ସିଡନି: ଇଣ୍ଡିଆ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ ଅମୀମାସିଂତ ଭାବେ ଶେଷ ହୋଇଛି ।
ତେବେ ଭାରତୀୟ ଟେଷ୍ଟ ଟିମରେ ପ୍ରମୁଖ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ପାଇଥିବା ରିଦ୍ଧିମାନ ସାହା ଶେଷ ଦିନରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ମାର୍କ ଷ୍ଟେକଟି 37 ରନ ବ୍ୟୟରେ 5ଟି ସଫଳତା ହାସଲ କରିଛନ୍ତି । ମାତ୍ର ପ୍ରଥମ ଟେଷ୍ଟ ପୂର୍ବରୁ ଭ୍ରମଣକାରୀ ଦଳ ପାଇଁ ବ୍ୟାଟିଂ ପ୍ରାକ୍ଟିସର ଭରପୁର ମୌକା ମିଳିଛି । 100 ବଲ ସାମ୍ନା କରିବା ସହ ସାହା 54 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।
59 ରନ ପଛରେ ଥିବା ଇଣ୍ଡିଆ ଏ, 189 ରନରେ ଦ୍ବିତୀୟ ଇଂନିସ ଘୋଷଣା କରିଥିଲା । ପରେ ଅଷ୍ଟ୍ରେଲିଆ ଏ ସାମ୍ନାରେ 15 ଓଭରରେ 130 ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଷ୍ଟମ୍ପ ଅପସାରଣ ବେଳକୁ ଘରୋଇ ଦଳର ସ୍କୋର 51/1 ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