ETV Bharat / sports

ଭାରତ-ଚୀନ ସୀମା ବିବାଦ ସତ୍ତ୍ବେ ଆଇପିଏଲର ପ୍ରାୟୋଜକ ରହିବ ଭିଭୋ

author img

By

Published : Jun 18, 2020, 10:50 PM IST

କାରଣ ଗଲୱାନ ଘଟିରେ ଦେଶର 20 ଯବାନ ଶହୀଦ ହେବା ପରେ ସାରା ଦେଶ ଚୀନ ସାମଗ୍ରୀକୁ ବ୍ୟାନ କରିବାକୁ ଯୋଜନା କରୁଛି । ମାତ୍ର ଆଜି ବିସିସିଆଇ କୋଷାଧକ୍ଷ୍ୟ ଅରୁଣ ଧୁମାଲ ମନ୍ତବ୍ୟ ଦେଇ କହିଛନ୍ତି ଚଳିତ ବର୍ଷ ଆଇପିଏଲର ପ୍ରାୟୋଜକ ଭିଭୋକୁ ବ୍ୟାନ କରିବା ନେଇ ଆମର କୌଣସି ଯୋଜନା ନାହିଁ । ଅଧିକ ପଢନ୍ତୁ...

vivo-to-remain-ipl-title-sponsor-for-now
ଭାରତ-ଚୀନ ସୀମା ବିବାଦ ସତ୍ତ୍ବେ ଆଇପିଏଲର ପ୍ରାୟୋଜକ ରହିବ ଭିଭୋ

ହାଇଦ୍ରାବାଦ: ଭାରତ-ଚୀନ ସୀମା ବିବାଦ ପାଇଁ ସାରା ଦେଶ ଏବେ ସରଗରମ । ଅନ୍ୟପଟେ କୋରୋନା କଟକଣା ପାଇଁ ସ୍ଥଗିତ ରହିଥିବା ଦେଶର ବିତ୍ତଶାଳୀ ଲିଗ ଆଇପିଏଲ ଆୟୋଜନ ନେଇ ସମ୍ଭାବନା ଦେଖା ଦେଇଛି । ତେବେ ଏହି ଧନୀ ଲିଗର ପ୍ରାୟୋଜକ ରହିଛି ଚୀନର ମୋବାଇଲ କମ୍ପନୀ ଭିଭୋ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି ।

କାରଣ ଗଲୱାନ ଘଟିରେ ଦେଶର 20 ଯବାନ ଶହୀଦ ହେବା ପରେ ସାରା ଦେଶ ଚୀନ ସାମଗ୍ରୀକୁ ବ୍ୟାନ କରିବାକୁ ଯୋଜନା କରୁଛି । ମାତ୍ର ଆଜି ବିସିସିଆଇ କୋଷାଧକ୍ଷ୍ୟ ଅରୁଣ ଧୁମାଲ ମନ୍ତବ୍ୟ ଦେଇ କହିଛନ୍ତି ଚଳିତ ବର୍ଷ ଆଇପିଏଲର ପ୍ରାୟୋଜକ ଭିଭୋକୁ ବ୍ୟାନ କରିବା ନେଇ ଆମର କୌଣସି ଯୋଜନା ନାହିଁ ।

ସୂଚନାଥାଉ କି, ଚୀନ ମୋବାଇଲ ଟେକ୍ନୋଲୋଜି ସବୁଠାରୁ ଉନ୍ନତ ମାନର ଫୋନ ଭିଭୋ ଆଇପିଏଲ୍ ପାଇଁ ଟାଇଟଲ୍ ପ୍ରଯୋଜକ ରହିଛି । 2018ରୁ ପାଞ୍ଚ ବର୍ଷ ପାଇଁ 2,199 କୋଟି (ବାର୍ଷିକ 440 କୋଟି) ଟଙ୍କାରେ ଭିଭୋ ଆଇପିଏଲ ପ୍ରାୟୋଜନ ଭାର ନେଇଛି ।

