ହାଇଦ୍ରାବାଦ: ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରାଣ୍ଡନ ମ୍ୟାକୁଲମ ବୁଧବାର କହିଛନ୍ତି ଯେ ଚଳିତ ବର୍ଷ ହେବାକୁ ଥିବା ଟି-20 ବିଶ୍ବକପକୁ ଆଗାମୀ ବର୍ଷ ଆରମ୍ଭକୁ ଘୁଞ୍ଚାଇ ଦେଇ ତା ସ୍ଥାନରେ ଆଇପିଏଲ ଖେଳାଯାଉ ।
କୋରୋନା ମହାମାରୀ କାରଣରୁ ସମସ୍ତ ସ୍ପୋର୍ଟ୍ସ ଇଭେଣ୍ଟ ବାତିଲ କିମ୍ବା ଘୁଞ୍ଚି ଯାଇଛି । ଯାହାର ପ୍ରଭାବରେ ଅକ୍ଟୋବର 18 ରୁ ନଭେମ୍ବର 15 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବକପକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ଆଇପିଲର 13 ତମ ସଂସ୍କରଣକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆ ଯାଇଛି ।
ତେବେ ଏନେଇ କୋଲକାତା ନାଇଟ ରାଇଡର୍ସ କୋଚ ବ୍ରାଣ୍ଡମ ମ୍ୟାକୁଲମ କହିଛନ୍ତି ଯେ, ‘‘ମୁଁ ଭାବୁଛି ଅକ୍ଟୋବରରେ ହେବାକୁ ଥିବା ଟି-20 ବିଶ୍ବକପକୁ ଘୁଞ୍ଚାଇ ତା ସ୍ଥାନରେ ଆଇପିଏଲ ଖେଳାଯାଇପାରିବ ।’’
‘‘ଫେବୃଆରୀ 2021ରେ ମହିଳା ଏକଦିବଶୀୟ ବିଶ୍ବକପ ହେବାର ଅଛି । କିନ୍ତୁ ପରିସ୍ଥିତି ଯେପରି ରହିଛି ତାହା ମଧ୍ୟ ଘୁଞ୍ଚିବାର ଆଶଙ୍କା ରହିଛି । କିନ୍ତୁ ଆଶା ଯେ ତିନୋଟି ଯାକ ଟୁର୍ଣ୍ଣାମେଣ୍ଟ ଆମକୁ ଦେଖିବାକୁ ସୁଯୋଗ ମିଳିବ ।’’
ମ୍ୟାକୁଲମ ଷ୍ଟାଡିଅମରେ ଫ୍ୟାନ୍ସଙ୍କ ବିନା ଟି-20 ବିଶ୍ବକପ ଅୟୋଜିତ ହେଉଥିବା ଚିନ୍ତା କରିପାରୁ ନାହାନ୍ତି । ଏହାସହ କୋରୋନା ମହାମାରୀ ଚାଲିଥିବା ବେଳେ 16 ଦେଶ ଯେ ଅଷ୍ଟ୍ରେଲିଆକୁ ଯାତ୍ରା କରିବେ ତାହା ମଧ୍ୟ ସେ ଆଶା କରୁ ନାହାନ୍ତି ।
ଆଇପିଏଲ ନହେଲେ ଅନେକ ଖେଳାଳି ଓ ସହଯୋଗୀ ଷ୍ଟାଫ ଦରମା ପାଇବେ ନାହିଁ ।
“ଅଷ୍ଟ୍ରେଲିଆ ପାଇଁ 16ଟି ଆନ୍ତର୍ଜାତୀୟ ଦଳ ଏବଂ ସେମାନଙ୍କର ସମସ୍ତ ସପୋର୍ଟ ଷ୍ଟାଫ ଏବଂ ପ୍ରସାରଣକାରୀଙ୍କୁ ନେଇ ବର୍ତ୍ତମାନ ବିଶ୍ବକପ ଆୟୋଜନ କରିବା କାଠିକର ପାଠ । ବନ୍ଦ କବାଟ ପଛରେ ସେମାନଙ୍କୁ ଟି -20 ବିଶ୍ବକପ ଖେଳୁଥିବା ମୁଁ ଦେଖିପାରୁ ନାହିଁ ବୋଲି ମ୍ୟାକୁଲମ କହିଛନ୍ତି।
“କିନ୍ତୁ ଆପଣଙ୍କୁ ଆଇପିଏଲ ପାଇଁ କିଛି ବିଦେଶୀ ଖେଳାଳିଙ୍କୁ ସ୍ଥାନାନ୍ତର କରିବାକୁ ପଡିବ । କାରଣ ଭାରତରେ ଅବସ୍ଥିତ ପ୍ରସାରଣକାରୀଙ୍କ ସହିତ ଏହାକୁ ଏକାଠି କରିବା ବହୁତ ସହଜ ଅଟେ ।