ETV Bharat / sports

ଭାରତ କରୁଛି କୋରୋନା ମୁକାବିଲା, କ୍ୟାପଟେନ କୋହଲିଙ୍କ ପ୍ରଶଂସା - କ୍ୟାପଟେନ ବିରାଟ କୋହଲି

ମହାମାରୀ କୋରୋନା ଭାଇରସର ସଫଳ ମୁକାବିଲା କରୁଛି ଭାରତ । ଏହା କହିଛନ୍ତି ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

virat kohli praises India's response to tackle coronavirus
ଭାରତ କରୁଛି କୋରୋନା ମୁକାବିଲା, କ୍ୟାପଟେନ କୋହଲିଙ୍କ ପ୍ରଶଂସା
author img

By

Published : Apr 3, 2020, 12:06 PM IST

ନୂଆଦିଲ୍ଲୀ: ମହାମାରୀ କୋରୋଭାଇରସର ସଫଳ ମୁକାବିଲା କରୁଛି ଭାରତ । ଏହା କହିଛନ୍ତି ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି । ପ୍ରଧାନମନ୍ତ୍ରୀ ମୋଦି କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ 24ମାର୍ଚ୍ଚରେ, 21 ଦିନ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ।

virat kohli praises India's response to tackle coronavirus
ବିରାଟ କୋହଲି

ଅଳ୍ପ କିଛି ଲୋକଙ୍କୁ ବାଦ ଦେଲେ ପ୍ରାୟ ସମସ୍ତ ଭାରତୀୟ ସରକାରୀ ଗାଇଡଲାଇନକୁ ମାନୁଥିବା କୋହଲି କହିଛନ୍ତି । ଇଂଲଣ୍ଡ କ୍ରିକେଟର କେଭିନ ପିଟରସନଙ୍କ ସହ ସୋସିଆଲ ମିଡିଆ ଲାଇଭ ଭିଡିଓରେ ଏହା କହିଛନ୍ତି ବିରାଟ କୋହଲି । ପ୍ରାୟ 80 ପ୍ରତିଶତ ଲୋକୋ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ମାତ୍ର 20 ପ୍ରତିଶତ ଲୋକେ ଏବେବି ସଚେତନ ନାହାଁନ୍ତି । ଯାହାକି ଚିନ୍ତାର କାରଣ ବୋଲି କୋହଲି କହିଛନ୍ତି । ଏଥିସହିତ ଗୋଟେ ବଡ ବିପଦକୁ ସାମ୍ନା କରିବା ବେଳେ ଏକଜୁଟ ସହ ସହଭାଗିତାର ବିଶେଷ ଆବଶ୍ୟକତା ରହିଥିବା କହିଛନ୍ତି କୋହଲି ।

ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗୁରୁବାର ଦେଶରେ 131 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାବତ 1764 ଆକ୍ଟିଭ COVID-19 କେସ ଥିବାବେଳେ, 50 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.