ETV Bharat / sports

ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଆଇସିସି ଟେଷ୍ଟ ଟିମର କ୍ୟାପଟେନ

author img

By

Published : Dec 27, 2020, 6:10 PM IST

କୋହଲିଙ୍କ ସହ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଟିମରେ ମହାନ ଖେଳାଳି ଆଲିଷ୍ଟାର କୁକ, କେନ ୱିଲିୟମସନ, ଷ୍ଟିଭ ସ୍ମିଥ, ବେନ ଷ୍ଟୋକ୍ସ ଓ କୁମାର ସାଙ୍ଗାକାରାଙ୍କ ଭଳି ଖେଳାଳି ରହିଛନ୍ତି । ବୋଲିଂ ବିଭାଗରେ ଡେଲ୍ ଷ୍ଟେନ, ଷ୍ଟୁଆର୍ଟ ବ୍ରଡ ଜେମ୍ସ ଆଣ୍ଡରସନ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଶ୍ରେଷ୍ଠ ବୋଲର ରହିଛନ୍ତି । ଅଧିକ ପଢନ୍ତୁ...

Virat Kohli named captain of ICC's Test Team of the Decade
ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଆଇସିସି ଟେଷ୍ଟ ଟିମର କ୍ୟାପଟେନ

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଘୋଷଣା ହୋଇଥିବା ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଟିମର କ୍ୟାପଟେନ ରହିଛନ୍ତି ବିରାଟ କୋହଲି । କୋହଲିଙ୍କ ବ୍ୟତୀତ, ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଏହି ଟିମରେ ସ୍ଥାନ ପାଇଛନ୍ତି । ତେବେ 4ଜଣ ଇଂଲଣ୍ଡ ଖେଳାଳି, ଦୁଇଜଣ ଭାରତୀୟ, ଦୁଇଜଣ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାରୁ ଜଣେ ଲେଖାଏଁ ଖେଳାଳି ଟିମରେ ସ୍ଥାନ ପାଇଛନ୍ତି ।

ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଟିମରେ ମହାନ ଖେଳାଳି ଆଲିଷ୍ଟାର କୁକ, କେନ ୱିଲିୟମସନ, ଷ୍ଟିଭ ସ୍ମିଥ, ବେନ ଷ୍ଟୋକ୍ସ ଓ କୁମାର ସାଙ୍ଗାକାରାଙ୍କ ଭଳି ଖେଳାଳି ରହିଛନ୍ତି । ବୋଲିଂ ବିଭାଗରେ ଡେଲ୍ ଷ୍ଟେନ, ଷ୍ଟୁଆର୍ଟ ବ୍ରଡ ଜେମ୍ସ ଆଣ୍ଡରସନ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଶ୍ରେଷ୍ଠ ବୋଲର ରହିଛନ୍ତି ।

ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଟିମ: ଆଲିଷ୍ଟାର କୁକ(ଇଂଲଣ୍ଡ), ଡେଭିଡ ୱାର୍ଣ୍ଣର(ଅଷ୍ଟ୍ରେଲିଆ), କେନ ୱିଲିୟମସନ(ନ୍ୟୁଜିଲାଣ୍ଡ), ବିରାଟ କୋହଲି(ଭାରତ)(କ୍ୟାପଟେନ), ଷ୍ଟିଭ ସ୍ମିଥ(ଅଷ୍ଟ୍ରେଲିଆ), କୁମାର ସାଙ୍ଗାକାର(ଶ୍ରୀଲଙ୍କା), ବେନ ଷ୍ଟୋକ୍ସ(ଇଂଲଣ୍ଡ), ରବିଚନ୍ଦ୍ରନ ଅଶ୍ବିନ(ଭାରତ), ଡେନ ଷ୍ଟେନ(ଦକ୍ଷିଣ ଆଫ୍ରିକା), ଷ୍ଟୁଆର୍ଟ ବ୍ରଡ(ଇଂଲଣ୍ଡ), ଜେମ୍ସ ଆଣ୍ଡରସନ(ଇଂଲଣ୍ଡ) ।

ବର୍ଷ 2019ରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ସହ ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ ଭାବେ 28ଟି ଟେଷ୍ଟ ଜିତିଥିଲେ । ଫଳରେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ ପଛରେ ପକାଇ ଭାରତର ସଫଳତମ ଟେଷ୍ଟ କ୍ୟାପଟେନ ବନିଥିଲେ ।

ଆଇସିସି ମଧ୍ୟ ଦଶନ୍ଧିର ଶ୍ରେଷ୍ଠ ମହିଳା ଦିନିକିଆ ଓ ଟି-20 ଟିମ ଘୋଷଣା କରିଛି । ଦିନିକିଆ ଟିମରେ ମିତାଲି ରାଜ ଓ ଝୁଲଣ ଗୋସ୍ବାମୀ ସ୍ଥାନ ପାଇଥିବାବେଳେ, ଟି-20 ଟିମରେ ହରମନପ୍ରିତ କୌର ଓ ପୁନମ ଯାଦବଙ୍କ ନାମ ରହିଛି ।

ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ଦିନିକିଆ ଟିମ: ଆଲେସ ହେଲି, ସୁଜି ବେଟସ, ମିତାଲି ରାଜ, ମେଗ ଲାନିଙ୍ଗ(କ୍ୟାପଟେନ), ଷ୍ଟାଫେନ ଟେଲର, ଶାରହ ଟେଲର, ଏଲିସ ପେରୀ, ଡେନ ଭାନ ନିକର୍କ, ମାରିଜନେ କାପ, ଝୁଲଣ ଗୋସ୍ବାମୀ ଓ ଅନିଷା ମହମ୍ମଦ ।

ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ଟି-20 ଟିମ: ଆଲେସ ହେଲି, ସୋଫି ଡିଭାଇନ, ସୁଜି ବେଟସ, ମେହ ଲାନିଙ୍ଗ(କ୍ୟାପଟେନ), ହରମନପ୍ରିତ କୌର, ଷ୍ଟାଫେନ ଟେଲର, ଡିନ୍ଦା ଡୋଟିନ, ଏଲିସ ପେରୀ, ଅନୟା ଶ୍ରୁବସୋଲେ, ମେଗାନ ସ୍କଟ, ପୁନମ ଯାଦବ ।

ଅନ୍ୟପଟେ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଦିନିକିଆ ଓ ଟି-20 ଟିମର କ୍ୟାପଟେନ ଭାବେ ମହେନ୍ଦ୍ର ସିଂହ ଧୋନି ଚୟନ ହୋଇଛନ୍ତି । ବିରାଟ କୋହଲି ଓ ରୋହିତ ଶର୍ମା ଉଭୟ ଦିନିକିଆ ଓ ଟି-20 ଟିମରେ ରହିଛନ୍ତି ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଆଇସିସି ଟି-20 ଟିମ: ରୋହିତ ଶର୍ମା, କ୍ରିସ ଗେଲ, ଆରୋନ ଫିଞ୍ଚ୍, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଳେନ ମାକ୍ସୱେଲ, ମହେନ୍ଦ୍ର ସିଂ ଧୋନି(କ୍ୟାପଟେନ), କିରଣ ପୋଲାର୍ଡ, ରସିଦ ଖାନ, ଜଶପ୍ରୀତ ବୁମରା ଓ ଲସିଥ ମାଲିଙ୍ଗା ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଆଇସିସି ଦିନିକିଆ ଟିମ: ମହେନ୍ଦ୍ର ସିଂହ ଧୋନି(ଅଧିନାୟକ), ରୋହିତ ଶର୍ମା, ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିୟର୍ସ , ସାକିବ ଅଲ ହାସନ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲସିଥ ମାଲିଙ୍ଗା ।

ସ୍କଟଲାଣ୍ଡର କାଥରିନ ବ୍ରେସଙ୍କୁ ଦଶନ୍ଧିର ଶ୍ରେଷ୍ଠ ଆଇସିସି ସହକାରୀ ମହିଳା ଖେଳାଳି ଭାବେ ଆଇସିସି ପକ୍ଷରୁ ଚୟନ କରାଯାଇଛି । ସେହପରି କେଲ କୋଏଟଜରଙ୍କୁ ଦଶନ୍ଧିର ଶ୍ରେଷ୍ଠ ଆଇସିସି ସହକାରୀ ପୁରୁଷ ଖେଳାଳି ଭାବେ ଚୟନ କରାଯାଇଛି ।

ଭାରତୀୟ କ୍ୟାପଟେନ ବିରାଟ କୋହଲି ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଦଶନ୍ଧିର ଶ୍ରେଷ୍ଠ ଆଇସିସି ଖେଳାଳି ଭାବେ ମନୋନୀତ ହୋଇଛନ୍ତି ।

କୋହଲି ଓ ଅଶ୍ବିନଙ୍କ ସମେତ, ଜୋ ରୁଟ(ଇଂଲଣ୍ଡ), କେନ ୱିଲିୟମସନ(ନ୍ୟୁଜିଲାଣ୍ଡ), ଷ୍ଟିଭ ସ୍ମିଥ(ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ(ଦକ୍ଷିଣ ଆଫ୍ରିକା), କୁମାର ସାଙ୍ଗାକାରା(ଶ୍ରୀଲଙ୍କା) ମଧ୍ୟ ସମାନ ପୁରୁସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରୁସ୍କାର ପାଇଁ, କୋହଲି, ଲସିଥ ମାଲିଙ୍ଗା(ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ), ଡି ଭିଲିୟର୍ସ, ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନି ଓ ସାଙ୍ଗାକାରା ମନୋନୀତ ହୋଇଛନ୍ତି ।

କୋହଲି, ରୁଟ, ୱିଲିୟମସନ, ସ୍ମିଥ, ଜେମ୍ସ ଆଣ୍ଡରସନ(ଇଂଲଣ୍ଡ), ରଙ୍ଗନା ହେରାଥ(ଶ୍ରୀଲଙ୍କା) ଓ ୟାସିର ଶାହା(ପାକିସ୍ତାନ) ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଖେଳାଳି ପାଇଁ ମନୋନୀତ ହୋଇଛନ୍ତି ।

ତେବେ ବ୍ୟକ୍ତିଗତ ବର୍ଗରେ ବିଜେତା ମାନଙ୍କ ନାମ ସୋମବାର ଆଇସିସି ପକ୍ଷରୁ ଘୋଷଣା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.