ETV Bharat / sports

IPLରେ କ୍ରିକେଟକୁ ମିଳେନି ଗୁରୁତ୍ବ !

author img

By

Published : Mar 2, 2021, 10:09 PM IST

ଷ୍ଟେନ୍‌, ବିଶ୍ବର ଶ୍ରେଷ୍ଠ ଓ ସଫଳତମ ଘରୋଇ ଟି20 ଲିଗ, ଆଇପିଏଲରେ କ୍ରିକେଟ ତୁଳନାରେ ଟଙ୍କାକୁ ଅଧିକ ଗୁରୁତ୍ବ ଦିଆଯାଏ ବୋଲି ଇଙ୍ଗିତ କରିଛନ୍ତି । ଅଧିକ ପଢନ୍ତୁ...

Sometimes cricket gets forgotten in IPL, feels Steyn
IPLରେ କ୍ରିକେଟକୁ ମିଳେନି ଗୁରୁତ୍ବ !

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ ଷ୍ଟେନ୍‌ଙ୍କ ଏକ ବୟାନ ଏବେ ଚର୍ଚ୍ଚାରେ । ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବେଳବେଳେ କ୍ରିକେଟକୁ ପାସୋରି ଦିଆଯାଏ ବୋଲି କହିଛନ୍ତି ଷ୍ଟେନ । ଏହା କହିବା ସହ ଷ୍ଟେନ୍‌, ବିଶ୍ବର ଶ୍ରେଷ୍ଠ ଓ ସଫଳତମ ଘରୋଇ ଟି20 ଲିଗ, ଆଇପିଏଲରେ କ୍ରିକେଟ ତୁଳନାରେ ଟଙ୍କାକୁ ଅଧିକ ଗୁରୁତ୍ବ ଦିଆଯାଏ ବୋଲି ଇଙ୍ଗିତ କରିଛନ୍ତି । ଏକ ପାକିସ୍ତାନ ୱେବସାଇଟରେ ପ୍ରକାଶିତ ଷ୍ଟେନଙ୍କ ପ୍ରତିକ୍ରିୟା କିଛି ଏପରି ରହିଛି ।

ଷ୍ଟେନ ଏବେ ଚଳିତ ପାକିସ୍ତାନ ସୁପର ଲିଗର କ୍ବେଟା ଗ୍ଳାଡିଏଟର୍ସ ପକ୍ଷରୁ ଖେଳୁଛନ୍ତି । ଷ୍ଟେନ କହିଛନ୍ତି, "କିଛି ସମୟ ବିରତି ଚାହୁଁଥିଲି । ଖେଳାଳି ଓ କ୍ରିକେଟକୁ ଗୁରୁତ୍ବ ଦିଆଯାଉଥିବା ଅନ୍ୟ ଲିଗ୍‌ ଖେଳିବାକୁ ଚାହିଁଲି, କାରଣ ଯଦି ଆପଣ ଆଇପିଏଲ ଖେଳିବେ, ତେବେ ବଡ ସ୍କ୍ବାଡ, ଅନେକ ବଡ ନାମ ଓ ଅଧିକ ଟଙ୍କାରେ କିଣାଯାଇଥିବା ଖେଳାଳିଙ୍କୁ ଗୁରୁତ୍ବ ମିଳେ, ସେହି ସମୟରେ କ୍ରିକେଟକୁ ସମସ୍ତେ ଭୁଲିଯାଆନ୍ତି ବୋଲି ଅନୁଭବ ହୁଏ ।"

ଷ୍ଟେନ ବିରତି ଚାହୁଁଥିବା ଦର୍ଶାଇ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ପରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ତାଙ୍କୁ ସ୍କ୍ବାଡରୁ ରିଲିଡ କରିଥିଲା ।

ଆଇପିଏଲ 2020ରେ ଷ୍ଟେନ ମାତ୍ର 3ଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ ଓ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଅଗଷ୍ଟ 2019ରେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିଲେ ଏହି ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର । କ୍ରିକେଟର ଲମ୍ବା ଫର୍ମାଟରେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ୱିକେଟ ହାସଲକାରୀ ଦ୍ରୁତ ବୋଲର ଭାବେ ଅବସର ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.