ETV Bharat / sports

ରାଇନାଙ୍କୁ ଦ୍ରାବିଡଙ୍କ ପ୍ରଶଂସା, ଅଧିନାୟକତ୍ବରେ ଖେଳିଥିଲେ ଡେବ୍ୟୁ ମ୍ୟାଚ

ରାହୁଲ ଦ୍ରାବିଡ ଭାରତୀୟ ଟିମର କ୍ୟାପଟେନ ଥିବା ସମୟରେ, ବର୍ଷ 2005 ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପ୍ରଥମ ମ୍ୟାଚ ଖେଳିଥିଲେ ରାଇନା ।

Suresh Raina did all the difficult things playing for India: Dravid
ରାଇନାଙ୍କୁ ଦ୍ରାବିଡଙ୍କ ପ୍ରଶଂସା, ଅଧିନାୟକତ୍ବରେ ଖେଳିଥିଲେ ଡେବ୍ୟୁ ମ୍ୟାଚ
author img

By

Published : Aug 18, 2020, 7:18 PM IST

ନୂଆଦିଲ୍ଲୀ: ସୁରେଶ ରାଇନା ଭାରତୀୟ ଟିମରେ ଖେଳିବା ସମୟରେ ସମସ୍ତ କଷ୍ଟକର ଆହ୍ବାନକୁ ସାମ୍ନା କରିଛନ୍ତି । ଫିଲ୍ଡିଂରେ ଶତ ପ୍ରତିଶତ, ମ୍ୟାଚର କଠିନ ପରିସ୍ଥିତିରେ ଆବଶ୍ୟକ ସ୍ଥଳେ ବୋଲିଂ ଓ ନିମ୍ନମଧ୍ୟକ୍ରମରେ ବ୍ୟାଟିଂ କରିଛନ୍ତି ରାଇନା । ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଏହା କହିଛନ୍ତି ପୂର୍ବତନ ଭାରତୀୟ କ୍ୟାପଟେନ ତଥା ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ରାହୁଲ ଦ୍ରାବିଡ ।

Suresh Raina did all the difficult things playing for India: Dravid
ସୁରେଶ ରାଇନା

ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ରାଇନା । ତେବେ ଦ୍ରାବିଡ ଭାରତୀୟ ଟିମର କ୍ୟାପଟେନ ଥିବା ସମୟରେ, ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ କରିଥିଲେ ରାଇନା । ବର୍ଷ 2005 ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ ।

ରାଇନା 19 ବର୍ଷରୁ କମ କ୍ରିକେଟ ଟିମରେ ଦମଦାର ପ୍ରଦର୍ଶନ କରିଥିଲେ । ପରେ 2004-2005 ମଧ୍ୟରେ ଟିମ ଇଣ୍ଡିଆକୁ ମିଳିଥିବା ଶ୍ରେଷ୍ଠ କ୍ରିକେଟ ପ୍ରତିଭାଙ୍କ ମଧ୍ୟରେ ରାଇନା ଜାତୀୟ ଦଳକୁ ଆସିଥିଲେ ବୋଲି ଦ୍ରାବିଡ କହିଛନ୍ତି ।

"ନିମ୍ନ ମଧ୍ୟକ୍ରମରେ ବ୍ୟାଟିଂ ସତ୍ତ୍ବେ, ସେ ସମୟ କ୍ରମେ ଟିମର ପ୍ରମୁଖ ସଦସ୍ୟ ପାଲଟିଥିଲେ । ସୀମିତ ଓଭର କ୍ରିକେଟରେ ଭାରତୀୟ ଦଳ ହାସଲ କରିଥିବା ଅଧିଂକାଶ ବଡ ସଫଳତାରେ ରାଇନାଙ୍କ ଯୋଗଦାନ ରହିଛି । ଅନେକ ବିଜୟୀ ମୂହୂର୍ତ୍ତର ସେ ଅଂଶ ରହିଛନ୍ତି । ସର୍ବୋପରି ରାଇନା ବିଶ୍ବକୁ ବିଜେତା ଓ ଚମ୍ପିଆନ୍ସ ଟ୍ରଫି ବିଜେତା ଖେଳାଳି" ବୋଲି ଦ୍ରାବିଡ କହିଛନ୍ତି ।

ରାଇନାଙ୍କ ବ୍ୟକ୍ତିଗତ ସଫଳତାର ତାଲିକା ଆହୁରି ଅଧିକ ହୋଇପାରିଥାନ୍ତା, ଯଦି ତାଙ୍କୁ ଉପର ବ୍ୟାଟିଂକ୍ରମରେ ସୁଯୋଗ ମିଳିଥାନ୍ତା ବୋଲି ଦ୍ରାବିଡ ମତ ଦେଇଛନ୍ତି ।

ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସରେ 3 ନଂ ସ୍ଥାନରେ ବ୍ୟାଟିଂ ସୁଯୋଗ ଫଳରେ ରୈନା ଅଧିକ ସଫଳ ରହିଥିବା ଦ୍ରାବିଡ କହିଛନ୍ତି ।

ରାଇନା ମଧ୍ୟ ଏହି ଭିଡିଓ ବାର୍ତ୍ତାର ଉତ୍ତର ରଖିଛନ୍ତି । ଦ୍ରାବିଡଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.