ETV Bharat / sports

ୱାସିମ ଆକ୍ରମଙ୍କ ପୁରୁଣା ଫଟୋକୁ ସାନାଇରାଙ୍କ ଟ୍ରୋଲ

author img

By

Published : Mar 30, 2021, 8:25 PM IST

Updated : Mar 30, 2021, 9:20 PM IST

ଏକ ହୋଲି ଫଟୋକୁ ନେଇ ପାକିସ୍ତାନ କ୍ରିକେଟ କିମ୍ବଦନ୍ତୀ ବୋଲର ୱାସିମ ଆକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମଜାଦାର ଟ୍ବିଟ ଦେଖିବାକୁ ମିଳିଛି। ଏହି ଫଟୋ 1987 ମସିହା ପାକିସ୍ତାନର ଭାରତ ଗସ୍ତ ସମୟର। ଅଧିକ ପଢ଼ନ୍ତୁ...

ୱାସିମ ଆକ୍ରମଙ୍କ ପୁରୁଣା ଫୋଟକୁ ସାନାଇରାଙ୍କ ଟ୍ରଲ

ଇସଲାମାବାଦ: ଏକ ହୋଲି ଫଟୋକୁ ନେଇ ପାକିସ୍ତାନ କ୍ରିକେଟ କିମ୍ବଦନ୍ତୀ ବୋଲର ୱାସିମ ଆକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମଜାଦାର ଟ୍ବିଟ ଦେଖିବାକୁ ମିଳିଛି। ଏହି ଫଟୋ 1987 ମସିହା ପାକିସ୍ତାନର ଭାରତ ଗସ୍ତ ସମୟର । ଏଥିରେ ୱାସିମ ଆକ୍ରମ ଏକ ଛୋଟିଆ ପ୍ୟାଣ୍ଟ ପିନ୍ଧି ଖାଲି ଦେହରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ନେଇ ୱାସିମ ଆକ୍ରମଙ୍କୁ ମଜାଳିଆ ଢଙ୍ଗରେ ଟ୍ରୋଲ କରିଛନ୍ତି ତାଙ୍କ ପତ୍ନୀ।

  • It’s a new normal biwi and for your kind information they are shorts 🩳 they were it then 😜 https://t.co/jeDlLyf2JJ

    — Wasim Akram (@wasimakramlive) March 30, 2021 " class="align-text-top noRightClick twitterSection" data=" ">

ୱାସିମ ଆକ୍ରମଙ୍କ ପତ୍ନୀ ସାନାଇରା ଟ୍ବିଟ କରି ଲେଖିଥିଲେ ଯେ, "ଆଜି ଟ୍ବିଟର ଖୋଲୁ ଖୋଲୁ ମୋ ସ୍ବାମୀଙ୍କ ଅଣ୍ଡରୱିୟରରେ ଏକ ଫଟୋ ଦେଖିବାକୁ ପାଇଲି । ଏହା କଣ ସାଧାରଣ କଥା ଥିଲା ?"

ସାନାଇରାଙ୍କ ଜବାବ ଦେଇ ୱାସିମ ଆକ୍ରମ ଲେଖିଛନ୍ତି ଯେ, "ସେହି ସମୟରେ ଏହା ସାଧାରଣ କଥା ଥିଲା ପତ୍ନୀ। ତୁମ ସୂଚନା ପାଇଁ କହି ରଖୁଛି ଯେ, ସେତେବେଳେ ଏମିତି ସଭିଏଁ ପିନ୍ଧୁଥିଲେ।"

ବାସ୍ତବରେ କ୍ରିକେଟ ଟିଭି ଉପସ୍ଥାପକ ଗୌତମ ଭିମାନୀ ଏହି ଫଟୋ ଟ୍ବିଟ୍ କରି ୱାସିମ ଆକ୍ରମଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଫଟୋରେ ଯୁବ ୱାସିମ ଆକ୍ରମଙ୍କ ସହ ଛୋଟ ପିଲା ଗୌତମ ଭିମାନୀ ରହିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି ଯେ, "ମୋ ପ୍ରିୟର କ୍ରିକେଟ ହୋଲି ସ୍ମୃତି। ଭାରତ ଓ ପାକିସ୍ତାନ କ୍ରିକେଟର ଏକ ପୁଲରେ ହୋଲି ଖେଳୁଥିଲେ। ସେହି ସମୟରେ ମୁଁ ପ୍ରଥମ ଥର ପାଇଁ ପାକିସ୍ତାନୀ କ୍ରିକେଟ କିମ୍ବଦନ୍ତୀ ୱାସିମ ଆକ୍ରମଙ୍କୁ ଭେଟିଥିଲି।"

ଏହାର ଜବାବରେ ୱାସିମ ଆକ୍ରମ ମଧ୍ୟ ଗୌତମ ଭିମାନୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ। ସେ ଟ୍ବିଟ କରିଥିଲେ ଯେ, "ହାପି ହୋଲି, 1987ର ସେହି ଦିନ ସ୍ମରଣୀୟ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 30, 2021, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.