ETV Bharat / sports

‘ଜାତୀୟ ଟିମକୁ ଫେରିବା ପାଇଁ ଘରୋଇ କ୍ରିକେଟରେ ରୈନାଙ୍କର ନାହିଁ ଫର୍ମ’

author img

By

Published : May 5, 2020, 7:53 PM IST

ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିନଥିବାରୁ ସୁରେଶ ରୈନା ଜାତୀୟ ଟିମକୁ ଫେରି ପାରୁନାହାନ୍ତି ବୋଲି କହିଛନ୍ତି ପୂର୍ବତନ ଚୟନକର୍ତ୍ତା ଏମଏସକେ ପ୍ରସାଦ । ଅଧିକ ପଢ଼ନ୍ତୁ...

Suresh Raina didn't show form, domestic cricket, Raina's national comeback, MSK Prasad, ଘରୋଇ କ୍ରିକେଟରେ ରାଇନାଙ୍କର ନାହିଁ ଫର୍ମ, ସୁରେଶ ରାଇନା, ଏମଏସକେ ପ୍ରସାଦ
ଜାତୀୟ ଟିମକୁ ଫେରିବା ପାଇଁ ଘରୋଇ କ୍ରିକେଟରେ ରାଇନାଙ୍କର ନାହିଁ ଫର୍ମ

ନୂଆଦିଲ୍ଲୀ: ଜାତୀୟ ଟିମକୁ ଫେରି ପାରୁନାହାଁନ୍ତି କ୍ରିକେଟର ସୁରେଶ ରୈନା । ତେବେ ଏହା ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ କରିଛନ୍ତି ଜାତୀୟ ଚୟନ କମିଟିର ପୂର୍ବତନ ଅଧ୍ୟକ୍ଷ ଏମଏସକେ ପ୍ରସାଦ । ସେ କହିଛନ୍ତି ଯେ 2018-19ର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିନଥିବାରୁ ରୈନାଙ୍କର ଜାତୀୟ ଟିମକୁ ଫେରିବା କଷ୍ଟକର ହୋଇଛି ।

18ଟି ଟେଷ୍ଟ, 226ଟି ଦିନିକିଆ ଓ 226ଟି ଟି-20 ଖେଳିଥିବା ଏହି 33 ବର୍ଷୀୟ ଖେଳାଳି ଶେଷ ଥର ପାଇଁ 2018ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଯାହାପରେ ତାଙ୍କୁ ଡ୍ରପ କରାଯାଇଥିଲା ।

ଗତବର୍ଷ ସେ ନେଦରଲାଣ୍ଡ ଠାର ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର କରାଇ ଏବର୍ଷ ଆଇପିଏଲରେ କମବ୍ୟାକ କରିବା ନେଇ ଆଶା କରିଥିଲେ । କିନ୍ତୁ କୋରୋନା ଯୋଗୁଁ ବର୍ତ୍ତମାନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗତି ହୋଇଯାଇଛି ।

‘‘ଦେଖନ୍ତୁ ଯେତେବେଳେ 1999ରେ ଭିଭିଏସ ଲକ୍ଷ୍ମଣଙ୍କୁ ଟେଷ୍ଟ ଟିମରୁ ବାଦ ଦିଆଯାଇଥିଲା ସେ ଘରୋଇ କ୍ରିକେଟରେ 1400 ରନ କରି ଚୟନକର୍ତ୍ତାଙ୍କୁ ତାଙ୍କୁ ଟିମକୁ ଫେରାଇ ନେବାକୁ ବାଧ୍ୟ କରିଥିଲେ । ସିନିୟର ଖେଳାଳିଙ୍କ ଠାରୁ ଆମେ ତାହା ହିଁ ଆଶା କରିଥାଉ,’’ ବୋଲି ଏମଏସକେ ପ୍ରସାଦ କହିଛନ୍ତି । ଚୟନକର୍ତ୍ତାଙ୍କୁ ସିନିୟର ଖେଳାଳିଙ୍କୁ ନେଇ ଅଧିକ ଦାୟିତ୍ବବାନ ହେବା ଦରକାର ବୋଲି ରୈନାଙ୍କ ମନ୍ତବ୍ୟ ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ପ୍ରସାଦ ।

2018-19 ସିଜନରେ ପାଞ୍ଚଟି ରଣଜୀ ଖେଳରେ ରୈନା ଦୁଇଟି ଅର୍ଦ୍ଧଶତକ ସହ 243 ରନ ସ୍କୋର କରିଥିଲେ । ଜଣେ ଚମତ୍କାର ଆଇପିଏଲ ଖେଳାଳି, ସେ 2019ରେ ସିଏସକେ ପାଇଁ 17ଟି ମ୍ୟାଚରେ ମାତ୍ର 383 ରନ ସ୍କୋର କରିଥିଲେ ଯାହା ତାଙ୍କ ବିଶ୍ବକପ ଆଶାକୁ ମଉଳାଇ ଦେଇଥିଲା ।

