫଳରେ ଇଣ୍ଡିଆ ସି' ସାମ୍ନାରେ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲ 2020 ବିଜୟ ପାଇଁ 132 ରନର ବିଜୟ ଲକ୍ଷ୍ୟ ରହିଛି ।
ଇଣ୍ଡିଆ ବି' ଚୂଡାନ୍ତ ଏକାଦଶ: ଜେମିମା ରୋଡ୍ରିଗସ, ରିଚା, ଏ ଏ ପାଟିଲ, ବନିତା ଭି ଆର, ସ୍ମୃତି ମାନ୍ଧାନା(କ୍ୟାପଟେନ), ରେଣୁକା କେ ସିଂହ, ତନୁଜା ପି କନୱାର, ସୁଶ୍ରୀ ଦିବ୍ୟଦର୍ଶିନି, ପୁଜା ବସ୍ତ୍ରକର, ଆର କଳ୍ପନା(ୱିକେଟ କିପର), କେ ଅଞ୍ଜଳି ଶ୍ରାବଣୀ ।
ଇଣ୍ଡିଆ ସି' ଚୂଡାନ୍ତ ଏକାଦଶ: ନୂଝାତ ପରୱିନ(ୱିକେଟ କିପର), ବେଦା କ୍ରୀଷ୍ଣାମୂର୍ତ୍ତୀ(କ୍ୟାପଟେନ), ଜିନସି ଜର୍ଜ, ମାଧୁରୀ ମେହେଟ୍ଟା, ଡି ହେମଲତା, ରାଜେଶ୍ବରୀ, ଅରୁନ୍ଧତୀ ରେଡ୍ଡି, ମନାଲି, ବ୍ରୁଶାଳି ଭଗତ, ସେଫାଳି ବର୍ମା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