ETV Bharat / sports

ଅଷ୍ଟ୍ରେଲିଆ ବିପକ୍ଷ 2ୟ ଟି-20ରେ ଦକ୍ଷିଣ ଆଫ୍ରିକା ବିଜୟୀ - South Africa Australia level series

ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଟି-20 ସିରିଜ 1-1ରେ ବରାବର ହୋଇଛି । 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ଫଳରେ ସିରିଜ 1-1ରେ ବରାବର ହୋଇଛି ।

South Africa defeat Australia
ଦକ୍ଷିଣ ଆଫ୍ରିକା ବିଜୟୀ
author img

By

Published : Feb 24, 2020, 3:01 AM IST

ପୋର୍ଟ ଏଲିଜାବେଥ: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟି-20 ସିରିଜ 1-1ରେ ବରାବର ହୋଇଛି । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହେବା ସହ 1-0ରେ ଆଗୁଆ ରହିଥିଲା। ତେବେ 2ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା 12 ରନର ରୋମାଞ୍ଚକର ବିଜୟ ହାସଲ କରିଛି। ଫଳରେ 1-1ରେ ସିରିଜ ବରାବର ହୋଇଛି ।

South Africa defeat Australia
ଦକ୍ଷିଣ ଆଫ୍ରିକା ଟିମ

ଅଷ୍ଟ୍ରେଲିଆ ସାମ୍ନାରେ ଦକ୍ଷିଣ ଆଫ୍ରିକା 159 ରନର ବିଜୟ ଲକ୍ଷ୍ୟ ରଖିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟାପଟେନ କ୍ବିଣ୍ଟନ ଡିକକ 47 ବଲରେ 70 ରନର ଲଢୁଆ ଇଂନିସ ଖେଳିଥିଲେ ।

South Africa defeat Australia
କ୍ବିଣ୍ଟନ ଡିକକ

ଏହାପରେ ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର କ୍ୟାପଟେନ ଆରୋନ ଫିଞ୍ଚ ଓ ଡେଭିଡ ୱାର୍ଣ୍ଣର 28 ବଲରୁ 48 ରନ ସଂଗ୍ରହ କରି ଦମଦାର ଆରମ୍ଭ କରିଥିଲେ । ତେବେ ମ୍ୟାଚର 5ମ ଓଭରରେ ଲୁଙ୍ଗି ଏଙ୍ଗିଡି ଫିଞ୍ଚଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ବିଜୟର ମୂଳଦୁଆ ପକାଇଥିଲେ । ଏହାପରେ ୱାର୍ଣ୍ଣର ଓ ସ୍ମିଥ 2ୟ ୱିକେଟ ଯୋଡିରେ 50 ରନ ଯୋଡିଥିଲେ।

South Africa defeat Australia
ଡେଭିଡ ୱାର୍ଣ୍ଣର

ତେବେ ମ୍ୟାଚର ଶେଷ ଓଭରରେ ଅଷ୍ଟ୍ରେଲିଆ 17 ରନ ଆବଶ୍ୟକ କରୁଥିଲା। ମାତ୍ର 4ରନ କରିବାକୁ ସମର୍ଥ ହୋଇଥିଲା ଦଳ। ୱାର୍ଣ୍ଣରଙ୍କ ଅପରାଜିତ ଅର୍ଦ୍ଧଶତକ ଅଷ୍ଟ୍ରେଲିଆକୁ ବିଜୟ ଦେଇପାରିନଥିଲା । ଫଳରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ 1-1ରେ ବରାବର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.