ହାଇଦ୍ରାବାଦ: ଟପ ସ୍ପଟରେ ରହି ବର୍ଷ ଶେଷ କଲେ ଦୁଇ ଭାରତୀୟ କ୍ରିକେଟର । ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଯଥାକ୍ରମେ ରହିଛନ୍ତି ବିରାଟ ଓ ରୋହିତ । 887 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରନମେସିନ ରହିଥିବାବେଳେ 873 ପଏଣ୍ଟ ସହ 2ୟ ସ୍ଥାନରେ ରହିଛନ୍ତି ହିଟ ମ୍ୟାନ ରୋହିତ ଶର୍ମା ।
ତେବେ ଗୋଟିଏ ବର୍ଷରେ ଦିନିକିଆ କ୍ରିକେଟରେ 2442 ରନ କରି ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୁରିୟାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ରୋହିତ । ସେହିପରି ମାନ୍ୟତାର 3ୟ ସ୍ଥାନରେ ବାବର ଆଜାମ, 4ର୍ଥରେ ଫାପ ଡୁ ପ୍ଲେସିସ ଓ 5ମରେ ରଜ ଟେସର ରହିଛନ୍ତି । ଅନ୍ୟପଟେ କମ ଦିନିକିଆ ମ୍ୟାଚ ଖେଳିଥିବା ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ ସାଇ ହୋପ ମାନ୍ୟତାର ଟପ-10ରେ ରହିଛନ୍ତି ।