ତେବେ ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମାଲ କହିଛନ୍ତି ଯେ, ‘‘ ବର୍ତ୍ତମାନ ସୁଦ୍ଧା ସେପରି କୌଣସି ଯୋଜନା ନାହିଁ । କାରଣ ଭିଭୋ ଆଇପିଏଲ ସ୍ପନସର କରିବା ଫଳରେ ଭାରତକୁ ବହୁତ ଲାଭ ହେଉଛି । ’’

“ଯେତେବେଳେ ଆମେ ଚୀନ କମ୍ପାନୀମାନଙ୍କୁ ଭାରତରେ ସେମାନଙ୍କ ଉତ୍ପାଦ ବିକ୍ରୟ କରିବାକୁ ଅନୁମତି ଦେଉଛୁ, ସେମାନେ ଭାରତୀୟ ଗ୍ରାହକଙ୍କଠାରୁ ଯାହା ଟଙ୍କା ନେଉଛନ୍ତି, ସେମାନେ ବ୍ରାଣ୍ଡର ପଦୋନ୍ନତି ଭାବରେ ବିସିସିଆଇକୁ ଏହାର ଏକ ଅଂଶ ଦେଉଛନ୍ତି । ବିସିସିଆଇ ସେହି ଟଙ୍କା ଉପରେ 42 ପ୍ରତିଶତ ଟିକସ ଭାରତ ସରକାରଙ୍କୁ ଦେଉଛି । ତେଣୁ ଏହା ଭାରତର ଅର୍ଥନିତୀକୁ ସାହାଯ୍ୟ କରୁଛି । ’’ ବୋଲି ଧୁମାଲ କହିଛନ୍ତି ।

“ଆମେ ଯୁକ୍ତିଯୁକ୍ତ ଭାବରେ ଚିନ୍ତା କରିବା ଆବଶ୍ୟକ। ଆଜି, ଯଦି ଆମେ ଆନୁଷ୍ଠାନିକ ଭାବରେ ଚୀନର ଉତ୍ପାଦ କିଣିବା ବିରୁଦ୍ଧରେ ନିଷ୍ପତ୍ତି ନେଉଛେ । ତେବେ ମୁଁ ଏହାକୁ ସମର୍ଥନ କରିବି । କିନ୍ତୁ ବର୍ତ୍ତମାନ ଚୀନ ଉତ୍ପାଦ ବିକ୍ରି ହେଉଛି । ତେଣୁ ଏବେ ସମସ୍ୟା କ’ଣ ? ଏହି ଟଙ୍କା ଭାରତ ବାହାରକୁ ଯାଉନାହିଁ। ” ବୋଲି ସେ କହିଛନ୍ତି ।

ତେବେ ପରବର୍ତ୍ତୀ ଚକ୍ର ପାଇଁ ପ୍ରାୟୋଜକ ନୀତିର ସମୀକ୍ଷା କରାଯିବ ବୋଲି କୋଷାଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି। “ଯେତେବେଳେ ପରବର୍ତ୍ତୀ ଚକ୍ର ଆସିବ, ଆମେ ବିସିସିଆଇ ନୁହେଁ ଦେଶର ସ୍ବାର୍ଥ ଦୃଷ୍ଟି କୋଣରୁ ନିଷ୍ପତ୍ତି ନେବୁ ।’’

ତେବେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ପ୍ରଶାସକ କମିଟି ଥିବା ସମୟରେ ଭିଭୋକୁ ଟାଇଟଲ୍ ପ୍ରାୟୋଜକ ପ୍ରଦାନ କରାଯାଇଥିଲା । ଧୁମାଲ କହିଛନ୍ତି ଯେ ପୂର୍ବ ଶାସନ ଦ୍ବାରା ଚୁକ୍ତିନାମା ସ୍ବାକ୍ଷର ହୋଇଥିବାରୁ ସେମାନେ ଭାଗିଦାରୀ ପାଳନ କରିବେ ।’’

ସୂଚନାଥାଉକି, ସେପ୍ଟେମ୍ବର 8ରୁ ନଭେମ୍ବର 23 ମଧ୍ୟରେ ବୋର୍ଡ ଆଇପିଏଲ୍ ଆୟୋଜନ କରିବାକୁ ଚେଷ୍ଟା ଚଳାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସୌଜନ୍ୟ-SPORTS STAR

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.