ETV Bharat / sports

ଟେଷ୍ଟ କ୍ୟାପ ମିଳିବା ପରେ ମୁଁ ଜଡ଼ ପାଲଟିଯାଇଥିଲି: କୁଲଦୀପ - ମୟଙ୍କ ଅଗ୍ରୱାଲ

କୁଲଦୀପ ଯାଦବ ସେୟାର କଲେ ତାଙ୍କ ପ୍ରଥମ ଟେଷ୍ଟର ସ୍ମୃତି । କହଲେ ଟେଷ୍ଟ କ୍ୟାପ ମିଳିବା ପରେ କିଛି ଭାବିବା ଅବସ୍ଥାରେ ନଥିଲି । ଅଧିକ ପଢ଼ନ୍ତୁ...

Went blank when I was handed the Test cap, Kuldeep Yadav,  ଟେଷ୍ଟ କ୍ୟାପ ମିଳିବା ପରେ ମୁଁ ଜଡ଼ ପାଲଟିଯାଇଥିଲି, କୁଲଦୀପ ଯାଦବ, ମୟଙ୍କ ଅଗ୍ରୱାଲ, ୟୁଜବେନ୍ଦ୍ର ଚହଲ
ଟେଷ୍ଟ କ୍ୟାପ ମିଳିବା ପରେ ମୁଁ ଜଡ଼ ପାଲଟିଯାଇଥିଲି: କୁଲଦୀପ
author img

By

Published : Jun 20, 2020, 1:08 AM IST

ନୂଆଦିଲ୍ଲୀ: ବାମହାତୀ ଭାରତୀୟ ସ୍ପିନର କୁଲଦୀପ ଯାଦବ କହିଛନ୍ତି ଯେ ଧର୍ମଶାଳାରେ 2017 ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ସମୟରେ ସେ ଟେଷ୍ଟ କ୍ୟାପ ପାଇବା କ୍ଷଣି କିଛି ଭାବିବା ଅବସ୍ଥାରେ ନଥିଲେ ବୋଲି କହିଛନ୍ତି ।

‘‘ମୋ ଟେଷ୍ଟ କ୍ୟାପ ପାଇବା ପରେ ଜଡ଼ ପାଲଟି ଯାଇଥିଲି । କ’ଣ ଘଟୁଛି ଏବଂ ଅନ୍ୟମାନେ କ’ଣ କହୁଛନ୍ତି ମୁଁ ଜାଣି ପାରୁନଥିଲି କାରଣ ଏହା ମୋ ଜୀବନର ସବୁଠାରୁ ବଡ ମୁହୂର୍ତ୍ତ ଥିଲା,’’ ବୋଲି କୁଲଦୀପ ମୟଙ୍କ ଅଗ୍ରୱାଲ ଏବଂ ୟୁଜବେନ୍ଦ୍ର ଚହଲଙ୍କ ସହ ଅନଲାଇନ ଭିଡ଼ିଓ ଚାଟରେ କହିଥିଲେ ।

‘‘ମୋର ମନେ ଅଛି (ଡେଭିଡ) ୱାର୍ଣ୍ଣର ମୋର ପ୍ରଥମ ଟେଷ୍ଟ ୱିକେଟ ଏବଂ ଏହା ମୋ ଜୀବନର ଏକ ବଡ଼ ମୁହୂର୍ତ୍ତ ଥିଲା ।’’

ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ ଭାବପ୍ରବଣ ହୋଇପଡିଥିଲି କାରଣ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିବା ଏକ ସ୍ବପ୍ନ ଥିଲା । ଆଉ ପ୍ରଥମ ଦିନରେ ମୁଁ ୱିକେଟ ପାଇଲି। ତେଣୁ ଅଧିକ ଖୁସିର ମୁହୂର୍ତ୍ତ ଥିଲା । ସେଥିପାଇଁ ମୁଁ ଟିକେ ଭାବପ୍ରବଣ ହୋଇଥିଲି।’’

ସେହି ମ୍ୟାଚ୍‌ରେ ବାମହାତୀ ଚାଇନାମ୍ୟାନ ଚାରିଟି ୱିକେଟ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ କାରଣ ଭାରତ ଏହି ମ୍ୟାଚକୁ ଆଠ ୱିକେଟରେ ଜିତିଥିଲା।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.