ETV Bharat / sports

ବୋର୍ଡର ଭାବମୂର୍ତ୍ତି ଖରାପ ଥିବାବେଳେ ମୁଁ ହେବି ମୁଖିଆ: ଦାଦା - Sourav Ganguly

ବୋର୍ଡର ଭାବମୂର୍ତ୍ତି ଏବେ ଖରାପ ରହିଛି, ଏହି ସମୟରେ ଦାୟୀତ୍ବ ଗ୍ରହଣ କରିବା ମୋ ପାଇଁ ଉପଯୁକ୍ତ ସମୟ ବୋଲି କହିଛନ୍ତି ଗାଙ୍ଗୁଲି।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
author img

By

Published : Oct 14, 2019, 3:29 PM IST

ମୁମ୍ବାଇ: ଭାରତୀୟ କ୍ରିକେଟ ବୋର୍ଡ ରାଜନୀତି ଏବେ ସରଗରମ । ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସଭାପତି ହେବା ଖବର ପ୍ରକାଶ ପାଇବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ଦାଦା ସଭାପତି ପଦରେ ବସିବା ପୂର୍ବରୁ ନିଜର ମତ ଦେଇଛନ୍ତି । ବୋର୍ଡର ଭାବମୂର୍ତ୍ତି ଖରାପ ଏବେ ରହିଛି, ଏହି ସମୟରେ ଦାୟୀତ୍ବ ଗ୍ରହଣ କରିବା ମୋ ପାଇଁ ଉପଯୁକ୍ତ ବୋଲି କହିଛନ୍ତି ସେ ।

ତେବେ ବିସିସିଆଇ ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଦାଦାଙ୍କ ବିପକ୍ଷରେ କେବଳ ବ୍ରିଜେଶ ପଟେଲ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣାପଡିଛି। ମାତ୍ର ଅକ୍ଟୋବର 23ରେ ବସିବାକୁ ଥିବା ଚୁଡାନ୍ତ ବୈଠକ ପରେ ଅଧିକାରୀ ପଦ ଚୟନ କରାଯିବା । ଏନେଇ ଦାଦା କହିଛନ୍ତି, " ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଫଳାଫଳ ମିଳିଯିବ। "

"ବିଗତ କିଛି ବର୍ଷ ହେବ ବୋର୍ଡର ଭାବମୂର୍ତ୍ତି ଖରାପ ରହିଛି । ବୋର୍ଡର ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠୁଛି । ତେବେ ଏଭଳି ସମୟରେ ମୁଁ ଦାୟିତ୍ବ ଗ୍ରହଣ କରିବା ମୋ ପାଇଁ ଗୋଟେ ବଡ ଚାଲେଞ୍ଜ ହେବେ ବୋଲି ଦାଦା କହିଛନ୍ତି।" ଦାଦା ଆହୁରି କହିଛନ୍ତି, ବୋର୍ଡର ସମସ୍ତ ନିବେଶକାରୀଙ୍କୁ ଭେଟିବା ମୋର ପ୍ରଥମ ଲକ୍ଷ୍ୟ ରହିବ । ଯାହା ସିଓଏ ବିଗତ 33 ମାସ ମଧ୍ୟରେ କରିନାହିଁ।

ତେବେ ଏହି ପୂର୍ବତନ ଅଧିନାୟକଙ୍କୁ ସଭାପତି ଓ ଅଧିନାୟକର ଅନୁଭୁତି ପଚାରକିବାରୁ ଦାଦା କହିଛନ୍ତି ଯେ, କୌଣସି ଜିନିଷ ବଡ ନୁହେଁ ଦଳର କ୍ୟାପ୍ଟେନ ହେବା ଠାରୁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.