ଲଣ୍ଡନ: ବାତିଲ ହୋଇଛି ଆଉ ଜଣେ କ୍ରିକେଟରଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି । ଇଂଲଣ୍ଡର କାଉଣ୍ଟି କ୍ରିକେଟ କ୍ଳବ ସୋମରସେଟ ଦକ୍ଷିଣ ଆଫ୍ରିକା ବୋଲର ଭର୍ଣ୍ଣନ ଫିଲାଣ୍ଡରଙ୍କ ଚୁକ୍ତି ବାତିଲ ଘୋଷଣା କରିଛି ।
ମହାମାରୀ କୋରୋନା ଭାଇରସ ଯୋଗୁଁ ଫିଲାଣ୍ଡରଙ୍କ ସହମତିରେ କ୍ଳବ ଏହି ନିଷ୍ପତି ନେଇଥିବା ଜଣାପଡିଛି । ଫିଲାଣ୍ଡର ଚଳିତ ବର୍ଷ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହାପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପୂର୍ବରୁ, ଦେଶରେ ଜୁଲାଇ 1 ପର୍ଯ୍ୟନ୍ତ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ଘୋଷଣା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