ETV Bharat / sports

ମହିଳା ଆଇପିଏଲ ନେଇ ଅଞ୍ଜୁମ ଚୋପ୍ରାଙ୍କ ସବୁଜ ସଙ୍କେତ

author img

By

Published : Apr 27, 2020, 10:50 AM IST

ମହିଳା ଆଇପିଏଲକୁ ନେଇ ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ଅଞ୍ଜୁମ ଚୋପ୍ରାଙ୍କ ବଡୟ ବୟାନ । ଭାରତୀୟ ମହିଳା ଟିମର ବିଶ୍ବକପ ବିଜୟ ପାଇଁ ଆଇପିଏଲ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି ।

Women IPL is in progression stage: Anjum chopra
ମହିଳା ଆଇପିଏଲ ନେଇ ଅଞ୍ଜୁମ ଚୋପ୍ରାଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ମହିଳା ଆଇପିଏଲକୁ ନେଇ ଭାରତୀୟ ମହିଳା ଦଳର ପୂର୍ବତନ କ୍ୟାପଟେନ ଅଞ୍ଜୁମ ଚୋପ୍ରାଙ୍କ ବଡୟ ବୟାନ । ଭାରତୀୟ ମହିଳା ଟିମର ବିଶ୍ବକପ ବିଜୟ ପାଇଁ ଆଇପିଏଲ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ମହିଳା ଆଇପିଏଲର ସ୍ଥିତି ଅଧାରେ ରହିଛି । ମାତ୍ର ଏହା ବାସ୍ତବତାରେ ପରିଣତ ପାଇଁ ବିଳମ୍ବ ବିନା, ଶ୍ରୀଘ୍ର ହେବା ଉଚିତ ବୋଲି କହିଛନ୍ତି ଅଞ୍ଜୁମ ଚୋପ୍ରା ।

ମହିଳା ଆଇପିଏଲର ମୂଳଦୁଆ, ମହିଳା ଚ୍ୟାଲେଞ୍ଜ ଟ୍ରଫି ଭାବରେ ପଡିସାରିଥିବା ସେ କହିଛନ୍ତି । ପ୍ରଥମେ ମହିଳା ଚ୍ୟାଲେଞ୍ଜ ଟ୍ରଫିରେ ଗୋଟିଏ ମ୍ୟାଚ ଓ ପରେ ଗତ ବର୍ଷ 4ଟି ମ୍ୟାଚ ଖେଳାଯାଇଥିଲା । ଆଗାମୀ ସଂସ୍କରଣରେ 7ଟି ମ୍ୟାଚ ଖେଳାଯିବା ନେଇ ଲକ୍ଷ୍ୟ ରହିଛି ।

ହରମନପ୍ରିତଙ୍କ ନେତୃତ୍ବରେ ଭାରତୀୟ ମହିଳା କ୍ରିକେଟ ଟିମ ଆଇସିସି ମହିଳା ଟି-20 ବିଶ୍ବକପର ଫାଇନାଲରେ ପହଞ୍ଚିଥିଲା । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ସହ ଏକତରଫା ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ମାତ୍ର ଫାଇନାଲ ମୁକାବିଲାରେ ପରାଜୟ ସହ, ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ବିଶ୍ବକପ ଚମ୍ପିଆନରୁ ବଞ୍ଚିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.