ETV Bharat / sports

ସେହି ବର୍ଷ, ଆଜିର ଦିନରେ: ପ୍ରଥମ ଟି-20 ବିଶ୍ବକପ ଉଠାଇଥିଲା ଧୋନି ଧୁରନ୍ଧର

author img

By

Published : Sep 24, 2020, 10:42 PM IST

24 ସେପ୍ଟେମ୍ବର 2007, ଆଜିକୁ ଠିକ 13 ବର୍ଷ ତଳେ ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଭାରତ ଟି -20 ବିଶ୍ୱକପର ଉଦ୍‌ଘାଟନୀ ସଂସ୍କରଣ ଜିତିବାରେ ସଫଳ ହୋଇଥିଲା ।

ସେହି ବର୍ଷ, ଆଜିର ଦିନରେ: ପ୍ରଥମ ଟି-20 ବିଶ୍ବକପ ଉଠାଇଥିଲା ଧୋନି ଧୂରନ୍ଦର

ନୂଆଦିଲ୍ଲୀ: 24 ସେପ୍ଟେମ୍ବର 2007, ଆଜିକୁ ଠିକ 13 ବର୍ଷ ତଳେ ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଭାରତ ଟି -20 ବିଶ୍ୱକପର ଉଦ୍‌ଘାଟନୀ ସଂସ୍କରଣ ଜିତିବାରେ ସଫଳ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିଲା ଏବଂ ଜୋହାନ୍ସବର୍ଗର ୱାନଡର୍ସ ଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ ଖେଳାଯାଇଥିଲା |

ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି କରିଥିଲା । ଆହତ କାରଣରୁ ବୀରେନ୍ଦ୍ର ସେହୱାଗ ମ୍ୟାଚରୁ ବାଦ୍ ପଡିଥିଲେ ଏବଂ ଫଳସ୍ୱରୂପ ୟୁସୁଫ ପଠାନ ଏବଂ ଗୌତମ ଗମ୍ଭୀର ବ୍ୟାଟିଂ କରିବା ଆସିଥିଲେ। ୟୁସୁଫ ପଠାନ (15) ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ତୃତୀୟ ଓଭରରେ ମହମ୍ମଦ ଆସିଫ ତାଙ୍କୁ ପାଭିଲିୟନକୁ ପଠାଇ ଥିଲେ । ରବିନ୍ ଉଥାପ୍ପା (8) ମଧ୍ୟ ଖୁବ ଶୀଘ୍ର ଆଉଟ ହୋଇଥିଲେ । ଫଳସ୍ୱରୂପ ଭାରତ 40ରନରେ ଦୁଇ ୱିକେଟ ହରାଇ ସାରିଥିଲା ।

ଚତୁର୍ଥ ୱିକେଟ୍ ପାଇଁ 63 ରନ୍ ସଂଗ୍ରହ କରିଥିବାରୁ ଗୌତମ ଗମ୍ଭୀର ଏବଂ ଯୁବରାଜ ସିଂ ଭାରତ ପାଇଁ ଇନିଂସ ଉଦ୍ଧାର କରିଥିଲେ । କିନ୍ତୁ 14ତମ ଓଭରରେ ଯୁବରାଜ (14) ଆଉଟ ହେବା ପରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ଭାରତ । ପରେ ଗମ୍ଭୀର 8ଟି ଚୌକା ଓ ଦୁଇଟି ଛକା ସହାୟତାରେ ମାତ୍ର 54 ବଲରୁ 75 ରନ ପାଳି ଖେଳି ଭାରତୀୟ ସ୍କୋର ବୋର୍ଡକୁ ମଜବୁତ କରିଥିଲେ । ଶେଷରେ, ରୋହିତ ଶର୍ମା 16 ବଲରୁ 30 ରନର କରିଥିଲେ । ଫଳରେ ଭାରତର ମୋଟ 157/5 ରନ ହୋଇଥିଲା ।

157ରନକୁ ଡିଫେଣ୍ଡ କରୁଥିବା ଧୋନି ଧୁରନ୍ଧର କିନ୍ତୁ କମାଲ କରିଗଲେ । ପାକିସ୍ତାନର ସ୍କୋର 77/6 ବେଳକୁ ଆଫ୍ରିଦି, ୟୁନିସ୍ ଖାନ, ଶୋଏବ ମଲିକ ଭଳି ହସ୍ତୀ ପାଭିଲିୟନ ଫେରି ସାରିଥିଲେ । କିନ୍ତୁ, ମିସବା-ଉଲ-ହକ ପାକ୍‌ ପରାଜୟର ରାସ୍ତା ବଦଳାଇଥିଲେ । ଅନ୍ତିମ ଓଭରରେ ପାକିସ୍ତାନକୁ ଜିତିବା ପାଇଁ 13 ରନର ଆବଶ୍ୟକତା ଥିଲା ଏବଂ ଧୋନି ଯୋଗୀନ୍ଦର ଶର୍ମାଙ୍କୁ ବୋଲିଂ କରିବାକୁ ବାଛିଥିଲେ । ମିସବା ଓଭରର ଦ୍ୱିତୀୟ ବଲରେ ଛକା ମାରିଥିଲେ । ଯେଉଁଠି ଭାରତୀୟଙ୍କ ବିଜୟ କ୍ଷଣ ହୋଇସାରିଥିଲା । ମାତ୍ର ଓଭରର ତୃତୀୟ ବଲରେ ମିସବା ଏକ ସ୍କୁପ୍ ସଟ୍ ଖେଳିବାକୁ ଯାଇ ଶ୍ରୀଶାନ୍ତଙ୍କ ହାତକୁ କ୍ୟାଚ୍ ଟେକି ଦେଇଥିଲେ । ଫଳସ୍ୱରୂପ, ଭାରତ ପାଞ୍ଚ ରନରେ ଫାଇନାଲ୍ ଜିତି ପ୍ରଥମ ଟି -20 ଟ୍ରଫି ହାତେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.