ETV Bharat / sports

WTC ଫାଇନାଲରେ ନୁହେଁ, ଇଂଲଣ୍ଡ ଟିମ ଉପରେ ରହିଛି ଧ୍ୟାନ: କୋହଲି

author img

By

Published : Feb 5, 2021, 8:01 AM IST

କୋହଲି ମ୍ୟାଚର ପୂର୍ବଦିନ ସନ୍ଧ୍ୟାରେ ପ୍ରେସମିଟ୍‌ରେ କହିଛନ୍ତି ଯେ, ବର୍ତ୍ତମାନ ଆମ ପାଇଁ ମହତ୍ତ୍ବପୂର୍ଣ୍ଣ । ଆମେ ଗୋଟିଏ ସମୟରେ ଗୋଟିଏ ଉପରେ ଧ୍ୟାନ ଦେଇ ଆଗକୁ ବଢିବୁ । ନ୍ୟୁଜିଲାଣ୍ଡରେ ଡବ୍ଲୁଟିସିକୁ ଭାବି ମ୍ୟାଚ ଖେଳିଥିଲୁ । ଫଳରେ ଆମ ଉପରେ ଅଧିକ ଚାପ ପଡିଥିଲା ।

WTC ଫାଇନାଲରେ ନୁହେଁ, ଇଂଲଣ୍ଡ ଟିମ ଉପରେ ରହିଛି ଧ୍ୟାନ: କୋହଲି
WTC ଫାଇନାଲରେ ନୁହେଁ, ଇଂଲଣ୍ଡ ଟିମ ଉପରେ ରହିଛି ଧ୍ୟାନ: କୋହଲି

ଚେନ୍ନାଇ: ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଦିନ ପ୍ରେସମିଟ୍‌ରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ସମ୍ପର୍କରେ କହିଛନ୍ତି ।

ଆଜି ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ ଭାରତ । ତେବେ କୋହଲି ମ୍ୟାଚର ପୂର୍ବଦିନ ସନ୍ଧ୍ୟାରେ ପ୍ରେସମିଟ୍‌ରେ କହିଛନ୍ତି ଯେ, ନ୍ୟୁଜିଲାଣ୍ଡରେ ଡବ୍ଲୁଟିସିକୁ ଭାବି ମ୍ୟାଚ ଖେଳିଥିଲୁ । ଫଳରେ ଆମ ଉପରେ ଅଧିକ ଚାପ ପଡିଥିଲା । କିନ୍ତୁ ଅଷ୍ଟ୍ରେଲିଆ ଗସ୍ତରେ ଆମେ ଏହା ବୁଝି ପାରିଲୁ । ଆମେ ଡବ୍ଲୁଟିସିକୁ ନଭାବି ଅଷ୍ଟ୍ରେଲିଆ ମ୍ୟାଚ ଉପରେ ଧ୍ୟାନ ଦେଲୁ । ଫଳରେ ଟିମ ଅତ୍ୟଧିକ ଚାପରେ ନଥିଲା । ସେହିପରି ଏବେ ବି ଆମ ପାଇଁ ବର୍ତ୍ତମାନ ମହତ୍ତ୍ବପୂର୍ଣ୍ଣ । ଆମେ ଗୋଟିଏ ସମୟରେ ଗୋଟିଏ ଉପରେ ଧ୍ୟାନ ଦେଇ ଆଗକୁ ବଢିବୁ ।

ଅନ୍ୟପଟେ ଅଷ୍ଟ୍ରେଲିଆରେ ସାନଦାର ପ୍ରଦର୍ଶନ ପାଇଁ ମହମ୍ମଦ ସିରାଜ, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ନବଦୀପ ସାଇନି ଆଦି ଯୁବ ଖେଳାଳିଙ୍କ ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି । ଏଥିସହ ସେ କହିଛନ୍ତି ଯେ, ଯେତେବେଳେ 2014ରେ ମୁଁ ଟିମର ଅଧିନାୟକ ହୋଇଥିଲି , ସେତେବେଳେ ଆମେ ନିଷ୍ପତ୍ତି ନେଇଥିଲୁ ପ୍ରତ୍ୟେକ ମ୍ୟାଚରେ ଆମେ ଜିତିବା ପାଇଁ ଖେଳିବୁ , ଯଦି ବିକଳ୍ପ ନଥିବ ଡ୍ର ଖେଳିବା ଆମର ଅନ୍ତିମ ଚେଷ୍ଟା ଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.