ETV Bharat / sports

U-19 ବିଶ୍ବକପ କ୍ବାର୍ଟର ଫାଇନାଲ: ଅଷ୍ଟ୍ରେଲିଆକୁ 234 ରନର ଟାର୍ଗେଟ ଦେଲା ଭାରତ

author img

By

Published : Jan 28, 2020, 5:19 PM IST

19 ବର୍ଷରୁ କମ ବିଶ୍ବକପରେ ଆଜି ପ୍ରଥମ ସୁପର ଲିଗ କ୍ବାର୍ଟର ଫାଇନାଲ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟର 2 ଦାବିଦାର ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଚାଲିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆ ସାମ୍ନାରେ 234 ରନର ବିଜୟ ଲକ୍ଷ୍ୟ ରଖିଛି । ଅଧିକ ପଢନ୍ତୁ...

U-19 World Cup Ind Vs Aus
U-19 ବିଶ୍ବକପ କ୍ବାର୍ଟର ଫାଇନାଲ

ପୋଟଚେଫଷ୍ଟ୍ରମ: 19 ବର୍ଷରୁ କମ ବିଶ୍ବକପରେ ଆଜି ପ୍ରଥମ ସୁପର ଲିଗ କ୍ବାର୍ଟର ଫାଇନାଲ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟର 2 ଦାବିଦାର ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଚାଲିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆ ସାମ୍ନାରେ 234 ରନର ବିଜୟ ଲକ୍ଷ୍ୟ ରଖିଛି ।

U-19 World Cup Ind Vs Aus
ଫଟୋ ସୌଜନ୍ୟ: twitter@cricketworldcup

ଓପନର ଜଶସ୍ବୀ ଜୟଶ୍ବାଲ ଦଳ ପକ୍ଷରୁ ସର୍ବାଧିକ 62 ରନର ଇଂନିସ ଖେଳିଛନ୍ତି । ଇନଫର୍ମ ଜଶସ୍ବୀଙ୍କ ଜଲୱା କ୍ବାର୍ଟରଫାଇନାଲ ମୁକାବିଲା ଭଳି ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ପୁଣି ଦମ ଦେଖାଇଥିଲେ । 82 ବଲରୁ 6 ଚୌକା ଓ 2 ଛକା ସହ 62 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଅନ୍ୟତମ ଓପନର ଦିବ୍ୟାଂଶ ସକ୍ସେନା 14 ରନ କରି ଆଉଟ ହୋଇଥିଲା । କ୍ୟାପଟେନ ପ୍ରିୟମ ଗର୍ଗ ନିରାଶ କରିଥିଲେ । ମଧ୍ୟକ୍ରମରେ ୱିକେଟ କିପର ଧ୍ରୁବ ଜୁରେଲ 15 ଓ ଶିଧେସ ବୀର 25 ରନ କରି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଭାରତୀୟ ବ୍ୟାଟିଂ ଇଂନିସର ହିରୋ ରହିଛନ୍ତି ଅଲରାଉଣ୍ଡର ରବି ବିଷ୍ଣୋଇ ଓ ଅଥର୍ବ ଆଙ୍କୋଲେକର । 144 ରନର 6 ୱିକେଟ ହରାଇ ଭାରତ ସଙ୍କଟରେ ପଡିଥିଲା ।

U-19 World Cup Ind Vs Aus
ଫଟୋ ସୌଜନ୍ୟ: twitter@cricketworldcup

ତେବେ ଉଭୟ ଅର୍ଦ୍ଧଶତକୀୟ ପାର୍ଟନରସିପ ବଳରେ ଭାରତର ସ୍କୋର 200 ପାର କରାଇଥିଲେ । ବିଷ୍ଣୋଇ 31 ବଲରୁ 30 ରନର ଉପଯୋଗୀ ଇଂନିସ ଖେଳି ରନ ଆଉଟ ହୋଇଥିଲେ । ତେବେ ଅଥର୍ବ ଆଙ୍କୋଲେକର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 54 ବଲରୁ 55 ରନର ଦମଦାର ଇଂନିସ ଖେଳିଥିଲେ । ଫଳରେ ଭାରତ ଏକ ଲଢୁଆ ସ୍କୋରରେ ପହଞ୍ଚିପାରିଥିଲା । ଏଥିସହିତ ଅଥର୍ବ ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ।

U-19 World Cup Ind Vs Aus
ରବି ବିଷ୍ଣୋଇ-ଅଥର୍ବ ଆଙ୍କୋଲେକର

ଅଷ୍ଟ୍ରେଲିଆ ପକ୍ଷରୁ କୋରେ କେଲି ଓ ଟଡ ମୁର୍ଫି 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ମାଥ୍ୟୁ ୱିଲିୟନସ, କନର ସୁଲି, ଓ ତନବୀର ସଙ୍ଘ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.