ETV Bharat / sports

LBW ପାଇଁ ଡିଆରଏସ ବେଳେ ଟେକ୍ନୋଲୋଜି ଆଧାରରେ ନିଆଯାଉ ନିଷ୍ପତ୍ତି: ସଚିନ

author img

By

Published : Jul 12, 2020, 1:32 AM IST

ଡିଆରଏସ ପାଇଁ କୌଣସି ଦଳ କଲ ନେଲେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ପାଳନ କରିବା ବ୍ୟବସ୍ଥାକୁ ହଟାଯିବା ଉଚିତ ବୋଲି କହିଛନ୍ତି ତେନ୍ଦୁଲକର । ଖେଳ ଭିତରକୁ ଯଦି ଟେକ୍ନୋଲୋଜି ଆସିଛି ତେବେ ଏହା ଉପରେ ନିର୍ଭର କରିବାକୁ ହେବ କହିଲେ ସଚିନ । ଅଧିକ ପଢ଼ନ୍ତୁ...

sachin Tendulkar, doing away with 'Umpire's Call' in DRS, Umpire's Call' in DRS, ଟେକ୍ନୋଲୋଜି ଆଧରରେ ନିଆଯାଉ ନିଷ୍ପତ୍ତି, ସଚିନ ତେନ୍ଦୁଲକର
ଟେକ୍ନୋଲୋଜି ଆଧାରରେ ନିଆଯାଉ ନିଷ୍ପତ୍ତି: ସଚିନ

ନୂଆଦିଲ୍ଲୀ: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଶନିବାର କହିଛନ୍ତି ଯେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅମ୍ପାୟାରଙ୍କ କଲକୁ ପାଳନ କରିବା ବ୍ୟବସ୍ଥାକୁ ହଟାଇବାକୁ ଚିନ୍ତା କରିବା ଉଚିତ ଯେତେବେଳେ ଏକ ଦଳ LBW ନିଷ୍ପତ୍ତି ପାଇଁ ରିଭ୍ୟୁ କରିବାକୁ ଚାହୁଁଛି ।

ତେନ୍ଦୁଲକର କହିଛନ୍ତି ଯେ ଯଦି ଖେଳ ଭିତରକୁ ଏହାକୁ ଅଣାଯାଉଛି ତେବେ ଟେକ୍ନୋଲୋଜି ଯାହା ଦେଖାଏ ତାହା ଉପରେ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ଉଚିତ।

‘‘ବଲ କେତେ ପ୍ରତିଶତ ଷ୍ଟମ୍ପରେ ବାଜିଛି ତାହାର କୌଣସି ଫରକ ପଡ଼େ ନାହିଁ । ଯଦି DRS ଆମକୁ ଦେଖାଏ ଯେ ବଲ ଷ୍ଟମ୍ପ ଉପରେ ଆଘାତ କରୁଛି, ଅନ୍-ଫିଲ୍ଡ କଲ୍ ଉପରେ ଗୁରୁତ୍ବ ନଦେଇ ଏହାକୁ ଆଉଟ ଦିଆଯିବା ଉଚିତ। ଏହା କ୍ରିକେଟରେ ଟେକ୍ନୋଲୋଜି ବ୍ୟବହାର କରିବାର ଉଦ୍ଦେଶ୍ୟ । ଆମେ ଜାଣୁ ଟେକ୍ନୋଲୋଜି 100% ଠିକ୍ ନୁହେଁ କିନ୍ତୁ ମଣିଷ ମଧ୍ୟ ଠିକ ନୁହଁନ୍ତି,’’ ବୋଲି ତେନ୍ଦୁଲକର ତାଙ୍କ ସାଥୀ ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ସହ ଡିଆରଏସ ନେଇ ଆଲୋଚନାର ଭିଡିଓ ସେୟାର କରି ଟ୍ବିଟ କରିଛନ୍ତି ।

  • What % of the ball hits the stumps doesn’t matter, if DRS shows us that the ball is hitting the stumps, it should be given out, regardless of the on-field call. That's the motive of using technology in Cricket. As we know technology isn’t 100% right but neither are humans.#ENGvWI pic.twitter.com/8At80AtRs5

    — Sachin Tendulkar (@sachin_rt) July 11, 2020 " class="align-text-top noRightClick twitterSection" data=" ">

‘‘ଅନଫିଲ୍ଡ ନିଷ୍ପତ୍ତିରେ କେହି ଅସନ୍ତୁଷ୍ଟ ହୁଅନ୍ତି ଏବଂ ତାହା ଏକମାତ୍ର କାରଣ ଯେ ସେମାନେ ଥାର୍ଡ ଅମ୍ପାୟାରଙ୍କ ପାଖକୁ ଯାଇଥାନ୍ତି ଏବଂ ଯେତେବେଳେ ଏହା ଘଟେ, ଟେକ୍ନୋଲୋଜିକୁ ନିଜ କାମ କରିବାକୁ ଦିଅନ୍ତୁ । ଟେନିସ୍ ଭଳି, ଏହା ଭିତରେ କିମ୍ବା ବାହାରେ, ମଧ୍ୟରେ କିଛି ନଥାଏ । ଥରେ ଆପଣ ଟେକ୍ନୋଲୋଜି ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ଆପଣ ଏହା ଉପରେ ନିର୍ଭର କରିବେ ବୋଲି ସେ ଭିଡିଓରେ କହିଛନ୍ତି।

ଭେଟେରାନ ସ୍ପିନର ହରଭଜନ ସିଂଙ୍କ ସମର୍ଥନ ତେନ୍ଦୁଲକରଙ୍କୁ ମିଳିଥିଲା। ‘‘ଆପଣଙ୍କ ସହ ସହମତ ପାଜି 1000 ପ୍ରତିଶତ ସଠିକ୍ । ଯଦି ବଲ ଷ୍ଟମ୍ପକୁ ସ୍ପର୍ଶ କରୁଛି କିମ୍ବା ଷ୍ଟମ୍ପକୁ ଅଳ୍ପ ବାଜୁଛି ତେବେ ଏହାକୁ ଆଉଟ ଦିଆଯିବା ଉଚିତ । ବଲର କେତେ ଅଂଶ ୱିକେଟ ଉପରେ ପଡିଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ଖେଳର ଉନ୍ନତି ପାଇଁ ଖେଳର କିଛି ନିୟମ ପରିବର୍ତ୍ତନ ହେବା ଦରକାର । ଏହା ନିଶ୍ଚିତ ଭାବରେ ତାହା ମଧ୍ୟରୁ ଗୋଟିଏ,’’ ବୋଲି ହରଭଜନ ଟ୍ବିଟ କରି କହିଛନ୍ତି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.