ETV Bharat / sports

ଆଜି ମୁଁ ଯେଉଁ ସ୍ଥାନରେ ଅଛି କେବଳ ଦାଦାଙ୍କ ପାଇଁ: ସେହ୍ବାଗ - ଗାଙ୍ଗୁଲିଙ୍କ ଅଧିନାୟକତ୍ବ ମନେ ପାକଇଲେ ସେହୱାଗ

ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ଖେଳିଥିବା ବେଳର କଥା ମନେ ପକାଇଲେ ସେହ୍ବାଗ । କହିଲେ ଆଜି ସେ ଯେଉଁ ସ୍ଥାନରେ ପହଁଞ୍ଚିଛନ୍ତି କେବଳ ଦାଦାଙ୍କ ଯୋଗୁଁ । ଗାଙ୍ଗୁଲିଙ୍କ ଠାରୁ ଭଲ ବିସିସିଆଇ ଅଧ୍ୟକ୍ଷ ଆଉ କେହି ହେଇ ପାରିବେ ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ...

ଫାଇଲ ଫଟୋ
author img

By

Published : Oct 28, 2019, 1:01 PM IST

ନୂଆଦିଲ୍ଲୀ: ଦାଦାଙ୍କୁ ନେତୃତ୍ବର ଏହି ଅବତାରରେ ଦେଖିବା ପରେ ମତେ ମନେ ପଡିଯାଉଛି ଯେତେବେଳେ ସେ ଆମ ସହ ଡ୍ରେସିଙ୍ଗ ରୁମରେ ରହୁଥିଲେ । ନିଜର ସେକେଣ୍ଡ ଇଂନିସରେ ମଧ୍ୟ ଗାଙ୍ଗୁଲି ନିଜର ନେତୃତ୍ବ ନେବା କୌଶଳର ବ୍ୟବହାର କରି ଖୁବ ଭଲ ପ୍ରଦର୍ଶନ କରିବେ ବୋଲି ମୋର ବିଶ୍ବାସ । ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ।

ଆଗାମୀ ଦିନରେ ବିସିସିଆଇରେ ଆକ୍ରାମକ ଭାବେ ଆଗକୁ ବଢ଼ିବ ବୋଲି ମୋର ବିଶ୍ବାସ । କାରଣ ବର୍ତ୍ତମାନ ସୌରଭ ଗାଙ୍ଗୁଲି ଏହାର ଦାୟିତ୍ବ ନେଇଛନ୍ତି । 2000 ମସିହାରେ ଯେତେବେଳେ ଦାଦା ଆମର ଅଧିନାୟକ ହୋଇଥିଲେ, ସେ ଆମକୁ ବିଦେଶରେ ବିଜୟ ହାସଲ କରିବା ଶିଖାଇଲେ, ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସେ ଆମକୁ ଶିଖାଇଥିଲେ ମୈଦାନ ଉପରେ ସଂଘର୍ଷ କିପରି କରନ୍ତି । ମତେ ଲାଗୁଛି ସେ ବର୍ତ୍ତମାନ ନିଜର ନୂତନ ଭୂମିକାକୁ ମଧ୍ୟ ସମାନ ଭାବରେ ତୁଲାଇବେ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ବିସିସିଆଇକୁ ଆହୁରି ଆଗକୁ ନେଇଯିବେ ।

ସେହ୍ବାଗ ଆହୁରି ମଧ୍ୟ କହିଛନ୍ତି ଯେ, ମତେ ଶୁଣି ବହୁତ ଖୁସି ଲାଗିଲା ଯେ ସେ ଘରୋଇ କ୍ରିକେଟର ଉନ୍ନତି କରିବାକୁ ଚାହୁଁଛନ୍ତି । ଏହି କାମ କରିବା ପାଇଁ ସେ ହେଉଛନ୍ତି ଶ୍ରେଷ୍ଠ ଲୋକ । ଗାଙ୍ଗୁଲି ତୃଣମୁଳ ସ୍ଥରରେ ସମସ୍ୟା କଣ ରହିଛି ଯାଣିଛନ୍ତି । ତାଙ୍କୁ ଯେତେବେଳେ ଟିମରୁ ବାଦ ଦିଆଯାଇଥିଲା ସେ ସାରା ଦେଶ ବୁଲୁଥିଲେ । ମୋର ଏବେ ବି ମନେ ଅଛି ଟିମକୁ ଫେରିବା ପରେ ସେ ସବୁବେଳେ କୁହନ୍ତି ଯେ ଘରୋଇ କ୍ରିକେଟରେ କଣ ଅଭାବ ରହୁଛି ।

