ETV Bharat / sports

ମନେପଡେ 2010ର ସଚିନଙ୍କ ରେକର୍ଡ

24 ଫେବୃଆରୀ, 2010 । କ୍ରିକେଟ ଇତିହାସର ବେଶ୍‌ ଖାସ୍‌ ଦିନ । ଏହି ଦିନରେ ଦିନିକିଆ କ୍ରିକେଟରେ ପ୍ରଥମ 2ଶତକୀୟ ପାଳି ଖେଳିଥିଲେ ସଚିନ ତେନ୍ଦୁଲକର ।

sachin tendulkar
sachin tendulkar
author img

By

Published : Feb 24, 2020, 10:52 PM IST

ହାଇଦ୍ରାବାଦ: 24 ଫେବୃଆରୀ 2010 କ୍ରିକେଟ ଇତିହାସର ବେଶ୍‌ ସ୍ମରଣୀୟ ଦିନ । ଏହି ଦିନ ଦିନିକିଆ କ୍ରିକେଟରେ ପ୍ରଥମ ଥର ପାଇଁ 2ଶତକୀୟ ପାଳି ଖେଳିଥିଲେ ଜଣେ କ୍ରିକେଟର । ସେ ହେଉଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ।

10ବର୍ଷ ପୂର୍ବରୁ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ପ୍ରଥମ ଥର ପାଇଁ 2ଶତକୀୟ ପାଳି ଖେଳିଥିଲେ । ଏହି ରେକର୍ଡ ଗ୍ବାଲିଅର ସ୍ଥିତ କ୍ୟାପ୍ଟେନ ରୂପ ସିଂ ଷ୍ଟାଡିୟମରେ ଦ.ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ । ଏହି ମ୍ୟାଚରେ ସଚିନ 147 ବଲ୍‌ରେ 200* ରନର ପାଳି ଖେଳିଥିଲେ । ଦିନିକିଆ କ୍ରିକେଟରେ 39ବର୍ଷ ଇତିହାସରେ ଏହା ପ୍ରଥମ 2 ଶତକୀୟ ପାଳି ଥିଲା ।

ସଚିନଙ୍କ ଏହି ଶାନଦାର ପାଳିରେ 25ଚୌକା ଓ 3ଟି ଛକା ମାରିଥିଲେ । ଫଳରେ ଏହି ମ୍ୟାଚରେ ଭାରତ 3 ଓ୍ବିକେଟ ହରାଇ 401ରନ କରିଥିଲା । ଦ.ଆଫ୍ରିକା ଏହି ମ୍ୟାଚରେ 42.5 ଓଭରରେ 248ରେ ଅଲଆଉଟ୍‌ ହୋଇଯାଇଥିଲା । ଫଳରେ ଭାରତ 153 ରନରେ ବିଜୟ ହାସଲ କରିଥିଲେ ।

ସଚିନଙ୍କ ପରେ ଏବେ ଅନେକ କ୍ରିକେଟର 2 ଶତକୀୟ ପାଳି ଖେଳିଛନ୍ତି । ଯେପରି ରୋହିତ ଶର୍ମା, ବୀରେନ୍ଦ୍ର ସେହଓ୍ବାଗ, ମାର୍ଟିନ ଗୁପ୍ଟିଲ, କ୍ରିସ ଗେଲ ଓ ଫଖର ଜମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.