ETV Bharat / sports

ପନ୍ତଙ୍କ ଓ ଦିନେଶ କାର୍ତ୍ତିକଙ୍କୁ ନେଇ ମୁହଁ ଖୋଲିଲେ ବିରାଟ - dinesh karthik

ବିରାଟ କହିଛନ୍ତି, ‘ଦିନେଶ କାର୍ତ୍ତିକ ବ୍ୟାକ-ଅଫ ୱିକେଟ-କିପର ଭାବେ ରହିଛନ୍ତି । କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ତ୍ତିକଙ୍କୁ ଟିମରେ ସାମିଲ୍ କରାଯାଇଛି। କାର୍ତ୍ତିକଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି।’

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 16, 2019, 8:15 AM IST

ନୂଆଦିଲ୍ଲୀ: ବିଶ୍ବକପ ପାଇଁ ଭାରତୀୟ ଯୋଦ୍ଧାଙ୍କ ଘୋଷଣା ହୋଇସାରିଛି । 4ର୍ଥ ସ୍ଥାନ ଓ ବ୍ୟାକ-ଅଫ ୱିକେଟ କିପର ପାଇଁ ଲାଗିଥିବା ଦ୍ବନ୍ଦର ମଧ୍ୟ ସମାଧାନ ହୋଇସାରିଛି । ମାତ୍ର ଏହି ସ୍ପଟ ପାଇଁ ପନ୍ତଙ୍କ ବଦଳରେ କାର୍ତ୍ତିକଙ୍କୁ ସ୍ଥାନ ମିଳିବା କେତେକଙ୍କୁ ହଜମ ହୋଇନାହିଁ । ତେବେ ଏହାକୁ ନେଇ ଅଧିନାୟକ ବିରାଟ କୋହଲି ନିଜର ପକ୍ଷ ରଖିଛନ୍ତି ।

ବିରାଟ କହିଛନ୍ତି, "ମହେନ୍ଦ୍ର ସିଂହ ଧୋନିଙ୍କ ସହ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଟିମର ପ୍ରଥମ ପସନ୍ଦ । ଦିନେଶ କାର୍ତ୍ତିକ ୱିକେଟ କିପର ଭାବେ ରହିଛନ୍ତି । କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ତ୍ତିକଙ୍କୁ ଟିମରେ ସାମିଲ୍ କରାଯାଇଛି। କାର୍ତ୍ତିକଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି। ଟିମ୍ ମ୍ୟାନେଜମେଣ୍ଟର ସବୁ ସଦସ୍ୟ କାର୍ତ୍ତିକଙ୍କ ଦକ୍ଷତା ସମ୍ବନ୍ଧରେ ଅବଗତ ଅଛନ୍ତି। ଯଦି ଧୋନି ଆହତ ହୁଅନ୍ତି, ତାହେଲେ କାର୍ତ୍ତିକ ସୁଯୋଗ ପାଇବେ ।"

ଅନ୍ୟପକ୍ଷରେ ପନ୍ତ ବାଦ ପଡିବାକୁ ନେଇ ବିରାଟ ଏମିତି କହିଛନ୍ତି । ସେ କହିଛନ୍ତି, "ପନ୍ତଙ୍କ ପାଖରେ ଦକ୍ଷତା ରହିଛି । ମାତ୍ର ଅଭିଜ୍ଞତା କମ ରହିଛି । ବିଶ୍ବକପ ଏକ ବଡ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଅଭିଜ୍ଞତାର ଆବଶ୍ୟକ କରିଛି । "

ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରିବା ପରେ ପନ୍ତଙ୍କ ସପକ୍ଷରେ ଅନେକ ମୁହଁ ଖୋଲିଛନ୍ତି। ଏପରିକି ଆଇପିଏଲ୍ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କୋଚ୍ ରିକି ପଣ୍ଟିଂ ଓ ଆଡଭାଇଜର୍ ସୌରଭ ଗାଙ୍ଗୁଲି ପନ୍ତଙ୍କୁ ବିଶ୍ୱକପ୍ ଟିକେଟ୍ ନମିଳିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ।

Intro:Body:

prabir

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.