ଦାଦା ସବୁବେଳେ ନିଜ ଖେଳାଳିଙ୍କୁ ସହଯୋଗ କରୁଥିଲେ । ଯଦି ସେ ମନେକରନ୍ତି ଯେ ଆପଣ ମ୍ୟାଚ ୱିନର ତେବେ ଦାଦା ଆପଣଙ୍କୁ ତାହା କରିବାକୁ ସୁଯୋଗ ଦିଅନ୍ତି । ମୁଁ, ଯୁବରାଜ, ହରଭଜନ, ଜାହିର ଖାନ, ଆସିସ ନେହରା, ମହମ୍ମଦ କୈଫ ଆମେ ସବୁ ଏହା ଅନୁଭବ କରିଛୁ ।

ସେ ଖେଳାଳିଙ୍କୁ ଅନେକ ଆତ୍ମବିଶ୍ବାସ ଦିଅନ୍ତି । ଯାହା ଦ୍ବାରା ଖେଳାଳି ଭୁଲି ଯାଏ ଯେ ସେ ଗତ 8ରୁ 10ଟି ଇନିଂସରେ ଖରାପ ପ୍ରଦର୍ଶନ କରିଛି । କିଛି ଏମତି ଚମତ୍କାର ହୁଏ ଯେ ଖେଳାଳି ଭାବନ୍ତି ସେମାନେ ବାସ୍ତବରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଆଉ ସେହି ଆତ୍ମବିଶ୍ବାସର ସହିତ ଖେଳାଳି ନିଜର 100 ପ୍ରତିଶତ ଦେଉଥିଲେ ଓ ଆମେ ମ୍ୟାଚ ଜିତି ଯାଉଥିଲୁ । ଜଣେ ଅଧିନାୟକ ଭାବେ ଦାଦାଙ୍କର ଏହା ସବୁଠାରୁ ବଡ ଶକ୍ତି ଥିଲା ବୋଲି କହିଛନ୍ତି ବୀରୁ ।

ମତେ ପ୍ରାୟ ସମୟରେ ପ୍ରଶ୍ନ ପଚରା ଯାଏ ଯେ ମିଡିଲ ଅର୍ଡରରେ ବ୍ୟାଟିଙ୍ଗ କରୁଥିବା ମୋପରି ଜଣେ ବ୍ୟାଟ୍ସମ୍ୟାନଙ୍କୁ କିପରି ଓପନର ହେଲା । ଏଥିରେ ଦାଦାଙ୍କର ବଡ ଭୂମିକା ରହିଛି । ସେ ମତେ କହିଲେ ଯେ ତମେ ଓପନିଂ କର । ମୁଁ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ପରାଚିଲି କାହିଁକି ଆପଣ ଓପନ କରୁ ନାହାଁନ୍ତି କି ? ସଚିନ ବି ତ ଓପନିଙ୍ଗ କରନ୍ତି ତେବେ ମୁଁ କାହିଁକି ?

ସେତିକି ବେଳେ ସେ ମତେ ବୁଝାଇଥିଲେ ଯେ ଓପନିଂ ପାଇଁ ସ୍ଥାନ ଖାଲି ଅଛି, ତେଣୁ ଯଦି ମୁଁ ସେହି ସ୍ଥାନ ନିଏ ତେବେ ମୋ ସ୍ଥାନ ଟିମରେ ପକ୍କା ହୋଇଯିବ । କିନ୍ତୁ ଯଦି ମୁଁ ମିଡିଲ ଅର୍ଡରରେ ହିଁ ଖେଳିବାକୁ ଚାହିଁବି ତେବେ ମତେ ଜଣେ ଖେଳାଳି ଆହତ ହେଲେ ହିଁ ସୁଯୋଗ ମିଳିବ ।

ତେବେ ମତେ ଯାହା ସବୁଠାରୁ ଅଧିକ ପ୍ରଭାବିତ କରିଥିଲା ତାହା ହେଲା, ଦାଦା ମତେ କହିଥିଲେ ଯେ ମୁଁ ତୁମକୁ ତିନି ଚାରୋଟି ଇନିଂସରେ ଓପନ କରିବାକୁ ଦେବି । ଯଦି ତୁମେ ନିଜକୁ ପ୍ରମାଣିତ କରି ନପାରିଲ ତଥାପି ତୁମେ ଖେଳିବ । ତୁମକୁ ବାଦ ଦେବା ପୂର୍ବରୁ ତୁମକୁ ପୁଣି ଥରେ ମିଡିଲ ଅର୍ଡରେ ଖେଳିବାକୁ ସୁଯୋଗ ଦେବି ।

