ୟର୍କସାୟର: 19 ବର୍ଷ ପରେ ଇଂଲଣ୍ଡର କାଉଣ୍ଟି କ୍ରିକେଟ କ୍ଳବ ୟର୍କସାୟର ଛାଡିଲେ ଅଲରାଉଣ୍ଡର ଟିମ ବ୍ରେସନନ । ଏନେଇ କ୍ଳବ ପକ୍ଷରୁ ଘୋଷଣା କରାଯାଇଛି ।
2003ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ହ୍ବାଇଟ ରୋଜ ଟିମରେ ଡେବ୍ୟୁ କରିଥିଲେ ବ୍ରେସନନ । 2014 ଓ 2015 କ୍ରମାଗକ କାଉଣ୍ଟି ଚମ୍ପିଆନସିପ ଟିମର ବିଜୟୀ ସଦସ୍ୟ ରହିଛନ୍ତି । 35ବର୍ଷୀୟ ବ୍ରେସନନ 2016ରେ କ୍ଳବ ପକ୍ଷରୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
199ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ 557 ୱିକେଟ ଅକ୍ତିଆର କରିଛନ୍ତି । ଏଥିସହିତ 6,714 ରନ ମଧ୍ୟ ସଂଗ୍ରହ କରିଛନ୍ତି । ଲିଷ୍ଟ ଏ କ୍ୟାରିୟର ମଧ୍ୟ ବ୍ରେସନନଙ୍କ ଦମଦାର ରହିଛି । 173ଟି ମ୍ୟାଚରୁ 3221 ରନ ଓ 315 ୱିକେଟ ହାସଲ କରିଛନ୍ତି ।