ETV Bharat / sports

ଆଇପିଏଲ 2020: ରେକର୍ଡ କେଲେ ଧୋନି, ଟ୍ବିଟ କରି ଅଭିନନ୍ଦନ ଜଣାଇଲେ ରାଇନା

author img

By

Published : Oct 3, 2020, 10:55 AM IST

ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଆଇପିଏଲ ଇତିହାସରେ ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି । ତେବେ ରାଇନାଙ୍କ ଏହି ରେକର୍ଡ ଭାଙ୍ଗିବାପରେ ସେ ମାହିଙ୍କ ପାଇଁ ଏକ ଖାସ୍‌ ଟ୍ବିଟ କରିଛନ୍ତି ।

ଆଇପିଏଲ 2020: ରେକର୍ଡ  କେଲେ ଧୋନି, ଟ୍ବିଟ କରି ଅଭିନନ୍ଦନ ଜଣାଇଲେ ରାଇନା
ଆଇପିଏଲ 2020: ରେକର୍ଡ କେଲେ ଧୋନି, ଟ୍ବିଟ କରି ଅଭିନନ୍ଦନ ଜଣାଇଲେ ରାଇନା

ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଆଇପିଏଲ ଇତିହାସରେ ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି । ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସାଥି ଖେଳାଳି ସୁରେଶ ରାଇନାଙ୍କ ଏହି ନିଆରା ରେକର୍ଡକୁ ଭାଙ୍ଗିଛନ୍ତି ଚେନ୍ନାଇ ଥାଲା । ରାଇନା ମୋଟ 193ଟି ମ୍ୟାଚ ଖେଳିଥିବାବେଳେ ଧୋନି 194ଟି ମ୍ୟାଚ ଖେଳିଛନ୍ତି । ତେବେ ରାଇନାଙ୍କ ଏହି ରେକର୍ଡ ଭାଙ୍ଗିବାପରେ ସେ ମାହିଙ୍କ ପାଇଁ ଏକ ଖାସ୍‌ ଟ୍ବିଟ କରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି ଯେ, ସବୁଠାରୁ ଅଧିକ ଆଇପିଏଲ ମ୍ୟାଚ ଖେଳିବାର ରେକର୍ଡ କରିଥିବାରୁ ମାହି ଭାଇ ଅଭିନନ୍ଦନ । ତମେ ମୋର ରେକର୍ଡ ଭାଙ୍ଗିଥିବାରୁ ବହୁତ ଖୁସି ଅଛି । ବିଶ୍ବାସ ଅଛି ଚେନ୍ନାଇ ଏହି ସିଜନ ଜିତିବ ।

ରାଇନା ଓ ଧୋନିଙ୍କ ଆଇପିଏଲ କ୍ୟାରିଅର

ସୂଚନାଥାଉକି, ଧୋନି 194 ଆଇପିଏଲ ମ୍ୟାଚ ଖେଳିଛନ୍ତି । ରାଇନା 193 ମ୍ୟାଚ ଖେଳିଛନ୍ତି । 2 ଖେଳାଳି ସାଥିରେ 164 ମ୍ୟାଚ ଖେଳିଛନ୍ତି । ଆଇପିଏଲ କ୍ୟାରିଅରରେ ଧୋନି 4523ରନ ସଂଗ୍ରହ କରିଛନ୍ତି, ସେଥିରେ 23ଟି ଅର୍ଦ୍ଧଶତକ ସାମିଲ ଅଛି । ଏଥିସହ 303ଟି ଚୌକା ଓ 213ଟି ଛକା ମାରିଛନ୍ତି ମାହି । ଧୋନି 2016 ଓ 2017ରେ ପୁଣେ ପାଇଁ 30ଟି ମ୍ୟାଚ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.