ଅକଲାଣ୍ଡ: ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନଙ୍କୁ ବଡ ସମ୍ମାନ । ବାର୍ଷିକ ନ୍ୟୁଜିଲାଣ୍ଡ କ୍ରିକେଟ ଆୱାର୍ଡ ପାଇଁ 'ଦିନିକିଆ ପ୍ଳେୟାର ଅଫ ଦ ଇୟର' ହୋଇଛନ୍ତି ୱିଲିୟମସନ ।
ବର୍ଷ ତମାମ ପ୍ରଭାବୀ ପ୍ରଦର୍ଶନ ପାଇଁ ୱିଲିୟମସନଙ୍କୁ ଏହି ଆୱାର୍ଡ ପାଇଁ ଚୟନ କରାଯାଇଛି । ଏଥିସହିତ ରସ ଟେଲର ଓ ସୋଫି ଡିଭାଇନ ଯଥାକ୍ରମେ ପୁରୁଷ ଓ ମହିଳା 'ଟି20 ପ୍ଳେୟାର ଅଫ ଦ ଇୟର' ହୋଇଛନ୍ତି । ଦିନିକିଆରେ ସ୍ଥିର ପ୍ରଦର୍ଶନ ପାଇଁ ମହିଳା କ୍ରିକେଟର ସୁଜି ବେଟ୍ସଙ୍କୁ 'ଦିନିକଆ ପ୍ଳେଆର ଅଫ ଦ ଇୟର' ଆୱାର୍ଡ ପାଇଁ ଚୟନ କରାଯାଇଛି ।