ETV Bharat / sports

‘ଏ ବିଶ୍ବକପ ଆମର’

କ୍ରମାଗତ ଦୁଇଟି ପରାଜୟ ପରେ ବି ବିଶ୍ବକପ ଜିତିବା ଦାବି କଲେ ଇଂଲଣ୍ଡ ଖେଳାଳି ବେନ ଷ୍ଟୋକ୍ସ । ଆମେ ଦୁଇଟି ମ୍ୟାଚ ହାରିଛୁ, ତଥାପି ବିଶ୍ୱକପ ଆମର କହିଛନ୍ତି ଷ୍ଟୋକ୍ସ ।

author img

By

Published : Jun 26, 2019, 11:30 PM IST

Updated : Jun 26, 2019, 11:43 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @cricketworldcup

ଲଣ୍ଡନ: ଚଳିତ ବିଶ୍ବକପର ଅନ୍ୟତମ ହଟ୍ ଫେଭରେଟ ଇଂଲଣ୍ଡ ଦଳ ଏବେ ପଡିଛି ସଙ୍କଟରେ । 7ଟି ମ୍ୟାଚରୁ 3ଟି ପରାଜୟ ଏବଂ 4ଟି ବିଜୟ ସହ 8 ପଏଣ୍ଟ ପାଇଛି ଘରୋଇ ଦଳ । ତେବେ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଇଂଲଣ୍ଡକୁ ଆଗାମୀ ଦୁଇଟି ମ୍ୟାଚକୁ ଜିତିବାକୁ ପଡିବ ।

ଏପଟେ କ୍ରମାଗତ 2ଟି ପରାଜୟ ପରେ ବି ବିଶ୍ବକପ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଏ ପର୍ଯ୍ୟନ୍ତ ଗୋଟିଏ ବି ବିଶ୍ବକପ ଜିତିନାହିଁ ଇଂଲଣ୍ଡ ଟିମ । ଚଳିତ ବିଶ୍ବକପରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ଇଂଲଣ୍ଡ ବର୍ତ୍ତମାନ କ୍ରମାଗତ ଦୁଇଟି ପରାଜୟ ସ୍ବୀକାର କରିଛି । ଶ୍ରୀଲଙ୍କା ଠାରୁ 20 ରନରେ ହାରିବା ପରେ ଅଷ୍ଟ୍ରେଲିଆ ଠାରୁ 64 ରନରେ ହାରିଛି ଇଂଲଣ୍ଡ । ତେବେ ଦୁଇଟି ପରାଜୟ ପରେ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଖସିଛି ଇଂଲଣ୍ଡ । ତେବେ ଦଳର ପରବର୍ତ୍ତୀ ଦୁଇଟି ମୁକାବିଲା ରହିଛି ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ । ଯାହା ଆୟୋଜକ ଦଳ ପାଇଁ ହେବ ବଡ ଚ୍ୟାଲେଞ୍ଜ ।

ତେବେ ଦୁଇଟି ପରାଜୟ ପରେ ଷ୍ଟୋକ୍ସ କହିଛନ୍ତି ଏହି ବିଶ୍ବକପ ଆମର । ଗତ ଚାରି ବର୍ଷ ହେଲା ଆମ ଫ୍ୟାନ୍ସ ଆମକୁ ସମର୍ଥନ କରି ଆସୁଛନ୍ତି । ତାଙ୍କ ପାଇଁ ଏହି ବିଶ୍ବକପ କେତେ ମହତ୍ୱ ରଖେ ଆମେ ଜାଣିଛୁ । ବିଶ୍ବକପରେ ଖେଳିବା ଓ ନିଜ ଦେଶର ପ୍ରତିନିଧିତ୍ୱ କରିବା ନିଶ୍ଚିତ ଭାବେ ଏକ ଗୌରବର କଥା କିନ୍ତୁ ଆମେ କୌଣସି ମତେ ପଛଘୁଞ୍ଚା ଦେବୁ ନାହିଁ । ମୁଁ ଆଗରୁ ମଧ୍ୟ କହିଛି ଏହା ଆମର ବିଶ୍ବକପ । ଆଉ ଏହାକୁ ପାଇବା ପାଇଁ ଆମେ ଆମର ସବୁ ସାମର୍ଥ୍ୟ ପ୍ରଦର୍ଶନ କରିବୁ ।