ଏହା ଏକ ଭଲ ଉପାୟ ଥିଲା । ଏହାଦ୍ବାରା ଜଣେ ଖେଳାଳି ତା ଅଧିନାୟକ ଉପରେ ଭରସା କରିପାରେ । ଏଥିରୁ ମତେ ମଧ୍ୟ ଖୁବ ଆତ୍ମ ବିଶ୍ବାସ ମିଳିଥିଲା ବୋଲି କହିଛନ୍ତି ସେହ୍ବାଗ । ମତେ ଲାଗିଲା ଯେ ଦାଦା ମତେ ଏତେ ସମର୍ଥନ କରୁଛନ୍ତି , ତେଣୁ ମତେ ମଧ୍ୟ ଚେଷ୍ଟା କରିବା ଦରକାର । ଆଜି ମୁଁ ଯେଉଁ ସ୍ଥାନରେ ଅଛି କେବଳ ତାଙ୍କ ପାଇଁ । ଦାଦା ଜଣେ ବହୁତ ବୁଦ୍ଧିମାନ ଓ ସରଳ ଅଧିନାୟକ ଥିଲେ । ସେ ନିର୍ଣ୍ଣୟ ନେବାରେ ସମସ୍ତଙ୍କୁ ସାମିଲ କରୁଥିଲେ । ସେ ସମସ୍ତଙ୍କ କଥା ଶୁଣୁଥିଲେ କିନ୍ତୁ ତାଙ୍କୁ ଯାହା ଠିକ ଲାଗୁଥିଲା ସେ ତାହା କରୁଥିଲେ ।

ତେବେ ଗାଙ୍ଗୁଲିଙ୍କ ବିସିସିଆଇ ଅଧ୍ୟକ୍ଷ ହେବା କଥାରେ ସେହ୍ବାଗ ସମନେ ପକାଇଛନ୍ତି କିଛି ପୁରୁଣା ସ୍ମୃତି । 2007 ଦକ୍ଷିଣ ଆଫ୍ରିକା ଗସ୍ତ ସମୟର ଘଟଣା । କେପ ଟାଉନରେ ଚେଷ୍ଟ ମ୍ୟାଚ ଖେଳାଯାଉଥିଲା । ମୁଁ ଆଉ ୱସିମ ଜାଫର ଶୀଘ୍ର ଆଉଟ ହୋଇଯାଇଥିଲୁ ସଚିନ ମଧ୍ୟ କିଛି ଖାସ କରି ପାରିନଥିଲେ । ସେହି ମ୍ୟାଚରେ ଆମର କର ବା ମର ପରିସ୍ଥିତି ଥିଲା । ଆଉ ଏତିକି ବେଳେ ଗାଙ୍ଗୁଲି ଯେଉଁ ଭଳି ଭାବରେ ପରିସ୍ଥିତିକୁ ସମ୍ଭାଳି ଥିଲେ ଓ ଚମତ୍କାୟର ପ୍ରଦର୍ଶନ କରିଥିଲେ । ତାହା କେବେଳ ସେ ହିଁ କରି ପାରିବେ ଆଉ କେହି ନୁହେଁ ବେଲି କହିଛନ୍ତି ସେହୱାଗ ।

ବୀରୁ ଆଗକୁ କହିଥିଲେ ଯେ, ସେଦିନ ଡ୍ରେସିଙ୍ଗ ରୁମରେ ଆମେ ସମସ୍ତେ ସହମତ ହୋଇଥିଲୁ ଯେ ଯଦି ଆମ ମାନଙ୍କ ମଧ୍ୟରୁ କେହି ବିସିସିଆଇର ଅଧ୍ୟକ୍ଷ ହୋଇ ପାରିବ ତେବେ ସେ ହେଉଛନ୍ତି କେବଳ ଦାଦା । ଆଉ ମୁଁ କହିଥିଲେ ଯେ କେବଳ ଅଧ୍ୟକ୍ଷ କାହିଁକି ସେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇ ପାରିବେ । ଗୋଟିଏ ଭବିଷ୍ୟବାଣୀ ସତ୍ୟ ହୋଇ ଯାଇଛି ଆଉ ଗୋଟିଏ ହେବା ବାକି ଅଛି ।

Intro:ହତ୍ଯାକାଣ୍ଡ ନେଇ ଥାନାରେ ଟେନସନ,
ମୁଖ୍ଯ ଅଭିଯୁକ୍ତ ଅଟକBody:ଅମରେଶ ନାୟକ ହତ୍ଯାକାଣ୍ଡ ନେଇ ବଢୁଛି ଟେନସନ।ଥାନାରେ ଅଭିଯୁକ୍ତ ସମର୍ଥନରେ ଘେରାଉ।ହତ୍ଯାକାଣ୍ଡରେ ସମ୍ପୃକ୍ତ ନେଇ ଜଣେ ରାଜନେତାଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ସମର୍ଥଙ୍କ ମଧ୍ଯରେ ଦେଖାଦେଇଛି ଅସନ୍ତୋଷ।ତେବେ ଏଭଳି ସ୍ଥିତିରେ ହତ୍ଯାକାଣ୍ଡର ହତ୍ଯାକାରି କେବେ ଗିରଫ ହେବ ସେନେଇ ଚ୍ଯାଲେଜ ସୃଷ୍ଟି ହୋଇଛି।ସେପଟେ ଗତ କାଲି ରାତିରେ ବାଣ ଫୁଟାକୁ ନେଇ ବିବାଦ ଉପୁଜିବାରୁ ଏଭଳି ହତ୍ଯାକାଣ୍ଡ ହୋଇଥିବା ସୁଚନା ମିଳିଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.