ବର୍ମିଂହାମ: ରବିବାର ଇଂଲଣ୍ଡଠାରୁ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ସୋମବାର ଦଳକୁ ପୁଣି ଏକ ବଡ ଝଟ୍କା ଲାଗିଛି । ଦଳରୁ ବାଦ ପଡିଛନ୍ତି ଥ୍ରୀ ଡାଇମେନ୍ସନାଲ ପ୍ଲେୟାର ବିଜୟ ଶଙ୍କର । ଆହତ ସମସ୍ୟା ଯୋଗୁ ବିଜୟ ଦଳରୁ ବାଦ ପଡିଥିବା ସୂଚନା ମିଳିଛି । ତେବେ ତାଙ୍କ ସ୍ଥାନରେ କର୍ଣ୍ଣାଟକ୍ ଖେଳାଳି ମୟଙ୍କ ଅଗ୍ରଓ୍ବାଲଙ୍କୁ ଡାକରା ଦିଆଯାଇପାରେ ବୋଲି ଖବର ପ୍ରସାର ହେଉଛି ।
ତେବେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, "ବିଜୟଙ୍କ ଗୋଡ ଆଙ୍ଗୁଠିରେ ଆଘାତ ଲାଗିବା ଫଳରେ ସେ ଆଉ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ । ତେଣୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ଖେଳାଇବାକୁ ଚିନ୍ତା କରୁଛି । "
ତେବେ ଅଭ୍ୟାସ ବେଳେ ବିଜୟଙ୍କ ଗୋଡ ଆଙ୍ଗୁଠିରେ ଆହତ ଲାଗିଥିଲା । ବୁମରାଙ୍କ ବୋଲିଂକୁ ଖେଳୁଥିବା ବେଳେ ଏପରି ଘଟିଥିଲା । ତେବେ କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ପଦାର୍ପଣ କରିଥିଲେ । ମାତ୍ର ଏଯାବତ୍ ଦିନିକିଆ ଫର୍ମାଟରେ ଖେଳିନାହାଁନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