ETV Bharat / sports

କୋହଲିଙ୍କ ଠୁ କ୍ରିକେଟ କୌଶଳ ଶିଖିଥିଲେ ସଞ୍ଜୁ - ଭାରତୀୟ ଅଧିନାୟକ

ଭାରତୀୟ ଅଧିନାୟକ ବିରାଟ କୋହଲି ସଞ୍ଜୁଙ୍କ କ୍ରିକେଟ୍ ଆଭିମୁଖ୍ୟ କିପରି ବଦଳାଇବାରେ ସାହାଯ୍ୟ କରିଛନ୍ତି ସେ ବିଷୟରେ ସଞ୍ଜୁ କହିଛନ୍ତି ।

କୋହଲିଙ୍କଠୁ କ୍ରିକେଟ କୌଳଶ ଶିଖିଲେ ସଞ୍ଜୁ
କୋହଲିଙ୍କଠୁ କ୍ରିକେଟ କୌଳଶ ଶିଖିଲେ ସଞ୍ଜୁ
author img

By

Published : Sep 30, 2020, 8:29 PM IST

ଦୁବାଇ: ରାଜସ୍ଥାନ ରୟାଲ୍ସର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା ଆଇପିଏଲର ଦୁଇଟି ଇନିଂସରେ 16 ଟି ଛକା ମାରିଛନ୍ତି । ସାମସନ୍ ଗୋଟିଏ ମ୍ୟାଚ୍ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ମନୋନୀତ ହେବା ସହିତ ତାଙ୍କ ଦଳ ଉଭୟ ଗେମ୍ ଜିତିଥିଲା ।

25 ବର୍ଷୀୟ ସାମସନ୍ କହିଛନ୍ତି ଯେ ଏହା ପୂର୍ବରୁ ଭାରତର ଅଧିନାୟକ ବିରାଟ କୋହଲିଙ୍କ ସହ କଥା ହୋଇଥିଲେ । ଯାହା ଖେଳ ପ୍ରତି ତାଙ୍କର ମନୋଭାବ ବଦଳାଇ ଦେଇଥିଲା । ଭାରତୀୟ ଅଧିନାୟକ ବିରାଟ କୋହଲି ସଞ୍ଜୁଙ୍କ କ୍ରିକେଟ୍ ଆଭିମୁଖ୍ୟ କିପରି ବଦଳାଇବାରେ ସାହାଯ୍ୟ କରିଛନ୍ତି ସେ ବିଷୟରେ ସଞ୍ଜୁ କହିଛନ୍ତି ।

କୋହଲିଙ୍କଠୁ କ୍ରିକେଟ କୌଳଶ ଶିଖିଲେ ସଞ୍ଜୁ

ଏକ ଭିଡିଓ ବାର୍ତ୍ତା ମଧ୍ୟମରେ ସଞ୍ଜୁ କହିଛନ୍ତି, "ଯେତେବେଳେ ମୁଁ ଭାରତୀୟ ଦଳ ସହିତ ଜିମରେ ଥିଲି, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଅନୁଭୂତି ଘଟିଥିଲା । ମୁଁ ବିରାଟ ଭାଇଙ୍କ ସହ ଟ୍ରେନିଂ ନେଉଥିଲି । ସେତେବେଳେ ତାଙ୍କୁ ଟ୍ରେନିଂ ରୁଟିନ୍ ନେଇ ପଚାରିଥିଲି । ‘କାହିଁକି ଆପଣ ଫିଟନେସ୍ ଉପରେ ସମସ୍ତ ଶକ୍ତି ଲଗାନ୍ତି | ମୁଁ ଅନେକ ପ୍ରଶ୍ନ ପଚାରିବାରେ ଲାଗିଲି ଏବଂ ତା’ପରେ ସେ ମୋତେ କହିଲେ, ସଞ୍ଜୁ ତୁମେ କେତେ ବର୍ଷ ପାଇଁ ଖେଳିବାକୁ ଯାଉଛ |’ ସଞ୍ଜୁ ଉତ୍ତର ଦେଇଥିଲେ ‘ମୋତେ ଏବେ 25 ବର୍ଷ । ମୁଁ ପ୍ରାୟ ଆଉ ଦଶ ବର୍ଷ ଖେଳିପାରିବି । "

