ETV Bharat / sports

ସ୍ମୃତିରେ ସଚିନ ତେନ୍ଦୁଲକରଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ

author img

By

Published : Aug 14, 2020, 7:46 PM IST

14 ଅଗଷ୍ଟ 1990ର ଦିନ ଥିଲା ।, ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ 119 ରନର ଇଂନିସରୁ ହୋଇଥିଲା ସଚିନଙ୍କର ମାଷ୍ଟର ଯୁଗର ଅୟମାରମ୍ଭ ।

This Day that Year: Tendulkar scored 1st international hundred in 1990
ସ୍ମୃତିରେ ସଚିନ ତେନ୍ଦୁଲକରଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ

ମୁମ୍ବାଇ: ଆଜି ଦିନରେ ଭାରତୀୟ କ୍ରିକେଟ ତଥା ଅନ୍ତର୍ଜାତୀୟ କ୍ରିକେଟରେ ଆରମ୍ଭ ହୋଇଥିଲା ଏକ ନୂଆ ଅଧ୍ୟାୟ । ଏହି ଶତକୀୟ ଅଧ୍ୟାୟର ନାୟକ ଥିଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ବର୍ଷ 1990 ଆଜିର ଦିନରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ ସଚିନ । ପ୍ରଥମ ଶତକରୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକର ବିଶ୍ବରେକର୍ଡ ସଚିନଙ୍କୁ ସ୍ମରଣୀୟ କରିଛି ।

ଏହା 14 ଅଗଷ୍ଟ 1990ର ଦିନ ଥିଲା ।, ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ 119 ରନର ଇଂନିସରୁ ହୋଇଥିଲା ସଚିନଙ୍କର ମାଷ୍ଟର ଯୁଗର ଅୟମାରମ୍ଭ । କଷ୍ଟସାଧ୍ୟ 408 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ମାତ୍ର 183 ରନରେ 6 ୱିକେଟ ହରାଇ ସଙ୍କଟରେ ପଡିଥିଲା । ମାତ୍ର ଯୁବ କ୍ରିକେଟର ସଚିନ ତେନ୍ଦୁଲକର କିନ୍ତୁ ଇଂଲଣ୍ଡ ମାଟିରେ ଦମ ଦେଖାଇଥିଲେ । ମନୋଜ ପ୍ରଭାକରଙ୍କ ସହ ମିଶି 160 ରନର ପାର୍ଟନରସିପ କରିଥିଲେ । ସଚିନଙ୍କ ଅପରାଜିତ 119 ରନର ଇଂନିସ ଭାରତକୁ ମ୍ୟାଚ ଡ୍ର ରଖିବାରେ ସହାୟକ ହୋଇଥିଲା ।

ସଚିନ 2013ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଭାରତ ପକ୍ଷରୁ 200ଟି ଟେଷ୍ଟରୁ 15,921 ଓ 463ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରୁ 18,426 ରନ ସଂଗ୍ରହ କରିଛନ୍ତି । ଡନ ବ୍ରାଡମ୍ୟାନଙ୍କ ପରେ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ରହିଛନ୍ତି ସଚିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.