ପ୍ରସାଦ କହିଛନ୍ତି ଯେ, “ଦୁର୍ଭାଗ୍ୟବଶତ ଘରୋଇ କ୍ରିକେଟରେ ରୈନାଙ୍କ କ୍ଷେତ୍ରରେ ଆମେ ସେହି ଫର୍ମ ଦେଖି ପାରି ନାହୁଁ ।

ନିକଟରେ ରୈନା, ଏକ ୟୁଟ୍ୟୁବ ସୋ ‘ସ୍ପୋର୍ଟ୍ସ ଟକ’ରେ ତାଙ୍କୁ କାହିଁକି ଡ୍ରପ କରାଗଲା ତାହା ଚୟନକର୍ତ୍ତା ମାନେ ସ୍ପଷ୍ଟ କରିନଥିବା ଅଭିଯୋଗ କରିଛନ୍ତି । ଯାହାକୁ ପ୍ରସାଦ ସତ ନୁହେଁ ବୋଲି କହିଛନ୍ତି ।

“ମୁଁ ଭାବୁଛି ଚୟନକର୍ତ୍ତାମାନେ ବରିଷ୍ଠ ଖେଳାଳିଙ୍କ ପ୍ରତି ଅଧିକ ଦାୟିତ୍ବ ଗ୍ରହଣ କରିବା ଉଚିତ । ଯଦି ମୋର କୌଣସି ଅଭାବ ଅଛି ତେବେ ମତେ ଜଣାନ୍ତୁ, ମୁଁ କଠିନ ପରିଶ୍ରମ କରିବି । ଯେତେବେଳେ କାରଣ ଜଣା ପଡିନାହିଁ, ଜଣେ କିପରି ଉନ୍ନତି କରିବେ ବୋଲି ରୈନା କହିଥିଲେ ।

ଭାରତର ପୂର୍ବତନ ୱିକେଟ କିପର ପ୍ରସାଦ, ରୈନାଙ୍କ ଏପରି ମନ୍ତବ୍ୟରେ ମର୍ମାହତ ହୋଇଛନ୍ତି । ଏହିପରି ଅଭିଯୋଗ ସତ୍ୟଠାରୁ ଦୂରରେ ବୋଲି କହିଛନ୍ତି ପ୍ରସାଦ ।

‘‘ରୈନାଙ୍କ ଠାରୁ ଏପରି ଶୁଣିବା ଅତ୍ୟନ୍ତ ଦୁଃଖଦାୟକ ଯେ ଚୟନକର୍ତ୍ତାମାନେ ରଣଜୀ ଖେଳ ଦେଖନ୍ତି ନାହିଁ । ଦୟାକରି ବିସିସିଆଇର ରେକର୍ଡଗୁଡିକ ଯାଞ୍ଚ କରନ୍ତୁ ଯେ ଗତ ଚାରି ବର୍ଷ ମଧ୍ୟରେ ବରିଷ୍ଠ ଚୟନ କମିଟି ସଦସ୍ୟଙ୍କ ଦ୍ବାରା କେତୋଟି ମ୍ୟାଚ ଦେଖାଯାଇଥିଲା ।”

ପ୍ରସାଦ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ରାଇନାଙ୍କୁ ତାଙ୍କୁ ବାଦ ଦିଆଯିବା ବିଷୟରେ କହିଥିଲେ ଏବଂ ତାଙ୍କଠାରୁ କଣ ଆଶା କରାଯାଉଛି ତାହା ମଧ୍ୟ କହିଥିଲେ।

“ମୁଁ ବ୍ୟକ୍ତିଗତ ଭାବେ ରୈନାଙ୍କୁ ମୋ ରୁମକୁ ଡାକିବା ସହ ଭବିଷ୍ୟତରେ ତାଙ୍କ ଫେରିବା ପାଇଁ ରୋଡମ୍ୟାପ ବି ବୁଝାଇଥିଲି । ସେ ସେତେବେଳେ ମୋର ପ୍ରୟାସକୁ ପ୍ରଶଂସା କରିଥିଲେ । ମୁଁ ପ୍ରକୃତରେ ଆଶ୍ଚର୍ଯ୍ୟ ହେଲି ଯେତେବେଳେ ଯାହା ଘଟିଥିଲା ତାର ବିପରୀତ କଥା ଶୁଣିଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.