ଜୟପୁର: ବାଦ ବିବାଦ ଭିତରେ ଛନ୍ଦି ହୋଇଯାଇଥିଲା ଗତକାଲିର ଚେନ୍ନାଇ-ରାଜସ୍ଥାନ ମ୍ୟାଚ । ମ୍ୟାଚ ଶେଷରେ କ୍ୟାପ୍ଟେନ କୁଲ ନିଜର କୁଲନେସ ହାରଇ ବସିଥିଲେ ମଧ୍ୟ ଚେନ୍ନାଇର ବୋଲିଂ ସମୟରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ । ବୋଲର ଦୀପକ ଚହରଙ୍କ କଥାରେ ଧୋନି ରିଭ୍ୟୁ ଡିସିସନ ନେଇଥିଲେ ।
ମ୍ୟାଚରେ ଚହର ରାଜସ୍ଥାନ ଅଧିନାୟକ ଆଜିଙ୍କ୍ୟ ରାହାଣେ ବିରୋଧରେ ଏଲବିଡବ୍ଲ୍ୟୁ ଅପିଲ୍ କରିଥିଲେ ଏବଂ ଅମ୍ପାୟାର ଏହାକୁ ନାକଚ କରିଦେଇଥିଲେ । ତେବେ ଚହର ପ୍ରଥମେ ରିଭ୍ୟୁ ନେବାକୁ କହିଥିଲେ । ମାତ୍ର ଧୋନି ନିଶ୍ଚିତ ନଥିଲେ । କିନ୍ତୁ ଚହର ତାଙ୍କୁ ଛୋଟ ପିଲା ପରି ମନାଇବାକୁ ଚେଷ୍ଟା କରୁଥିଲେ । ଯାହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଶେଷରେ ଚହରଙ୍କ ବିଶ୍ୱାସ ଦେଖାଇ ଧୋନି ରିଭ୍ୟୁ ନେଇଥିଲେ ଏବଂ ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତି ବୋଲରଙ୍କ ସପକ୍ଷରେ ରହିଥିଲା । ପ୍ରାୟତଃ ଧୋନି ସମସ୍ତ ରିଭ୍ୟୁ ନିଷ୍ପତ୍ତି ନିଜେ ନେଇଥାନ୍ତି । ଯେବେକି ଏହି ମ୍ୟାଚରେ ସେ ପ୍ରଥମ ଥର ବୋଲରଙ୍କ କଥା ମାନିଥିବା ଦେଖିବାକୁ ମିଳିଥିଲା ।
ଦେଖନ୍ତୁ ଭିଡିଓ-
-
WATCH: Dhoni's successful nick of time DRS call
— IndianPremierLeague (@IPL) April 11, 2019 " class="align-text-top noRightClick twitterSection" data="
Full video here ▶️▶️https://t.co/Dq9WH3ctqG #RRvCSK pic.twitter.com/273wWcmxkG
">WATCH: Dhoni's successful nick of time DRS call
— IndianPremierLeague (@IPL) April 11, 2019
Full video here ▶️▶️https://t.co/Dq9WH3ctqG #RRvCSK pic.twitter.com/273wWcmxkGWATCH: Dhoni's successful nick of time DRS call
— IndianPremierLeague (@IPL) April 11, 2019
Full video here ▶️▶️https://t.co/Dq9WH3ctqG #RRvCSK pic.twitter.com/273wWcmxkG