ETV Bharat / sports

ବିଜୟ ହଜାରେ ଟ୍ରଫି: ମଧ୍ୟପ୍ରଦେଶ ବିପକ୍ଷରେ ଇଶାନ କିଶନଙ୍କ ମାରାଥନ ଶତକ

ମାତ୍ର 74 ବଲରୁ ଧୁଆଁଧାର ବ୍ୟାଟିଂ ସହ 5 ଛକା ଓ 12 ଚୌକା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ଏହାପରେ ପରବର୍ତ୍ତୀ 20 ବଲରୁ ଅବିଶ୍ବସନୀୟ 71ରନ ସଂଗ୍ରହ କରିଥିଲେ ।

author img

By

Published : Feb 20, 2021, 6:33 PM IST

Vijay Hazare Trophy: Ishan Kishan smashes 173 off 94 balls against Madhya Pradesh
ବିଜୟ ହଜାରେ ଟ୍ରଫି: ମଧ୍ୟପ୍ରଦେଶ ବିପକ୍ଷରେ ଇଶାନ କିଶନଙ୍କ ମାରାଥନ ଶତକ

ଇନ୍ଦୋର: ଝାଡଖଣ୍ଡ କ୍ୟାପଟେନ ଇଶାନ କିଶନ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପ୍ରଦର୍ଶନରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଶନିବାର ଏଲିଟ ଗ୍ରୁପ ବି'ର ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ 94 ବଲରୁ 173 ରନର ମାରାଥନ ଇଂନିସ ଖେଳିଛନ୍ତି ଏହି ଯୁବ ବ୍ୟାଟ୍ସମ୍ୟାନ । ଇଶାନଙ୍କ ଏହି ଇଂନିସରେ 11 ଛକା ସାମିଲ ରହିଛି ।

Vijay Hazare Trophy: Ishan Kishan smashes 173 off 94 balls against Madhya Pradesh
ଇଶାନ କିଶନ

ମାତ୍ର 74 ବଲରୁ ଧୁଆଁଧାର ବ୍ୟାଟିଂ ସହ 5 ଛକା ଓ 12 ଚୌକା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ଏହାପରେ ପରବର୍ତ୍ତୀ 20 ବଲରୁ ଅବିଶ୍ବସନୀୟ 71ରନ ସଂଗ୍ରହ କରିଥିଲେ । ଏଥିସହ ଝାଡଖଣ୍ଡ କ୍ୟାପଟେନ 26ତମ ଓଭରରେ ହିଁ ଦଳୀୟ ସ୍କୋର 200 ପାର୍‌ କରାଇଥିଲେ ।

ପ୍ରଥମ 20 ଓଭର ମଧ୍ୟରେ ଝାଡଖଣ୍ଡ ଦୁଇଟି ୱିକେଟ ହରାଇଥିଲା । ମାତ୍ର ଇଶାନ କିଶନଙ୍କୁ ରୋକିବାରେ ମଧ୍ୟପ୍ରଦେଶ ବୋଲିଂ ବିଭାଗ ବିଫଳ ହୋଇଥିଲା । ଏକାକୀ ଇଶାନ ସମସ୍ତ ଝାଡଖଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ତେବେ ମ୍ୟାଚର 28ତମ ଓଭରରେ ଗୌରବ ଯାଦବ ଇଶାନଙ୍କୁ ଆଉଟ କରିବାରେ ସକ୍ଷମ ହୋଇଥିଲେ ସୁଦ୍ଧା, ଝାଡଖଣ୍ଡର ସ୍କୋର 240 ରନରେ ପହଞ୍ଚିସାରିଥିଲା ।

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ ପରେ , ଶନିବାର ଠାରୁ ଭାରତୀୟ ଘରୋଇ ଏକ ଦିବସୀୟ ପ୍ରତିଯୋଗୀତା ବିଜୟ ହଜାରେ ଟ୍ରଫିରେ ଦମ୍‌ ଦେଖାଇବା ଆରମ୍ଭ କରିଛନ୍ତି ଖେଳାଳି ।

ଆଗାମୀ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଓ ଚଳିତ ବର୍ଷ ଶେଷ ଭାଗରେ ଟି20 ବିଶ୍ବକପ ହେବାକୁ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟର ବେଶ ଗୁରୁତ୍ବ ରହିଛି । ପ୍ରଦର୍ଶନ ଦ୍ବାରା ଅନେକ ଖେଳାଳି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ଲକ୍ଷ୍ୟରେ ରହିଛନ୍ତି । ମୁମ୍ବାଇର ନେତତ୍ବ

ଶ୍ରେୟସ ଆୟରଙ୍କୁ ମିଳିଥିବାବେଳେ, ଉତ୍ତରପ୍ରଦେଶ ଅଧିନାୟକ ରହିଛନ୍ତି ଭୁବନେଶ୍ବର କୁମାର । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଆୟରଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା ଅନ୍ୟପଟେ କୁମାର ଆହତ କାମରୁ ସିରିଜରୁ ବାଦ ପଡିଥିଲେ । ଫଳରେ ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଏହି ଦୁଇ ଖେଳାଳିଙ୍କୁ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ପୃଥ୍ବୀ ଶ ମୁମ୍ବାଇର ଭାଇସ କ୍ୟାପେଟନ ରହିଛନ୍ତି ଓ ଜଶ୍ବସୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ ଓ ତୁଷାର ଦେଶପାଣ୍ଡେ ସ୍କ୍ବାଡରେ ରହିଛନ୍ତି । ପ୍ରଦୀପ ସାଙ୍ଗାୱନଙ୍କୁ ଦିଲ୍ଲୀ ନେତତ୍ବ ଭାର ମିଳିଥିଲେ ମଧ୍ୟ, ଶିଖର ଧାୱନ ପ୍ରଭାବୀ ପ୍ରଦର୍ଶନ ଆଶାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.