ତେବେ ଉଭୟ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଷ୍ଟୋକ୍ସ ଯଥାକ୍ରମେ 82 ଓ 89 ରନ କରିଥିଲେ । ଷ୍ଟୋକ୍ସ ଆହୁରି ମଧ୍ୟ କହିଥିଲେ ଯେ, ‘କ୍ରମାଗତ ଦୁଇଟି ମ୍ୟାଚ ହାରିବା ଦୁର୍ଭାଗ୍ୟଜନକ । ସମସ୍ତେ ଚେଷ୍ଟା କରନ୍ତି ଟିମ ପାଇଁ ଭଲ ପ୍ରଦର୍ଶନ କରିବେ । ଆଉ ଟିମ ପାଇଁ ରନ ସ୍କୋର କଲେ ଖୁବ ଭଲ ଲାଗିଥାଏ । କିନ୍ତୁ ଯଦି ସେହି ରନ ଆପଣଙ୍କୁ ବିଜୟ ଦେଇ ପାରେନା ତେବେ ତାର କୌଣସି ମୁଲ୍ୟ ନାହିଁ । ଦୁଇଟି ମ୍ୟାଚ ହାରିଛୁ କିନ୍ତୁ ଆଗକୁ ଥିବା ମ୍ୟାଚ ଗୁଡିକରେ ନିଶ୍ଚିତ ଜିତିବୁ ଓ ବିଶ୍ବକପ ନେଇଯିବୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ନିଶା ନିବାରଣ ପାଇଁ ବ୍ରହ୍ମକୁମାରୀ ସଂସ୍ଥା ତରଫରୁ ଅଭିଯାନ ଜାରି ରହିଛି। ଆଜି ବିଶ୍ୱ ନିଶା ନିବାରଣ ଦିବସ ଅବସରରେ ଦଶ ଜଣ ନିଶାଖୋରଙ୍କୁ ନିଶାମୁକ୍ତ କରିଛି ସଂସ୍ଥା । ଏ ସମ୍ପର୍କରେ ଫୁଲବାଣୀ ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ସଭାରେ ନିସମୁକ୍ତ ଲୋକଙ୍କୁ ସ୍ୱାଗତ କରାଯାଇଛି । ଏପରି ଅଭିଯାନ ଜାରି ରହିବ ବୋଲି ସଂସ୍ଥା ତରଫରୁ କୁହାଯାଇଛି ।

Body:କନ୍ଧମାଳ ଜିଲ୍ଲାରେ ନିଶା ନିବାରଣ ପାଇଁ ବ୍ରହ୍ମକୁମାରୀ ସଂସ୍ଥା ତରଫରୁ ଅଭିଯାନ ଜାରି ରହିଛି। ଆଜି ବିଶ୍ୱ ନିଶା ନିବାରଣ ଦିବସ ଅବସରରେ ଦଶ ଜଣ ନିଶାଖୋରଙ୍କୁ ନିଶାମୁକ୍ତ କରିଛି ସଂସ୍ଥା । ଏ ସମ୍ପର୍କରେ ଫୁଲବାଣୀ ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ସଭାରେ ନିସମୁକ୍ତ ଲୋକଙ୍କୁ ସ୍ୱାଗତ କରାଯାଇଛି । ଏପରି ଅଭିଯାନ ଜାରି ରହିବ ବୋଲି ସଂସ୍ଥା ତରଫରୁ କୁହାଯାଇଛି ।

Conclusion:କନ୍ଧମାଳ ଜିଲ୍ଲାରେ ନିଶା ନିବାରଣ ପାଇଁ ବ୍ରହ୍ମକୁମାରୀ ସଂସ୍ଥା ତରଫରୁ ଅଭିଯାନ ଜାରି ରହିଛି। ଆଜି ବିଶ୍ୱ ନିଶା ନିବାରଣ ଦିବସ ଅବସରରେ ଦଶ ଜଣ ନିଶାଖୋରଙ୍କୁ ନିଶାମୁକ୍ତ କରିଛି ସଂସ୍ଥା । ଏ ସମ୍ପର୍କରେ ଫୁଲବାଣୀ ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ସଭାରେ ନିସମୁକ୍ତ ଲୋକଙ୍କୁ ସ୍ୱାଗତ କରାଯାଇଛି । ଏପରି ଅଭିଯାନ ଜାରି ରହିବ ବୋଲି ସଂସ୍ଥା ତରଫରୁ କୁହାଯାଇଛି ।
Last Updated : Jun 26, 2019, 11:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.