"ତା’ପରେ ସେ କହିଲେ, ଦେଖ ତୁମେ ଦଶ ବର୍ଷ ପରେ ଯାହା ଚାହୁଁଛ ତାହା କରିପାରିବ। ଯେପରି, ଯଦି ତୁମେ କେରଳ ଖାଦ୍ୟ ଖାଇବାକୁ ଚାହୁଁଛ, ତୁମେ ଯାହା ଖାଇ ପାରିବ, ତୁମେ ଯାହା ଅନୁଭବ କରିପାରିବ ତାହା କରିପାରିବ । କିନ୍ତୁ ଏହି ଦଶ ବର୍ଷ ପରେ ତୁମେ ଆଉ କ୍ରିକେଟ ଖେଳି ପାରିବ ନାହିଁ । ଏହି ଦଶ ବର୍ଷରେ ତୁମ ପାଖରେ ଯାହା ଅଛି, ତୁମେ କାହିଁକି ସବୁକିଛି ଦେଉନାହଁ? ଏହା ପରେ ମୁଁ ଭାବୁଛି କ୍ରିକେଟ୍ ପ୍ରତି ମୋର ଦୃଷ୍ଟିକୋଣ ବଦଳିଛି | ମୁଁ ପୂର୍ବରୁ ଉତ୍ସର୍ଗୀକୃତ ଥିଲି, ମୁଁ ସବୁକିଛି ଦେଇଥିଲି କିନ୍ତୁ ଆଉ କିଛି ବାକି ରହିଯାଇଥିଲା । ’’ ବୋଲି ସଞ୍ଜୁ କହିଛନ୍ତି ।

କୋହଲିଙ୍କଠୁ କ୍ରିକେଟ କୌଳଶ ଶିଖିଲେ ସଞ୍ଜୁ
କୋହଲିଙ୍କଠୁ କ୍ରିକେଟ କୌଳଶ ଶିଖିଲେ ସଞ୍ଜୁ

ଦୁଇ ଇନିଂସରେ କେରଳ ବ୍ୟାଟ୍ସମ୍ୟାନ 34 ଟି ବଲରୁ 74 ଟି ଏବଂ 42 ଟି ବଲରୁ 85 ରନ ସ୍କୋର କରିଚନ୍ତି । ସଞ୍ଜୁଙ୍କ ଏହି ଶାନଦାର ପ୍ରଦର୍ଶନ ପରେ ତାଙ୍କୁ ଭାରତର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଏମଏସ ଧୋନିଙ୍କ ସହ ତୁଳନା କରାଯାଇଥିଲା ।

କୋହଲିଙ୍କଠୁ କ୍ରିକେଟ କୌଳଶ ଶିଖିଲେ ସଞ୍ଜୁ
କୋହଲିଙ୍କଠୁ କ୍ରିକେଟ କୌଳଶ ଶିଖିଲେ ସଞ୍ଜୁ

"ଏମଏସ ଧୋନିଙ୍କ ପରି ଖେଳିବା କିମ୍ବା ଏମଏସ ଧୋନିଙ୍କ ଭଳି ଖେଳକୁ ଚିନ୍ତା କରିବା ଆଦୌ ସହଜ ନୁହେଁ । ସେ ଏହି ଦଶନ୍ଧିର ଶ୍ରେଷ୍ଠ ଫିନିସର କିମ୍ବା ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଜଣେ । ତେଣୁ ମୁଁ କଦାପି ନିଜକୁ ଏମଏସ ଧୋନିଙ୍କ ପରି ଭାବି ନାହିଁ । ମୁଁ ପ୍ରକୃତରେ ନିଜ ପରିଚୟରେ ବଞ୍ଚିବାକୁ ଭଲ ପାଏ ’’ ବୋଲି ସଞ୍ଜୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.