ETV Bharat / sports

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ସୂର୍ଯ୍ୟକୁମାର ଯାଦବଙ୍କୁ ମୁମ୍ବାଇ ନେତୃତ୍ବ ଭାର

ସୟଦ ମୁସ୍ତାକ ଅଲ୍ଲୀ ଟି-20 ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ମୁମ୍ବାଇ ଦଳ ଘୋଷଣା । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଓ ଆଦିତ୍ୟ ତାରେଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ଅଧିକ ପଢନ୍ତୁ...

author img

By

Published : Dec 27, 2020, 6:58 AM IST

Syed Mushtaq Ali Trophy: Suryakumar Yadav to lead Mumbai in T20 tournament
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ସୂର୍ଯ୍ୟକୁମାର ଯାଦବଙ୍କୁ ମୁମ୍ବାଇ ନେତୃତ୍ବ ଭାର

ହାଇଦ୍ରାବାଦ:ସୟଦ ମୁସ୍ତାକ ଅଲ୍ଲୀ ଟି-20 ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ମୁମ୍ବାଇ ଦଳ ଘୋଷଣା । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଓ ଆଦିତ୍ୟ ତାରେଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ଏଥିସହ ଘୋଷିତ ସ୍କ୍ବାଡରେ ଯୁବ ବ୍ୟାଟ୍ସମ୍ୟାନ ଜଶସ୍ବୀ ଜୟଶ୍ବାଲ, ସର୍ଫରାଜ ଖାନ, ସିଦ୍ଧେଶ ଲାଡ ଓ ଅଲରାଉଣ୍ଡର ଶିବମ ଦୁବେଙ୍କ ନାମ ରହିଛି । ଶନିବାର ମୁମ୍ବାଇ କ୍ରିକେଟ ଆସୋସିଏସନର ୱେବସାଇଟରୁ ଏହି ସୂଚନା ମିଳିଛି ।

ତେବେ ଚୟନ ହୋଇଥିବା ସମସ୍ତ ଖେଳାଳିଙ୍କୁ କୋଭିଡ ଟେଷ୍ଟ ପାଇଁ RT-PCR ଟେଷ୍ଟ କରିବାକୁ ହେବ । 29 ଡିସେମ୍ବର ସୁଦ୍ଧା ନେଗେଟିଭ ରିପୋର୍ଟ ସହ ୱାଙ୍ଖେଡେ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ ଖେଳାଳିଙ୍କୁ ନିର୍ଦ୍ଦେଶ ରହିଛି ।

ସ୍କ୍ବାଡ: ସୂର୍ଯ୍ୟକୁମାର ଯାଦବ(କ୍ୟାପଟେନ), ଆଦିତ୍ୟ ତାରେ(ଭାଇସ କ୍ୟାପଟେନ), ଜଶସ୍ବୀ ଜୟଶ୍ବାଲ, ଅକରସିତ ଗୋମେଲ, ସର୍ଫରାଜ କାନ, ସିଦ୍ଧେଶ ଲାଡ, ସିବମ ଦୁବେ, ଶୁଭମନ ରଞ୍ଜନେ, ସୁଜିତ ନାୟକ, ସାଇରାଜ ପାଟିଲ, ତୁଷାର ଜେଶପାଣ୍ଡେ, ଧାୱଲ କୁଲକର୍ଣ୍ଣି, ମିନାଦ ମଞ୍ଜ୍ରେକର, ପ୍ରଥମେଶ ଡାକେ, ଅଥର୍ବ ଆଙ୍କେଲକର, ଶଶାଙ୍କ ଆଥର୍ଦ୍ଦେ, ସାମସ ମୁଲାନି, ହାର୍ଦ୍ଦିକ ତୋମର, ଆକାଶ ପାରକର ଓ ସୁଫିୟାନ ଶୈଖ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.